Uncategorized

ବରଗଡ ଜିଲ୍ଲାର ସୋହେଲା ଏବଂ ଭଟଲି ବ୍ଲକର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଏକ ନୂତନ 33 କେ.ଭି. ଲାଇନ ସଂସ୍ଥାପନ କରୁଅଛି ଟିପିଡବ୍ଲୁଓଡିଲ୍

ବୁର୍ଲା, 13.05.2024: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଡବ୍ଲୁଓଡିଲ୍ ଏହାର ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ରୁପାନ୍ତରଣ ଏବଂ ନବୀକରଣ କରୁଅଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ଏବଂ ଭଟଲି ବ୍ଲକର ଘରୋଇ ତଥା କୃଷି ଉପଭୋକ୍ତାମାନଙ୍କ ପାଇଁ ଚୋର ଗ୍ରିଣ୍ଡୋଲା ଗ୍ରୀଡ୍ ସବଷ୍ଟେସନ୍ ଠାରୁ ଦଶମାଇଲ୍ ପ୍ରାଇମେରୀ ସବଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ 33 କେ.ଭି. ଲାଇନ ସଂସ୍ଥାପନ କରୁଅଛି ।

ପ୍ରକାଶାଥାଉ କି, ବର୍ତ୍ତମାନ ଏହି ଦୁଇଟି ବ୍ଲକର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ତୁରୁଙ୍ଗା ଏବଂ ଦଶମାଇଲ୍ ପ୍ରାଇମେରୀ ସବଷ୍ଟେସନରୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଅଛି । ମାତ୍ର ଅତ୍ୟାଧିକ ବିଦ୍ୟୁତ୍ ଚାହିଦା ଯୋଗୁଁ ଓଭର ଲୋଡିଂର ସମସ୍ୟା ଉପୁଜୁଛି । ଯାହା ଫଳରେ ତୁରୁଙ୍ଗା ଫିଡର ଲାଇନରୁ ବିଦ୍ୟୁତ୍ ଯୋଗାଣ ପାଉଥିବା ଶିଳ୍ପ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିଚନ୍ନ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହେଉଛି ଏବଂ ନୂତନ ବିଦ୍ୟୁତ୍ ସଂଯୋଗରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଚୋର ଗ୍ରିଣ୍ଡୋଲାରୁ ଦଶମାଇଲ୍ ପର୍ଯ୍ୟନ୍ତ ଏକ ନୂତନ ତଥା ଉତ୍ସର୍ଗୀକୃତ 33 କେ.ଭି. ଲାଇନର ବିସ୍ତାର କରିବା ଆରମ୍ଭ କରିଅଛି ଟିପିଡବ୍ଲୁଓଡିଏଲ୍, ଯାହା ବିଦ୍ୟମାନ 33 କେ.ଭି. ଲାଇନରୁ ଓଭର ଲୋଡିଂର ସମସ୍ୟା ଦୂର କରିବା ସହ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଆଣିବ ।

ତେବେ ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ସୋହେଲା ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଦଶମାଇଲ୍, ତୁରୁଙ୍ଗା, ଶିରିଗିଡ଼ା, ସର୍କଣ୍ଡା, ବିଶିପାଲି, ଡୁମେରପାଲି, ସୋହେଲା, ବେହେରାପାଲି, ଖରମୁଣ୍ଡା, ଜଟଲା, ଦାମକିଲାଲି, ଗରଭନା, ନୂଆଗାଁ ଆଦି ଅଞ୍ଚଳର ପ୍ରାୟ 21 ହଜାର ବିଦ୍ୟୁତ୍ ଉପଭୋକ୍ତାମାନେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇ ପାରିବେ ।

ଏହି ପ୍ରକଳ୍ପ ଆରମ୍ଭରେ ସନ୍ତୋଷ ବ୍ୟକ୍ତ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ବରଗଡ଼ ଜିଲ୍ଲାର ଗ୍ରାହକଙ୍କ ଆବଶ୍ୟକତା ପାଇଁ ଏହା ଅନନ୍ୟ ଏକ ପଦକ୍ଷେପ । ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ ଗତ ମେ 4 ତାରିଖରୁ ଆରମ୍ଭ ହୋଇଥିବା ବେଳେ ସମଗ୍ର କାର୍ଯ୍ୟ ଶେଷ ହୋଇ ବିଦ୍ୟୁତ୍ ସଂଯୋଗ ହେବାକୁ 6 ମାସ ସମୟ ଲାଗିବ । ଏଥିଲାଗି କମ୍ପାନୀ ପକ୍ଷରୁ 7.32 କୋଟି ଖର୍ଚ୍ଚର ବ୍ୟୟ ବରାଦ କରାଯାଇଅଛି ।

Share

Leave a Reply

Your email address will not be published. Required fields are marked *

17 + one =