Uncategorized

ଜେପିଏଫ୍‌ଏଲ୍ ଫିଲ୍ମସ ପକ୍ଷରୁ ନୂଆ ବିଓପିପି ଲାଇନ୍‌ରେ ୨୫୦ କୋଟି ଟଙ୍କା ନିବେଶ କରାଯିବ

ଭୁବନେଶ୍ୱର: ଜେପିଏଫ୍‌ଏଲ୍ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ (ଜେପିଏଫ୍‌ଏଲ୍‌) ପକ୍ଷରୁ ମହାରାଷ୍ଟ୍ରର ନାସିକର ନୂଆ ବିଓପିପି ଲାଇନ୍‌ରେ କ୍ଷମତା ସମ୍ପ୍ରସାରଣ ଘୋଷଣା କରାଯାଇଛି। ଏଥିରେ ୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଏହି ନୂଆ ଲାଇନ୍ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି।
ଏହି ସମ୍ପ୍ରସାରଣର ଲକ୍ଷ୍ୟ ବିଓପିପି କ୍ଷେତ୍ରକୁ କମ୍ପାନିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ କରିବା। ଯୋଗାଣ ଶୃଙ୍ଖଳରେ ଆହ୍ୱାନ ଭଳି ସ୍ଥିତିରେ ଏହି କ୍ଷେତ୍ରରେ ମୂଲ୍ୟ ଚାପ ରହିଛି। ସେଭଳି ସମୟରେ ବଜାର ଅଂଶ ବଢ଼ାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଇବିଆଇଟିଡିଏରେ ୧୪୨ ପ୍ରତିଶତ ବୃଦ୍ଧି ହୋଇଛି। କମ୍ପାନି ଏହାର ନେତୃତ୍ୱ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।
ଏହି ନୂଆ ଲାଇନ୍ ଦୁନିଆର ଅନ୍ୟତମ ଅତ୍ୟାଧୁନିକ ହେବ ଯାହା ଦକ୍ଷତା ବଢ଼ାଇବା ସହିତ ଅତୁଳନୀୟ ଭରସାଯୋଗ୍ୟତା, ଗୁଣାତ୍ମକ ଉପକରଣ ଓ ଦକ୍ଷ ପ୍ରକ୍ରିୟା ଆଣିଦେବ। ଏହା ୧୭୦୦ ଏମ୍‌ଏମ୍ ପର୍ଯ୍ୟନ୍ତର ହାଇ-ଓଡି ରୋଲ୍ ଅପ୍ ଉତ୍ପାଦନ କରିପାରିବ ଯାହା ମେଟାଲାଇଜିଂ ଭଳି ଆନୁଷଂଗିକ ପ୍ରକ୍ରିୟାରେ ଦକ୍ଷତା ବଢ଼ାଇବ।
ଜେପିଏଫ୍‌ଏଲ୍ ଫିଲ୍ମସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିନୋଦ କୁମାର ଗୁପ୍ତା କହିଛନ୍ତି ଯେ, “ପ୍ରଥମ ତ୍ରୈମାସିକରେ ଆମର ଦୃଢ଼ ପ୍ରଦର୍ଶନକୁ ନେଇ ଏହି ନିବେଶ ଅମର ବଜାର ଉପସ୍ଥିତି ଓ ସ୍ଥାୟୀ ଅଭିବୃଦ୍ଧି ଆଗକୁ ବଢ଼ାଇବ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ୟାକେଜିଂ ଶିଳ୍ପ ହେଉଛି ମୂଳତଃ ଏକ ଚକ୍ରାକାର ବ୍ୟବସାୟ ଏବଂ ଶିଳ୍ପରେ ବିଭିନ୍ନ ସମୟରେ ସୁଧାର ହୋଇଥାଏ। ଆଗାମୀ ଦିନରେ ନୂଆ ବିଓପିପି ଲାଇନ୍ ଆମ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବ। ଏହି ସମ୍ପ୍ରସାରଣ ସହ ବିବିଧ ଉଚ୍ଚ ପ୍ରଦର୍ଶନ ଫିଲ୍ମ ଜରିଆରେ ଆମ ଦକ୍ଷତାରେ ଉନ୍ନତି ଆସିବା ସହ ଗ୍ରାହକଙ୍କ ଆଶାକୁ ପୂରଣ କରି ଆଗକୁ ବଢ଼ିବ। ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଆମର ରହିଥିବା ପଦକ୍ଷେପ ସହ ଏହା ସମନ୍ୱିତ ରହିଛି। ଆମେ ବଜାର ଅଂଶ ବଜାୟ ରଖିଥିବା ବେଳେ ବ୍ୟବସାୟରେ ବୃଦ୍ଧିକୁ ଉପଯୋଗ କରିବା ଲାଗି ଏହାକୁ ସ୍ଥାପନ କରାଯାଇଛି।’’
ଜିନ୍ଦଲ ପଲି ଫିଲ୍ମସ ଲିମିଟେଡ୍‌ର ଅଭିବୃଦ୍ଧି କାହାଣୀ ଏହି ନୂଆ ଲାଇନ୍ ଦ୍ୱାରା ଦୃଢ଼ ହେବ। ଏହା ପ୍ରଯୁକ୍ତିରେ ଉନ୍ନତି, ଗୁଣାତ୍ମକ ମାନରେ ଉନ୍ନତି, ଖର୍ଚ୍ଚରେ ଉନ୍ନତି ଏବଂ ନବସୃଜନ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି ଯାହା ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବ। ନମନୀୟ ପ୍ୟାକେଜିଂ ବଜାରରେ ଉଦୟ ହେଉଥିବା ବେଳେ ଜିନ୍ଦଲ ପଲି ଫିଲ୍ମସ ଲିମିଟେଡ୍ ଏହାର ସହାୟକ କମ୍ପାନି ଜେପିଏଫ୍‌ଏଲ୍ ଫିଲ୍ମସ୍ ଜରିଆରେ ଆଗାମୀ ଦିନର ଆହ୍ୱାନ ପୂରଣ କରିବା ପାଇଁ ବେଶ୍ ପ୍ରସ୍ତୁତ ରହିଛି ଯାହା ଶିଳ୍ପର ଅଗ୍ରଦୂତ ଓ ସାରା ବିଶ୍ୱରେ ଥିବା ବ୍ୟବସାୟର ଭରସାଯୋଗ୍ୟ ନମନୀୟ ପ୍ୟାକେଜିଂ ସହଯୋଗୀ ଭାବେ ଏହାର ମାନ୍ୟତା ବଜାୟ ରଖିବ।

Share

Leave a Reply

Your email address will not be published. Required fields are marked *

eighteen − 12 =