Uncategorized

ଇଣ୍ଡୋନେସିଆରେ ଏସିଆ ରୋଡ୍ ରେସିଂ ଚାମ୍ପିଅନ୍‌ସିପ୍‌ର ଚତୁର୍ଥ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକଙ୍କ ଚମତ୍କାର ପ୍ରଦର୍ଶନ


ଭୁବନେଶ୍ୱର: ଇଣ୍ଡୋନେସିଆର ପେଟ୍ରାମାନିକା ମାଣ୍ଡାଲିକା ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଚାଲିଥିବା ୨୦୨୪ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ଚତୁର୍ଥ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକମାନେ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଏପି୨୫୦ ଶ୍ରେଣୀ ରେସ୍‌ରେ ଚମତ୍କାର ନିଷ୍ଠା ପ୍ରଦର୍ଶନ କରିଥିଲେ ।ଚେନ୍ନାଇର ୧୯ ବର୍ଷୀୟ ଚାଳକ କେଭିନ୍ କ୍ୱିଂଟାଲ୍ ଗ୍ରିଡ୍‌ରେ ୨୭ତମ ସ୍ଥାନରୁ ରେସ୍ ଆରମ୍ଭ କରିବା ସହ ୧୮:୨୩.୭୦୧ ସମୟ ନେଇ ୧୮ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ଯାହା ତାଙ୍କ ରେସିଂ ଦକ୍ଷତାକୁ ଦର୍ଶାଉଛି । ସାରା ରେସ୍‌ରେ ସେ ଧ୍ୟାନରେ ରହିଥିଲେ । କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ ଆହ୍ୱାନପୂର୍ଣ୍ଣ ରେସିଂ ସ୍ଥିତି ସତ୍ୱେ ସେ ଦ୍ରୁତ ଗତି ବଜାୟ ରଖିବା ସହ ଦୁର୍ଘଟଣାକୁ ସଫଳତାର ସହ ଏଡ଼ାଇଥିଲେ । ନିଜର ଗୁରତ୍ୱପୂର୍ଣ୍ଣ ରେସିଂ ଦକ୍ଷତା ପ୍ରଦର୍ଶନ କରି ସେ ରେସ୍‌ରେ ଆଗକୁ ବଢ଼ିଥିଲେ ।
ତାଙ୍କ ସାଥୀ ଚାଳକ ମାଲାପୂରମ୍‌ର ମୋହସିନ୍ ପରମ୍‌ବାନ୍ ୨୧ତମ ସ୍ଥାନରୁ ରହି ରେସ୍ ଆରମ୍ଭ କରିବା ସହ ୧୮ଐ୪୫.୯୮୭ ସେକେଣ୍ଡରେ ୨୩ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ରେସ୍ ଉପରେ ଧ୍ୟାନ ଦେଇ ସେ ନିଷ୍ଠାର ସହ ଆଗକୁ ବଢ଼ିଥିଲେ । ତାଙ୍କର ମାପଚୁପ ନିଷ୍ପତି ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା ।
ଏହି ରାଉଣ୍ଡରେ ଉଭୟ ଚାଳକ ଟିମ୍ ପାଇଁ କୌଣସି ପଏଂଟ୍ ଜିତିପାରିନଥିଲେ । ଏସିଆ ରୋଡ୍ ରେସିଂ ଚାମ୍ପିଅନ୍‌ସିପ୍‌ର ୨୦୨୪ ସଂସ୍କରଣରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ମୋଟ୍ ଉପରେ ୧୨ପଏଂଟ୍ ହାସଲ କରିଛି ।
ଆଇଡେମିତ୍ସୁ ହୋଣ୍ଡା ରେସିଂ ଇଣ୍ଡିଆ ରାଇଡର କେଭିନ୍ କ୍ୱିଂଟାଲ୍ କହିଛନ୍ତି ଯେ, “ଆଜିର ଦୌଡ଼ ପ୍ରକୃତରେ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ ମୁଁ ମୋର ସବୁକିଛି ଦେଇ ଥିଲି ଏବଂ କିଛି ସ୍ଥାନରେ ଚଢ଼ିବାରେ ସଫଳ ହୋଇଥିଲି । ୨୭ତମ ସ୍ଥାନରୁ ଆରମ୍ଭ କରି ଏଭଳି ଦୃଢ଼ ପ୍ରତିଯୋଗିତା ମଧ୍ୟରେ ୧୮ତମ ସ୍ଥାନରେ ରହିବା ଏକ କଷ୍ଟକର କାର୍ଯ୍ୟ ଥିଲା । ପ୍ରତ୍ୟେକ ଦୌଡ଼ ଏକ ଶିଖିବାର ଅନୁଭୂତି, ଏବଂ ମୁଁ ପ୍ରତ୍ୟେକ ରେସ୍ ସହିତ ମୂଲ୍ୟବାନ ବୁଝାମଣା ହାସଲ କରୁଛି । ଚତୁର୍ଥ ରାଉଣ୍ଡ ସ୍ମ ଆଶା ମୁତାବକ ହୋଇପାରିନଥିଲା । ତଥାପି, ମୁଁ ମୋର ରଣନୀତିରେ ଉନ୍ନତି ଆଣିବା, ସୁଧାରିବା ଏବଂ ଆଗାମୀ ରାଉଣ୍ଡରେ ଉନ୍ନତ ଫଳାଫଳ ପାଇଁ ଲକ୍ଷ୍ୟ ରଖିବାକୁ ସଂକଳ୍ପବଦ୍ଧ । ଦଳର ସମର୍ଥନ ଅବିଶ୍ୱସନୀୟ ଥିଲା ଏବଂ ମୁଁ ନିଶ୍ଚିତ ଯେ ଆମେ ମିଳିତ ଭାବେ ଅଧିକ ମାଇଲଖୁଂଟ ହାସଲ କରିବୁ ।’’
ଆଇଡେମିତ୍ସୁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକ ମୋହସିନ ପରମବାନ୍ କହିଛନ୍ତି ଯେ, “ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଏବଂ ଚ୍ୟାଲେଞ୍ଜିଂ ପରିସ୍ଥିତି ସହିତ ଏହା ଏକ କଠିନ ଦୌଡ଼ ଥିଲା । କିନ୍ତୁ ମୁଁ ଏକ ସ୍ଥିର ଗତି ବଜାୟ ରଖିବା ଏବଂ ଦୌଡ଼ ଶେଷ କରିବା ଉପରେ ଧ୍ୟାନ ଦେଇଥିଲି । ୨୧ତମ ସ୍ଥାନରୁ ଆରମ୍ଭ କରି ୨୩ତମ ସ୍ଥାନରେ ରହିବା ମୋର ଲକ୍ଷ୍ୟ ନଥିଲା, କିନ୍ତୁ ପ୍ରତ୍ୟେକ ଦୌଡ଼ ନିଜସ୍ୱ ଶିକ୍ଷା ଆଣିଥାଏ । ଆଜି ଆମେ ପଏଂଟ୍ ହାସଲ କରିନଥିଲୁ କିନ୍ତୁ ଦଳର ପ୍ରୋତ୍ସାହନ ଏବଂ ସମର୍ଥନ ଆମକୁ ଉତ୍ସାହିତ ରଖିଥିଲା । ଆମେ ସକାରାତ୍ମକ ରହିଛୁ ଏବଂ ପରବର୍ତୀ ରାଉଣ୍ଡରେ ଶକ୍ତିଶାଳୀ ଭାବେ ଫେରିବା ପାଇଁ କଠିନ ପରିଶ୍ରମ କରୁଛୁ । ଏହି ଯାତ୍ରା ଗନ୍ତବ୍ୟ ସ୍ଥଳ ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ନିରନ୍ତର ପ୍ରଗତି କରିବାକୁ ପ୍ରତିଶ୍ରୁତିବଦ୍ଧ ।’’

Share

Leave a Reply

Your email address will not be published. Required fields are marked *

8 − 4 =