Uncategorized

କରୋମଣ୍ଡଳ ଇଂଟରନ୍ୟାସନାଲ୍ ପକ୍ଷରୁ ଏସ୍ ଶଙ୍କରସୁବ୍ରମଣ୍ୟମଙ୍କୁ ଏମ୍‌ଡି ଓ ସିଇଓ ଭାବେ ପଦୋନ୍ନତି

ଭୁବନେଶ୍ୱର: କରୋମଣ୍ଡଳ ଲିମିଟେଡ୍ ଲିମିଟେଡ୍ (ସିଆଇଏଲ୍‌) ବୋର୍ଡ ପକ୍ଷରୁ କରୋମଣ୍ଡଳ ଇଂଟରନ୍ୟାସନାଲ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍ ସୁବ୍ରମଣ୍ୟମଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ମିଳିଛି।
ଶ୍ରୀ ଶଙ୍କର ସୁବ୍ରମଣ୍ୟମଙ୍କ ପାଖରେ ବ୍ୟାପକ ଅଭିଜ୍ଞତା ରହିଛି। ଜଣେ ମୁଖ୍ୟ ଆର୍ôଥକ ଅଧିକାରୀ ଏବଂ ବ୍ୟବସାୟ ମୁଖ୍ୟ ଭାବେ ସେ ବେଶ୍ ପରିଚିତ। ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଗଣିତ ସ୍ନାତକ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆଣ୍ଡ ମ୍ୟାନେଜମେଂଟ୍ ଆକାଉଂଟାଂଟ୍‌ସ ଅଫ୍ ଇଣ୍ଡିଆର ସଦସ୍ୟ ଏବଂ ୨୦୦୯ ମସିହାରେ ହାର୍ଭାର୍ଡ ବିଜନେସ୍ ସ୍କୁଲରେ ଆଡଭାନ୍ସ ମ୍ୟାନେଜମେଂଟ୍ ପ୍ରୋଗ୍ରାମ (ଏଏମପି) ପାଠପଢ଼ା ଶେଷ କରିଛନ୍ତି।
୧୯୯୩ରୁ ସେ ମୁରୁଗାପା ଗ୍ରୁପ୍ ସହିତ ଯୋଡ଼ିହୋଇଥିଲେ। ସେ ଇଆଇଡି ପ୍ୟାରି (ଇଣ୍ଡିଆ) ଲିମିଟେଡ୍‌ରେ କର୍ପୋରେଟ୍ ଫାଇନାନ୍ସରେ କ୍ୟାରିଅର ଆରମ୍ଭ କରିଥିଲେ। କରୋମଣ୍ଡଳ ଇଂଟରନ୍ୟାସନାଲ୍ ଲିମିଟେଡ୍‌ରେ ୨୦୦୩ରେ ଯୋଗ ଦେବା ପୂର୍ବରୁ ସେ ଉକ୍ତ କମ୍ପାନିରେ ବିଭିନ୍ନ ଭୂମିକାରେ କାର୍ଯ୍ୟ କରିଥିଲେ।
ପୋଷକ ତତ୍ୱ ବିଭାଗର ବ୍ୟବସାୟ ମୁଖ୍ୟ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କରୋମଣ୍ଡଳ ନିଜର ସ୍ଥିତିକୁ ସୁଦୃଢ଼ କରିଛି ଏବଂ ଖଣି କାର୍ଯ୍ୟରେ ପ୍ରବେଶ କରିବା ସହିତ ନାନୋ ଟେକ୍ନୋଲୋଜି ଏବଂ ଡ୍ରୋନ୍ ସିଂଚନ ସେବା ସମେତ ନୂତନ ଉତ୍ପାଦ ପୋର୍ଟଫୋଲିଓରେ ଲାଭଜନକ ଏବଂ ବିବିଧତା ଆଣିପାରିଛି। ସେ ଫର୍ଟିଲାଇଜର ଆସୋସିଏସନ୍ ଅଫ୍ ଇଣ୍ଡିଆ, ଟ୍ୟୁନିସିଆର ଇଣ୍ଡିଆନ୍ ଫର୍ଟିଲାଇଜର ଏସ୍‌.ଏ., ଟ୍ୟୁନିସିଆ ଏବଂ ଦକ୍ଷିଣ ଆଫ୍ରିକାର ଫୋସ୍କୋର୍ (ପିଟିୱାଇ) ଲିମିଟେଡ୍‌ର ବୋର୍ଡରେ କମ୍ପାନିର କେତେକ ସହାୟକ ସଂସ୍ଥା ସହିତ କାର୍ଯ୍ୟ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

18 + twelve =