Uncategorized

ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍ ୨୦୨୪ରେ ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ସାନ୍‌ଭି ଓ ଆନ୍‌ଭି ଦେଶୱାଲ୍‌

ଭୁବନେଶ୍ୱର: ଭାରତୀୟ ସନ୍ତରଣ ମହାସଂଘ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ୪୦ତମ ସବ୍‌-ଜୁନିଅର ଓ ୫୦ତମ ଜୁନିଅର ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍‌ରେ ମହାରାଷ୍ଟ୍ରର ଯମଜ ଭଉଣୀ ସାନ୍‌ଭି ଓ ତାନ୍‌ଭି ଦେଶୱାଲ୍ ତାରକା ଭାବେ ଉଭା ହୋଇଛନ୍ତି। ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଦେଶର ୧୦୦୦ରୁ ଅଧିକ ପ୍ରତିଭାବାନ ସନ୍ତରଣକାରୀ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଦେଶୱାଲ୍ ଭଉଣୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ବାଳିକା ଗ୍ରୁପ୍‌-୨ ବର୍ଗରେ ମହାରାଷ୍ଟ୍ର ଚାମ୍ପଅନ୍‌ସିପ୍ ବିଜୟୀ ହୋଇଛି। ଉଭୟ ସାନ୍‌ଭି ଓ ଆନ୍‌ଭି ୪ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ ଜିତିଛନ୍ତି।
ସାନ୍‌ଭି ଦେଶୱାଲ୍ ନିଜ ଚମତ୍କାର ପ୍ରଦର୍ଶନ ବଳରେ ଦର୍ଶକଙ୍କୁ ଚକିତ କରିଥିଲେ। ଏହି ପ୍ରତିଯୋଗିତାର ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ର ମିଟ୍ ରେକର୍ଡକୁ ସେ ୩୪.୩୨ ସେକେଣ୍ଡ ସମୟ ସହ ଭାଙ୍ଗିଥିଲେ। ପୂର୍ବରୁ ୨୦୨୨ରେ ଏହି ରେକର୍ଡ ୩୪.୬୯ ସେକେଣ୍ଡ ଥିଲା।
ଚାମ୍ପିଅନସିପ୍‌ର ଚୂଡ଼ାନ୍ତ ଦିବସରେ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ସାନ୍‌ଭି ଆଉ ଏକ ଜୁନିଅର ଜାତୀୟ ରେକର୍ଡ କରିଥିଲେ। ସେ ୧:୧୫.୩୦ ସେକେଣ୍ଡ ସହ ସେ ୨୦୧୮ର ରେକର୍ଡକୁ ଭାଙ୍ଗିବା ସହ ଭାରତୀୟ ସନ୍ତରଣ କ୍ଷେତ୍ରରେ ନିଜକୁ ଏକ ପ୍ରତିଷ୍ଠିତ କରିଛନ୍ତି।
ଡଲ୍‌ଫିନ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷକ ନିହାର ଅମିନଙ୍କ ଅଧୀନରେ ମୁମ୍ବାଇର ଓଟର୍ସ କ୍ଲ୍‌ବ୍‌ରେ ସେ ତାଲିମ ନେଉଥିଲେ। କାର୍ଯ୍ୟକ୍ରମର ପ୍ରଭାବ ଓ ପ୍ରଶିକ୍ଷକଙ୍କ ପ୍ରତିବଦ୍ଧତା ଯୋଗୁଁ ସେ ସଫଳତା ହାସଲ କରିଛନ୍ତି। ମୁମ୍ବାଇର ମାହିମ୍‌ସ୍ଥିତ ବମ୍ବେ ସ୍କଟିସ୍ ସ୍କୁଲ୍‌ର ଛାତ୍ରୀ ସାନ୍‌ଭି ଓ ଆନ୍‌ଭି କଠିନ ପ୍ରଶିକ୍ଷଣ ସହ ଶିକ୍ଷାଗତ ଦାୟିତ୍ୱକୁ ଭଲ ଭାବେ ନିର୍ବାହ କରୁଛନ୍ତି।
ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍‌ରେ ଦେଶୱାଲ୍ ଭଗିନିଙ୍କ ସଫଳତା ଭାରତରେ ଯୁବ କ୍ରୀଡ଼ବାତିଙ୍କ ବୃଦ୍ଧି ପଉଥିବା ପ୍ରଭାବ ଓ ଭାରତୀୟ କ୍ରୀଡ଼ାର ଉଜ୍ଜ୍ୱଳ ଭବିଷ୍ୟତକୁ ଦର୍ଶାଉଛି। ସେମାନଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଥିବା ବେଳେ ଦେଶର ଅସଂଖ୍ୟ କ୍ରୀଡ଼ାବିତ୍‌ଙ୍କୁ ଅନୁପ୍ରାଣିତ କରୁଛି।

Share

Leave a Reply

Your email address will not be published. Required fields are marked *

4 × five =