Uncategorized

ଭାରତୀୟ ଶିଳ୍ପ ଓ ସମୁଦାୟର ଉନ୍ନତି ପାଇଁ ସମର୍ପିତ ସାର ଦୋରାବଜୀ ଟାଟାଙ୍କ ୧୬୪ତମ ଜୟନ୍ତୀ ପାଳନ ଅବସରରେ

ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା ସାର୍ ଜାମସେଦଜୀ ଟାଟାଙ୍କ ସ୍ୱପ୍ନକୁ ଦୃଢ଼ ଆକାର ପ୍ରଦାନ କରିିଥିଲେ ସାର ଦୋରାବଜୀ ଟାଟା । ଟାଟା ଗ୍ରୁପ୍‌କୁ ସେ ଏକ ବୃହତ ଶିଳ୍ପରେ ପ୍ରତିଷ୍ଠିତ କରିବା ସହିତ କ୍ରୀଡ଼ା ଓ ବିଭିନ୍ନ ପ୍ରକାର ଦାତବ୍ୟ କାର୍ଯ୍ୟକୁ ସମର୍ଥନ ପ୍ରଦାନ କରିଥିଲେ ।


ଜାମସେଦଜୀ ନୁସେରୱାନଜୀ ଟାଟାଙ୍କ ବଡ଼ ପୁଅ ସାର ଦୋରାବଜୀ ଟାଟାଙ୍କ ଜନ୍ମ ୧୮୫୯ ଅଗଷ୍ଟ ୨୭ରେ ହୋଇଥିଲା । ସେ ବମ୍ବେ (ବର୍ତମାନର ମୁମ୍ବାଇ)ର ପ୍ରୋପାଇଟରି ହାଇସ୍କୁଲରୁ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ୧୮ ବର୍ଷ ବୟସରେ ସେ କେମ୍ବ୍ରିଜର ଗନଭିଲେ ଓ କାଇଅସ୍ କଲେଜରେ ଯୋଗଦେଇଥିଲେ । ଇଂଲଣ୍ଡରେ ଥିବା ବେଳେ ସାର ଦୋରାବଜୀ କ୍ରୀଡ଼ା ପ୍ରତି ରହିଥିବା ନିଜ ଭଲ ପାଇବାକୁ ଆବିସ୍କାର କରିଥିଲେ । କେମ୍ବ୍ରିଜରେ ସେ କ୍ରୀଡ଼ାରେ ନିଜକୁ ପ୍ରତିଷ୍ଠିତ କରି କ୍ରିକେଟ୍ ଓ ଫୁଟବଲ୍‌ରେ ସମ୍ମାନ ଜିତିଥିଲେ । ନିଜ କଲେଜ ପାଇଁ ସେ ଟେନିସ୍ ମଧ୍ୟ ଖେଳିଥିଲେ, ଜଣେ ବିଶେଷଜ୍ଞ ନୌକାବାହକ ହେବା ସହିତ ବହୁ ଦୌଡ଼ ପ୍ରତିଯୋଗିତା ଜିତିଥିବା ବେଳେ ଜଣେ ଭଲ ଅଶ୍ୱାରୋହୀ ମଧ୍ୟ ଥିଲେ ।


୧୮୭୯ରେ ସେ ବମ୍ବେ ଫେରିଥିଲେ ଏବଂ ସେଂଟ୍ ଜାଭିୟର କଲେଜରେ ଯୋଗ ଦେଇଥିଲେ ଯେଉଁଠାରୁ ସେ କଳା ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିିଥିଲେ । ନିଜ ସମ୍ପ୍ରସାରିତ ବ୍ୟବସାୟରେ ସାମିଲ କରିବା ବଦଳରେ ଜାମ୍‌ସେତଜୀ ନିଜ ପୁଅଙ୍କୁ ସାମ୍ବାଦିକତାରେ ଅନୁଭୂତିକୁ ବ୍ୟାପକ କରିବା ପାଇଁ ଉତ୍ସାହିତ କରିଥିଲେ ଏବଂ ପରେ ପଣ୍ଡିଚେରି (ବର୍ତମାନର ପୁଡୁଚେରି)ରେ ଏକ ବୟନ ଶିଳ୍ପ ସ୍ଥାପନ କରିବାର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରିଥିଲେ । ଏହା ପରେ ସାର ଦୋରାବଜୀଙ୍କୁ କଂପାନିର ନାଗପୁରରେ ଥିବା ପ୍ରମୁଖ ଏମ୍ପ୍ରେସ୍ ମିଲ୍‌ର ଦେଖାଶୁଣା କରିବାକୁ ପଠାଯାଇଥିଲା । ୩୮ ବର୍ଷ ବୟସରେ ସେ ପୂର୍ବର ମହୀଶୂର ରାଜ୍ୟର ଶିକ୍ଷା ଇନସିପେକ୍ଟର ଜେନେରାଲ ଏଚ୍‌ଜେ ଭାବାଙ୍କ ଝିଅ ମେହେରବାଇ ଭାବାଙ୍କୁ ବିବାହ କରିଥିଲେ ।
ଶିଳ୍ପକୁ ଆଗେଇ ନେବା


ଏହି ସମୟରେ ଜାମସେଦଜୀଙ୍କ ଜୀବନର ତିନୋଟି ମହାନ ଉଦ୍ଦେଶ୍ୟ ଥିଲା: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ଯାହାକି ଭାରତର ଭବିଷ୍ୟତ ପିଢ଼ିଙ୍କୁ ଦେଶର ବୈଜ୍ଞାନିକ ବିକାଶରେ ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ କରିବ, ଏକ ଇସ୍ପାତ କାରଖାନା, ଯାହା ଭାରତର ଶିଳ୍ପ ପରିଚୟ ପ୍ରତିଷ୍ଠା କରିବ ଏବଂ ବମ୍ବେ ନିକଟରେ ଏକ ଅଗ୍ରଣୀ ଜଳ ବିଦ୍ୟୁତ ପ୍ରକଳ୍ପ ।


ବାପାଙ୍କ ଦୂରଦୃଷ୍ଟି ଓ ମୂଲ୍ୟବୋଧ ପ୍ରତି ସାର ଦୋରାବଜୀଙ୍କ ପ୍ରତିବଦ୍ଧତା ଏତେ ଦୃଢ଼ ଥିଲା ଯେ ସେ ସେହି ସମୟରେ ଇସ୍ପାତ କାରଖାନା ଟାଟା ଆଇରନ୍ ଆଣ୍ଡ୍ ଷ୍ଟିଲ୍ କଂପାନି ଲିମିଟେଡ୍ (ଟିସ୍‌କୋ) ଭାବେ ପରିଚିତ ଇସ୍ପାତ କାରଖାନାକୁ ବଂଚାଇବା ଲାଗି ନିଜ ବ୍ୟକ୍ତିଗତ ସମ୍ପତି ବାଜିରେ ଲଗାଇଥିଲେ । ୧୯୨୪ ମସିହା ଯେତେବେଳେ କମ୍ପାନିର ସ୍ଥିତି ଦୁର୍ବଳ ରହିଥିଲା, ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତୀ ସମୟରେ ମଧ୍ୟ ତାଙ୍କ ବ୍ୟବସାୟ ଭାବ ଓ ଦୁଃସାହସ ପାଇଁ କଂପାନିର ସମ୍ପ୍ରସାରଣ କାର୍ଯ୍ୟରେ ପାଂଚଗୁଣା ବୃଦ୍ଧି ଘଟିଥିଲା । ବର୍ଦ୍ଧିତ ଖର୍ଚ୍ଚ ଓ ପାଶ୍ଚାତ୍ୟରେ ପରିବହନ ଓ ଶ୍ରମିକ ଅସୁବିଧା ସାର ଦୋରାବଜୀଙ୍କ ହିସାବକୁ ଗଡ଼ବଡ଼ କରିଥିଲା । ଏହି ସମୟରେ ଟିସ୍‌କୋର ସବୁଠୁ ବଡ଼ ପିଗ୍ ଆଇରନ୍ ଗ୍ରାହକ ଜାପାନ ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥିଲା ଓ ଇସ୍ପାତ ମୂଲ୍ୟ ହ୍ରାସ ପାଇଥିଲା ।


ଏହା ଏପରି ସ୍ଥିତିରେ ପହଂଚିଯାଇଥିଲା ଯେତେବେଳେ ତାଙ୍କ ପାଖରେ ଶ୍ରମିମାନଙ୍କୁ ମଜୁରି ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା । ସାର ଦୋରାବଜୀ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମ୍ପତି, ପ୍ରାୟ ୧ କୋଟି ଟଙ୍କା ଓ ପ୍ରସିଦ୍ଧ ଜୁବୁଲି ହୀରା ସମେତ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଅଳଙ୍କାର ଋଣ ପାଇଁ ବନ୍ଧକ ରଖିଥିଲେ । ଟିସ୍‌କୋକୁ ଅନେକଙ୍କ ସମର୍ଥନ ମିଳିଥିଲା ଓ ଏହା ସଙ୍କଟରୁ ବଂଚିଯାଇଥିଲା ।


ସାର ଦୋରାବଜୀଙ୍କ ନିଃସ୍ୱାର୍ଥପରତା ଓ ଟିସ୍କୋ ପ୍ରତି ନିଷ୍ଠା ଟାଟା ଷ୍ଟିଲ୍‌ର ପରିଚାଳନା କର୍ତୃପକ୍ଷ ଓ କର୍ମଚାରୀଙ୍କଠାରେ ଦେଖିବାକୁ ମିଳୁଛି । କଂପାନି ବିଶ୍ୱସ୍ତରରେ ସବୁଠାରୁ ସମ୍ମାନଜନକ ଏବଂ ମୂଲ୍ୟବାନ ଇସ୍ପାତ କଂପାନି ହେବାକୁ ଅଭିଳାଷ ରଖିଛି । ମୂଲ୍ୟାୟନର ଆକଳନ ପାଇଁ ଅନେକ ମାନଦଣ୍ଡ ଥିବା ବେଳେ ସମ୍ମାନ କିନ୍ତୁ ଚିରସ୍ଥାୟୀ । କିନ୍ତୁ ଛୋଟ ପଦକ୍ଷେପ ଯାହା ଗ୍ରହଣ କରାଯିବା ଦ୍ୱାରା ମୋଟ ଉପରେ ମୂଲ୍ୟଯୋଗ କରିପାରିବ ତାହା ସଂସ୍ଥା ଯେଉଁ ଦିଗରେ ଦିଗରେ ଯିବାକୁ ଚାହୁଛି ସେହି ଦିଗରେ ନେଇପାରିବ । ସାର ଦୋରାବଜୀଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱଙ୍କ ଦୃଷ୍ଟିକୋଣକୁ ଆଧାର କରି ଟାଟା ଷ୍ଟିଲ୍ ଏକ ସଂସ୍କୃତି ପ୍ରତିଷ୍ଠା କରିଛି ଯେଉଁଥିରେ ଛୋଟ ଛୋଟ ଉନ୍ନତିକୁ ଆନୁଷ୍ଠାନିକ ରୂପ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଠିକ୍ କାର୍ଯ୍ୟ କରିବାର ସେହି ସଂସ୍କୃତି ସଂସ୍ଥାର କୋଣ ଅନୁକୋଣରେ ପତିଫଳିତ ହୋଇଛି ।
କ୍ରୀଡ଼ାକ୍ଷେତ୍ରରେ ଉଦ୍ୟମ


ସାର ଦୋରାବଜୀଙ୍କ କ୍ରୀଡ଼ା ପ୍ରତି ଗଭୀର ଭଲ ପାଇବା ଥିଲା । ସେ ଯୁବାବସ୍ଥାରେ କ୍ରୀଡ଼ାର ବିଭିନ୍ନ ଶୃଙ୍ଖଳାରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ଏବଂ ପରବର୍ତୀ ସମୟରେ ଭାରତୀୟ ଅଲିମ୍ପିକ ସଂଘର ଜଣେ ଦୃଢ଼ ପୃଷ୍ଠପୋଷକ ଓ ସମର୍ଥକ ହୋଇଥିଲେ ।


ବାସ୍ତବରେ ସାର ଦୋରାବଜୀଙ୍କ ମହତ ପଦକ୍ଷେପ ପାଇଁ ୧୯୨୦ରେ ଅନ୍ତରୀପ ଅଲିମ୍ପିକ କ୍ରୀଡ଼ା ଭାରତ ଅଂଶଗ୍ରହଣ କରିପାରିଥିଲା । ଭାରତୀୟ ଅଲିମ୍ପିକ ସଂଘର ସଭାପତି ଭାବେ ୧୯୨୪ର ପ୍ୟାରିସ ଅଲିମ୍ପିକକୁ ଭରତୀୟ ଦଳ ଯିବା ପାଇଁ ସେ ଅର୍ଥ ଯୋଗାଇଥିଲେ । ସେ ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଜଣେ ସଦସ୍ୟ ମଧ୍ୟ ଥିଲେ । 


ସାର ଦୋରାବଜୀ ଦେଶର କ୍ରୀଡ଼ା ପ୍ରତିଭାଙ୍କୁ ଅନ୍ୱେଷଣ କରିଥିଲେ । ୟଙ୍ଗ ମେନ୍‌ସ ଖ୍ରିଷ୍ଟିଆନ ଆସୋସିଏସନ୍‌ର ନିର୍ଦ୍ଦେଶକଙ୍କ ଭାରତ ଭ୍ରମଣ ପାଇଁ ସେ ବ୍ୟବସ୍ଥା କରାଯାଇଥିଲେ ଏବଂ ଅଲିମ୍ପିକ ଆନ୍ଦୋଳନର ମହତ୍ୱକୁ ଭାରତୀୟ ଲୋକଙ୍କ ଘରେ ଘରେ ପହଂଚାଇପାରିଥିଲେ । ବମ୍ବେରେ ୱେଲିଙ୍ଗଟନ ସ୍ପୋର୍ଟସ୍ କ୍ଲବ୍‌, ପାର୍ସି ଜିମ୍‌ଖାନା, ହାଇ ସ୍କୁଲ ଆଥଲେଟିକ୍ ଆସୋସିଏସନ ଓ ବମ୍ବେ ପ୍ରେସିଡେନ୍ସି ଅଲିମ୍ପିକ କ୍ରୀଡ଼ା ସଂଘ ଆଦି ସଂଗଠନ ସ୍ଥାପନ କରିବାରେ ସେ ସହଯୋଗ କରିଥିଲେ ।
ତାଙ୍କ ପରମ୍ପରାରେ ଅନୁପ୍ରାଣିତ ହୋଇ ଟାଟା ଷ୍ଟିଲ୍ ଭାରତୀୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି । କଂପାନି ଫୁଟବଲ, ତିରନ୍ଦାଜୀ, ଦୌଡ଼କୁଦ ଏବଂ କ୍ରୀଡ଼ା ଆରୋହଣ ପାଇଁ ଏକାଡେମି ପ୍ରତିଷ୍ଠା କରି ବିଭିନ୍ନ ବିଭାଗରେ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁଛି ।

ଲୋକଙ୍କ ପାଇଁ ଏକ ବିଶ୍ୱାସ
ସାର ଦୋରାବଜୀଙ୍କ ସବୁଠୁ ମୂଲ୍ୟବାନ ପରମ୍ପରା ମଧ୍ୟରୁ ଗୋଟିଏ ଥିଲା ଯଥେଷ୍ଟ ବିଶ୍ୱାସ ସ୍ଥାପନ କରିବା ଯେଉଁଥିପାଇଁ ସେ ନିଜର ମୋତି ଲଗା ଟାଏପିନ୍ ସହିତ ସମସ୍ତ ସମ୍ପତି ବ୍ୟବହାର କରିଥିଲେ । ବାପା ଓ ଭାଇଙ୍କ ଭଳି ସେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ଧନର ଗଠନମୂଳକ ଉପଯୋଗ ହେବା ଉଚିତ । ପତ୍ନୀଙ୍କ ମୃତ୍ୟୁର ଏକ ବର୍ଷରୁ କମ୍ ସମୟ ପରେ ସାର ଦୋରାବଜୀ ତାଙ୍କର ସମସ୍ତ ସମ୍ପତିକୁ ଏକ ଟ୍ରଷ୍ଟ୍‌କୁ ଦେଇଥିଲେ, ଯାହା ସ୍ଥାନ, ଜାତି ଓ ଧର୍ମର କୌଣସି ଭେଦଭାବ ବିନା ଶିକ୍ଷା ଓ ଗବେଷଣାରେ ଉନ୍ନତି, ଦୁଃଖରୁ ମୁକ୍ତି ଏବଂ ଅନ୍ୟାନ୍ୟ ଦାତବ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥିଲା । ସେହି ଦୃଷ୍ଟିକୋଣରୁ ସାର ଦୋରାବଜୀ ଟାଟା ଟ୍ରଷ୍ଟ୍‌ର ସୃଷ୍ଟି ହୋଇଥିଲା ।


ସାର ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟିମାନଙ୍କୁ ଚମତ୍କାର ଜୁବୁଲି ହୀରା ସମେତ ତାଙ୍କ ଜମି, ସେୟାର, ପ୍ରତିଭୂତି ଓ ଅଳଙ୍କାରକୁ ବିକ୍ରି କରିବା ଲାଗି ସଶକ୍ତ କରାଯାଇଥିଲା, କିନ୍ତୁ ଟାଟା ସନ୍ସରେ ଥିବା ସାର ଦୋରାବଜୀ ଟାଟାଙ୍କ ସେୟାର ପ୍ରତ୍ୟାହାର କରିବାର ଅନୁମତି ନଥିଲା । ଏହି ଟ୍ରଷ୍ଟ୍ ଜରିଆରେ ତାଙ୍କ ବାପା ଓ ଆର୍‌ଡି ଟାଟା ୧୮୮୭ରେ ପ୍ରତିଷ୍ଠା କରିଥିବା ମୂଳ କଂପାନିର ସଚ୍ଚୋଟତାକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରିଥିଲେ ।
ନିଜ ପତ୍ନୀଙ୍କ ସ୍ମୃତିରେ ସାର ଦୋରାବଜୀ ଏକ ଟ୍ରଷ୍ଟ-ଦି ଲେଡି ଟାଟା ମେମୋରିଆଲ ଟ୍ରଷ୍ଠ ଗଠନ କରିଥିଲେ ଯାହା ଲିଉକେମିଆ ଉପରେ ଗବେଷଣା ପାଇଁ ପାଣ୍ଠି ଯୋଗାଇ ପାରିଥିଲା । ମହିଳାମାନଙ୍କୁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ ଲେଡି ମେହେରବାଇ ଡି ଟାଟା ଏଜୁକେସନ ଟ୍ରଷ୍ଟ ଏକ ଛୋଟ ଟ୍ରଷ୍ଠ ଭାବେ ଗଠିତ ହୋଇଥିଲା ।


୧୯୩୨ ମସିହା ଏପ୍ରିଲ୍ ୧୧ ତାରିଖଷର ସାରା ଦୋରାବଜୀ ଇଂଲଣ୍ଡରେ ଥିବା ତାଙ୍କ ପତ୍ନଙ୍କର କବର ପରିଦର୍ଶନ କରିବା ଆଶାରେ ୟୁରୋପ ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ୧୯୩୨ ମସିହା ଜୁନ୍ ୩ ତାରିଖରେ ଜର୍ମାନୀର ବ୍ୟାଡ୍ କିସେନଜେନ୍‌ଠାରେ ତାଙ୍କର ଦେହାନ୍ତ ହୋଇଥିଲା । କିଛି ଦିନ ପରେ ତାଙ୍କ ପତ୍ନୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଇଂଲଣ୍ଡର ବ୍ରୁକ୍‌ଉଡ୍ କବରସ୍ଥଳରେ ତାଙ୍କ ପାଖରେ କବର ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

five × 4 =