Uncategorized

ପିରାମଲ୍ ଫାଇନାନ୍ସ ପକ୍ଷରୁ ସହ-ଋଣ ବ୍ୟବସାୟ ପାଇଁ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ସହଯୋଗିତା

ଭୁବନେଶ୍ୱର: ପିରାମଲ୍ ଏଂଟରପ୍ରାଇଜେସ୍ ଲିମିଟେଡ୍‌ର ସହାୟକ ସଂସ୍ଥା ପିରାମଲ୍ କ୍ୟାପିଟାଲ୍ ଆଣ୍ଡ ହାଉସିଂ ଫାଇନାନ୍ସ ପକ୍ଷରୁ ସହ-ଋଣ ବ୍ୟବସାୟ ପାଇଁ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତା ଜରିଆରେ ଗ୍ରାମାଂଚଳ ଓ ଅର୍ଧ ସହରାଚଂଳରେ ବାସ କରୁଥିବା ମଧ୍ୟମ ଓ ନିମ୍ନ ଆୟବର୍ଗର ଗ୍ରାହକଙ୍କୁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏକ ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଏହି ସହଯୋଗିତାରେ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ୟାପକ ଶାଖା ନେଟ୍‌ୱର୍କ ଓ ପିରାମଲ ଫାଇନାନ୍ସର ହାଇଟେକ୍ ଓ ହାଇଟଚ୍ ରଣନୀତିକୁ ବ୍ୟବହାର କରାଯିବ। ପିରାମଲ୍ ଫାଇନାନ୍ସର ୨୬ଟି ରାଜ୍ୟର ୬୦୦ରୁ ଅଧିକ ଜିଲ୍ଲାରେ୫୦୦ରୁ ଅଧିକ ନେଟ୍‌ୱର୍କ ରହିଥିବା ବେଳେ ଏହି ସହଯୋଗିତାରେ ଆର୍ଥିକ ଅନଷ୍ଠାନରୁ ଋଣ ପାଉନଥିବା ଗ୍ରାହକମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ସୁଧ ହାରରେ ଓ ସୁହାଇବା ଭଳି ଋଣ ସମାଧାନ ପ୍ରଦାନ କରାଯିବ।
ପିରାମଲ୍ କ୍ୟାପିଟାଲ୍ ଆଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଜୟରାମ ଶ୍ରୀଧରନ କହିଛନ୍ତି ଯେ, “ଭାରତର ଅନ୍ୟତମ ସବୁଠୁ ପୁରୁଣା ଓ ବିଶ୍ୱାସନୀୟ ଆର୍ଥିକ ଅନୁଷ୍ଠାନ ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଆମର ସହ-ଋଣ ସହଯୋଗିତା ସ୍ଥାପନ କରି ଆମେ ଉଲ୍ଲସିତ। ଅନଗ୍ରସର ବର୍ଗଙ୍କ ପାଖରେ ସଂଗଠିତ ଋଣ ପହଂଚାଇବା ଲାଗି ରହିଥିବା ମିଳିତ ପ୍ରତିବଦ୍ଧତାକୁ ଏହି ସହଯୋଗିତା ଦର୍ଶାଉଛି। ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାପକ ନେଟୱର୍କ ସହିତ ପିରାମଲର ଦୃଢ଼ ଉପସ୍ଥିତିକୁ ବ୍ୟବହାର କରି ସାରା ଭାରତର ଭୌଗୋଳିକ ଅଂଚଳରେ ବ୍ୟାପକ ଭାବେ ପହଚିଂଚିବାକୁ ଆମେ ପ୍ରସ୍ତୁତ ରହିଛୁ। ମିଳିତ ଭାବେ ଆମର ଲକ୍ଷ୍ୟ ହେଉଛି ସଂଗଠିତ ଋଣ ପହଂଚାଇବାରେ ଉନ୍ନତି ଆଣିବା, ଅଭିବୃଦ୍ଧି ବଢ଼ାଇବା ଓ ସାରା ଭାରତର ଗ୍ରାହକଙ୍କ ଅଭିଳାଷକୁ ସମର୍ଥନ ପ୍ରଦାନ କରିବା।’’
ଆୟର ପ୍ରମାଣ ଜନିତ ଆବଶ୍ୟକ କାଗଜପତ୍ର ଅଭାବରୁ ସଂଗଠିତ କ୍ଷେତ୍ରରୁ ଋଣ ପାଇବାରେ ଅସୁବିଧା ସାମ୍ନା କରୁଥିବା ଅଣ ସଂଗଠିତ କ୍ଷେତ୍ରର ସ୍ୱାବଲମ୍ବୀ ଓ ବେତନଭୋଗୀ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ହେଉଛି ଏହି ସହଯୋଗିତାର ଲକ୍ଷ୍ୟ। ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପିରାମଲ ଫାଇନାନ୍ସର ମିଳିତ ବିଶେଷତା ଓ ଉପସ୍ଥିତି ଏମ୍‌ଏସ୍‌ଏମ୍‌ଇ ଓ ଗୃହ ଋଣ ଗ୍ରାହକମାନେ ସାମ୍ନା କରୁଥିବା ଋଣ ଅନ୍ତରକୁ ଦୂର କରିବ। ୧.୩ ନିୟୁତ ସକ୍ରିୟ ଗ୍ରାହକଙ୍କୁ ସେବା ପ୍ରଦାନ କରିବାରେ ପିରାମଲ ଫାଇନାନ୍ସର ଥିବା ପ୍ରମାଣିତ ଟ୍ରାକ୍ ରେର୍ଡ ଭାରତର ଅନଗ୍ରସରଙ୍କୁ ଋଣ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି।

Share

Leave a Reply

Your email address will not be published. Required fields are marked *

sixteen + 15 =