Uncategorized

ବ୍ରେନ୍‌ବିଜ୍ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅଗଷ୍ଟ ୬, ମଙ୍ଗଳବାର ଖୋଲିବ

ଭୁବନେଶ୍ୱର: ବ୍ରେନ୍‌ବିଜ୍ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅଗଷ୍ଟ ୬ ତାରିଖ, ମଙ୍ଗଳବାର ଦିନ ଖୋଲିବ ଏବଂ ଅଗଷ୍ଟ ୮, ଗୁରୁବାର ଦିନ ବନ୍ଦ ହେବ । ଆଙ୍କର ନିବେଶକମାନେ ଅଗଷ୍ଟ ୫,ସୋମବାର ଦିନ ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୪୪୦ ଟଙ୍କାରୁ ୪୬୫ ଟଙ୍କା ଭିତରେ ରହିବ । ନିବେଶକମାନେ ସର୍ବନିମ୍ନ ୩୨ଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୨ଟି ଲେଖାଏଁ ସେୟାର ଯୋଡ଼ିପାରିବେ ।
ଏହି ଅଫରରେ ୧,୬୬୬ କୋଟି ଟଙ୍କାର ନୂଆ ଇକ୍ୟୁଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୫୪,୩୫୯,୭୩୩ ଇକ୍ୱିଟି ସେୟାର ବିକ୍ରି କରାଯିବ । ଦୁଇ କର୍ପୋରେଟ୍ ଅଂଶଧନକାରୀ ୪୬,୮୧୪,୪୫୮ ଇକ୍ୱିଟି ସେୟାର ଏବଂ ଦୁଇ ବ୍ୟକ୍ତିବିଶେଷ ଅଂଶଧନକାରୀ ୭,୫୪୫,୨୭୫ ଇକ୍ୱିଟି ସେୟାର ବିକ୍ରି କରିବେ ।
ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୩ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିବ । ସେହି ଇକ୍ୱିଟି ସେୟାରକୁ ବାଦ ଦେବା ପରେ ଅବଶିଷ୍ଟ ଇସ୍ୟୁକୁ ନେଟ୍ ଅଫର କୁହାଯିବ ।
ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବିତ ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରାଯିବ । ସେଥିପାଇଁ କମ୍ପାନି ୨୦୨୪ ମେ’ ୧୬ରେ ନୀତିଗତ ମଂଜୁରି ହାସଲ କରିସାରିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ମୋର୍ଗାନ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ଲିମିଟେଡ୍‌, ବିଓଏଫ୍‌ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ଆଭେଣ୍ଡସ୍ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

four × four =