Uncategorized

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଜୁଲାଇରେ ୪,୮୩,୧୦୦ ଗାଡ଼ି ବିକ୍ରି

ଭୁବନେଶ୍ୱର: ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ଚଳିତ ବର୍ଷ ଆଗକୁ ବଢ଼ୁଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ଚଳିତ ବର୍ଷ ଜୁଲାଇ ମାସ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି ।
ଏହି ମାସରେ କମ୍ପାନି ୪,୮୩,୧୦୦ ଗାଡ଼ି ପଠାଇଛି ଯାହା ଗତବର୍ଷ ତୁଳନାରେ ୪୩ ପ୍ରତିଶତ ଅଧିକ । କମ୍ପାନି ଦେଶ ଭିତରେ ୪,୩୯,୧୧୮ଟି ଗାଡ଼ି ବିକ୍ରି କରିଥିବା ବେଳେ ୪୩,୯୮୨ଟି ଗାଡ଼ି ରପ୍ତାନି କରିଛି । ଦେଶ ଭିତର ବିକ୍ରିରେ କମ୍ପାନି ୪୧ ପ୍ରତିଶତ ଓ ରପ୍ତାନିରେ ୬୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।
ଜୁଲାଇ ମାସରେ କମ୍ପାନି ତାମିଲନାଡ଼ୁରେ ୫ ନିୟୁତ ଗାଡ଼ି ବିକ୍ରି କରିବାର ମାଇଲଖୁଂଟ ହାସଲ କରିଛି ଯାହା ଦକ୍ଷିଣ ଭାରତ ରାଜ୍ୟରେ ପସନ୍ଦର ଦୁଇଚକିଆ ଯାନ ଭାବେ ଏହାର ମାନ୍ୟତାକୁ ଦୃଢ଼ କରୁଛି । ସେହିପରି ଏହି ମାସରେ କମ୍ପାନି ପଶ୍ଚିମବଙ୍ଗର ହୁଗୁଳି, ଆନ୍ଧ୍ରପ୍ରଦେଶର ଓଙ୍ଗୋଲେ ଓ ପଶ୍ଚିମବଙ୍ଗର ବର୍ଦ୍ଧବାନରେ ବିଗ୍‌ୱିଙ୍ଗ ଡିଲର୍‌ସିପ୍ ଖୋଲିଛି
କମ୍ପାନି ପକ୍ଷରୁ ଆସାମର ତେଜପୁର, ମଧ୍ୟପ୍ରଦେଶର ବିଦିଶା, ତାମିଲନାଡୁର ଚେଙ୍ଗଲପାଟୁ, ଗୁଜରାଟର ରାଜକୋଟ, ରାଜସ୍ଥାନର ଜୟପୁର, ମହାରାଷ୍ଟ୍ରର ଥାନେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ମହାରାଷ୍ଟ୍ରର ଶିରିଡ଼ି, ତାମିଲନାଡୁର କ୍ରିଷ୍ଣଗିିରି, ବିହାରର ପାଟ୍‌ନା ଓ ଉତରାଖଣ୍ଡର ଡେରାଡୁନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କ୍‌ମ୍ପାନି ପଂଜାବର ଲୁଧିଆନା ଟ୍ରାଫିକ୍ ଟ୍ରେନିଂ ପାର୍କର ଅଷ୍ଟମ ବାର୍ଷିକୀ ପାଳନ କରିଥିବା ବେଳେ ଉତରପ୍ରଦେଶର ଲକ୍ଷ୍ନୌରେ ସ୍କୁଲ ଅଧ୍ୟକ୍ଷମାନଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା ସମ୍ମିଳନୀ ଆୟୋଜନ କରିଥିଲା ।
ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରାଜସ୍ଥାନର ଟାପୁକାରାର ବୁରୋରା ଗ୍ରାମର ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ଅଧିବେଶନ, ରକ୍ତଦାନ ଶିବିର, ନୁକଡ ନାଟକ, ମୌଳିକ ସ୍ୱାସ୍ଥ୍ୟ ଯାଂଚ, ଯୋଗ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ମାରିଅଟ୍ ଗ୍ରୁପ୍ ଅଫ୍ ହୋଟେଲ୍‌ସ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ପ୍ରକଳ୍ପ ବୁନିୟାଦ ଅଧୀନରେ ସ୍ୱାକ୍ଷରିତ ଏହି ବୁଝାମଣାରେ ଉତର ପୂର୍ବ ଭାରତୀୟ ରାଜ୍ୟ ଓ ଜାମ୍ମୁ ଓ କାଶ୍ମୀରର ୧୦୦୦ ଛାତ୍ରଛାତ୍ରୀଙ୍କୁ ଆତିଥେୟତା କ୍ଷେତ୍ରରେ ୧୦୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରାଯିବ ।
ଇଣ୍ଡୋନେସିଆର ପେର୍ଟାମିନା ମାଣ୍ଡାଲିକା ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ୨୦୨୪ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚାମ୍ପିଅନ୍‌ସିପ୍‌ର ଚତୁର୍ଥ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଦ୍ୱିତୀୟ ରାଉଣ୍ଡରେ ମୋହସିନ ପରମବାନ ପ୍ରଥମ, ସାଭିଅନ ସାବୁ ଦ୍ୱିତୀୟ ଓ ଏ ଏସ୍ ଜେମ୍‌ସ ତୃତୀୟ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

sixteen + nineteen =