Uncategorized

ଜାତୀୟ ହସ୍ତତନ୍ତ ଦିବସରେ ଆମାଜନରେ ବିଗ୍‌ରାୟନ୍ ସହ ଓଡ଼ିଶାର ଐତିହ୍ୟ ଅନୁସନ୍ଧାନ କରନ୍ତୁ

ଭୁବନେଶ୍ୱର: ଏହି ଜାତୀୟ ହସ୍ତତନ୍ତ ଦିବସରେ ଆମାଜନ ପକ୍ଷରୁ ନିବେଦିତା ରାୟଙ୍କ ଭଳି ଦୂରଦ୍ରଷ୍ଟାଙ୍କୁ ସମ୍ମାନିତ କରୁଛି ଯିଏ ହସ୍ତତନ୍ତ କାରିଗରଙ୍କ ଉତ୍‌ଥାନ ଉପରେ କାର୍ଯ୍ୟ କରୁଥିବା ବେଳେ ଭାରତର ସମୃଦ୍ଧ ବୟନ ଐତିହ୍ୟକୁ ସଂରକ୍ଷଣ କରୁଛନ୍ତି। କଳାତ୍ମକ ପରମ୍ପରା ପାଇଁ ପରିଚିତ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ବିଗ୍‌ରାୟନ୍ ଉତ୍କୃଷ୍ଟ କାରିଗରୀର ସଂରକ୍ଷଣ ଓ ପ୍ରସାରକୁ ଏହାର ମୂଳମନ୍ତ୍ର କରିଛି। ନିବେଦିତାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ବିଗରାୟନ୍‌ର ଯାତ୍ରା ପାରମ୍ପରିକ ଓ ଆଧୁନିକତା ମଧ୍ୟରେ ଥିବା ଅନ୍ତରକୁ ଦୂର କରିବାର ଅଭିଳାଷ ସହ ଆରମ୍ଭ ହୋଇଥିଲା। ଏହା ବମକାଇ, ଦୋଳବେଦୀ, ସମ୍ବଲପୁରୀ, ଖଣ୍ଡୁଆ ସିଲ୍କ, ଟସର, ପଟ୍ଟଚିତ୍ର, ଦୁପଟ୍ଟା, ଷ୍ଟୋଲ୍ ଓ ଗୃହ ସାଜସଜ୍ଜା ସାମଗ୍ରୀ ଭଳି ହାତବୁଣା ବୟନ ସାମଗ୍ରୀର ଆକର୍ଷଣୀୟ ସମ୍ଭାର ପ୍ରଦାନ କରୁଛି।
ବିଗ୍‌ରାୟନ୍‌ର ଅଭିବୃଦ୍ଧି ଯାତ୍ରାକୁ ୍‌ବରାନ୍ୱିତ କରିବାରେ ଆମାଜନ ପ୍ରମୁଖ ଭୂମିକା ନିର୍ବାହ କରିଛି। ଆମାଜନର ଦୃଢ଼ ଉପସ୍ଥିତି ଓ ଭିତିଭୂମି ତାହାକୁ ବିଶ୍ୱର ଗ୍ରାହକଙ୍କ ସହ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବିଗ୍‌ରାୟନ୍ ପକ୍ଷରୁ ଲଜିଷ୍ଟିକ୍ସ ପରିଚାଳନା ପାଇଁ ଆମାଜ୍ର ଫୁଲ୍‌ଫିଲ୍‌ମେଂଟ୍ ବାଏ ଆମାଜନ୍ ବ୍ୟବହାର କରାଯାଉଛି। ଏହା କମ୍ପାନିକୁ ଗ୍ରାହକମାନଙ୍କ ପାଖରେ ଠିକ୍ ସମୟରେ ଜିନିଷ ପହଂଚାଇବାରେ କମ୍ପାନିକୁ ସକ୍ଷମ କରିଛି। ଆମାଜନର ଉନ୍ନତ ଇନଭେଟୋଂରି ପରିଚାଳନା ଟୁଲ୍ କମ୍ପାନିକୁ ଷ୍ଟକ୍ ପରିଚାଳନାରେ ସହାୟକ ହେଉଛି।
ଆମାଜନର ତଥ୍ୟ ଆଧାରିତ ସୂଚନା କମ୍ପାନିକୁ ବ୍ୟବସାୟ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଆନାଲିଟିକ୍ସ ଜରିଆରେ ନିବେଦିତା ଗ୍ରାହକମାନଙ୍କ ଆଚରଣ, ପ୍ରାଥମିକତା ଓ ବଜାର ଧାରାକୁ ଭଲ ଭାବେ ବୁଝିପାରୁଛନ୍ତି। ସେହି ଜ୍ଞାନ ତାଙ୍କୁ ଉତ୍ପାଦ ବିକାଶ, ମୂଲ୍ୟ ନିର୍ଧାରଣ ଓ ମାର୍କେଟିଂରେ ସହାୟକ ହେଉଛି। ଆମାଜନର ମାର୍କେଟିଂ ଟୁଲ୍ ବ୍ରାଣ୍ଡ୍ ଉପସ୍ଥିତିକୁ ବଢ଼ାଇବା ଓ ବିକ୍ରି ବୃଦ୍ଧିରେ ସହାୟକ ହୋଇଛି। ଚାହୁଥିବା ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ସ୍ପରସର୍ଡ ପ୍ରକଡକ୍ଟସ୍ ଓ ବିଜ୍ଞାପନ ବିକଳ୍ପକୁ ନିବେଦିତା ବ୍ୟବହାର କରୁଛନ୍ତି।
ସ୍ଥାନୀୟ ବୁଣାକାରଙ୍କୁ ସଶକ୍ତ କରିବା ପ୍ରତିବଦ୍ଧତାରେ ବିଗ୍‌ରାୟନ୍ ଅଟଳ ଥିବା ବେଳେ ଏକ ସ୍ଥାୟୀ ବ୍ୟବସ୍ଥା ବିକାଶ କରିବା ଉପରେ ନିବେଦିତାଙ୍କ ବିଶ୍ୱାସ ରହିଛି ଯେଉଁଠାରେ କାରିଗରମାନେ ସଫଳ ହେବା ସହ ପାରମ୍ପରିକ ପଦ୍ଧତି ବଂଚି ରହିବ ଏବଂ ଉଚିତ ମଜୁରୀ ଓ ସହଯୋଗ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ। ଅର୍ଗାନିକ୍ ଫାଇବର ଓ ପ୍ରାକୃତିକ ରଙ୍ଗ ଭଳି ସ୍ଥାୟୀ ଉତ୍ପାଦ ସଂଗ୍ରହକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ହସ୍ତତନ୍ତ ମାର୍କ ଓ ସିଲ୍ମ ମାର୍କ ଭଳି ସାର୍ଟିଫିକେସନ ଗୁଣାତ୍ମକ ପ୍ରତି ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରୁଛି।
୨୦୨୪ରେ ନିବେଦିତା ନିଜ ଉତ୍ପାଦ ବର୍ଗମାଳାକୁ ଗୃହ ସାଜସଜ୍ଜା ଓ ଆସେସୋରିଜ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଛନ୍ତି ଏବଂ ହସ୍ତତନ୍ତର ମାନ ପ୍ରତି ପ୍ରତିବଦ୍ଧ ରହିବାକୁ ନଜର ରଖିଛନ୍ତି। କାରିଗରଙ୍କ ସହ ନିଜ ବ୍ରାଣ୍ଡ ସହଯୋଗିତା ଦୃଢ଼ କରିବାକୁ ସେ ପ୍ରତିବଦ୍ଧ ରହିଛି। ଡିଜିଟାଲ୍ ଟୁଲ୍‌କୁ ନିବେଦିତା ଅନୁସନ୍ଧାନ କରୁଛନ୍ତି। ସ୍ଥାୟୀ ଫେସନରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଭାବେ ବିଗ୍‌ରିୟାନ୍‌କୁ ପ୍ରତିଷ୍ଠିତ କରିବା ପାଇଁ ନିବେଦିତା ହସ୍ତତଦନ୍ତ ଏତିହ୍ୟର ସଂରକ୍ଷଣ ଓ ପ୍ରସାରରେ ନିବେଶ କରିବାକୁ ଯୋଜନା ରଖିଛନ୍ତି। ଏହି ଜାତୀୟ ହସ୍ତତନ୍ତ ଦିବସରେ ଆମାଜନ ପକ୍ଷରୁ ନିବେଦିତାଙ୍କ ଭଳି ଦୂରଦ୍ରଷ୍ଟାଙ୍କ ସହ ଏକ ପରମ୍ପରା ଗଠନ କରିବାକୁ ଲକ୍ଷ୍ୟ ରଖିଛି ଯାହା ସୌନ୍ଦର୍ଯ୍ୟ ଓ ଭାରତର ହସ୍ତତନ୍ତ ପରମ୍ପରାକୁ ପାଳନ କରିବ।

Share

Leave a Reply

Your email address will not be published. Required fields are marked *

three × 2 =