Uncategorized

ବ୍ୟାଙ୍କ ଅଫ୍‌‌ ବରୋଦା ପକ୍ଷରୁ ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ

  • ସାରା ଦେଶର ୭୫ ଲିଡ ଜିଲ୍ଲାରେ ବିଭାଜନ ବିଭୀଷିକା ସ୍ମରଣ ଦିବସରେ ଅଂଶଗ୍ରହଣ
  • ହର ଘର ତ୍ରିରଂଗା ଅଭିଯାନରେ ସାମିଲ
  • ‘ନିଶା ମୁକ୍ତି ଭାରତ ଅଭିଯାନ’ ଅଧୀନରେ ନିଶା ବିରୋଧୀ ଶପଥ ଗ୍ରହଣ

ଭୁବନେଶ୍ୱର/ ମୁମ୍ବାଇ: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ଉଦ୍ୟୋଗ ବ୍ୟାଙ୍କ ଅଫ ବରୋଦା (ବିଓବି) ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ବ୍ୟାଙ୍କର ମୁମ୍ବାଇ ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ ପାତାକା ଉତୋଳନ ସମାରୋହରେ ବ୍ୟାଙ୍କ ପରିଚାଳନା ନିର୍ଦେଶକ ଓ ସିଇଓ ଶ୍ରୀ ଦେବଦତ ଚାନ୍ଦ, ସିଭିଓ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ବ୍ୟାଙ୍କ ଓ ଏହାର କର୍ମଚାରୀମାନେ ‘ହର ଘର ତ୍ରିରଂଗା’ କାର୍ଯ୍ୟକ୍ରମକୁ ଉତ୍ସାହର ସହ ସମର୍ଥନ କରିଥିଲେ। ଏହି ଅଭିଯାନରେ ଅନ୍ୟମାନଙ୍କୁ ନିଜ ଘରେ ଏବଂ କାର୍ଯ୍ୟାଳୟରେ ତ୍ରିରଂଗା ପାତକା ଉଡ଼ାଇବା ଏବଂ ହର ଘର ତ୍ରିରଂଗା ପୋର୍ଟାଲରେ ତାହାର ଫଟୋ ପୋଷ୍ଟ କରିବାକୁ ଉତ୍ସାହିତ କରାଯାଇଥିଲା ଯାହା ଗଭୀର ଦେଶାତ୍ମବୋଧକ ଭାବକୁ ଦର୍ଶାଉଛି।

ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ‘ବିଭାଜନ ବିଭୀଷିକା ସ୍ମରଣ ଦିବସ’ ମଧ୍ୟ ପାଳନ କରାଯାଇଥିଲା ଯେଉଁଥିରେ ବ୍ୟାଙ୍କର କର୍ପୋରେଟ କାର୍ଯ୍ୟାଳୟ ଓ ସାରା ଦେଶରେ ଥିବା ୭୫ ଲିଡ ଜିଲ୍ଲାରେ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଭାଜନ ସମୟରେ ‌ନିୟୁତାଧିକ ଲୋକ ଭୋଗିଥିବା ଦୁଃଖ ଓ ଯନ୍ତ୍ରଣା ଉପରେ ଆଲୋକପାତ କରିବା ଥିଲା ବିଭାଜନ ବିଭୀଶିକା ସ୍ମରଣ ଦିବସ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରଦର୍ଶନୀ ଭାରତର ବିଭାଜନ କାହାଣୀ ବର୍ଣ୍ଣନା କରିଥିଲା ଏବଂ ପୀଡ଼ିତ ଓ ସେମାନଙ୍କ ତ୍ୟାଗକୁ ଏହା ପାଳନ କରିଥିବା ବେଳେ ଭାରତୀୟଙ୍କ ମଧ୍ୟରେ ଏକତା ଓ ଏକତ୍ୱର ଭାବ ଜାଗ୍ରତ କରିଥିଲା।

ଏହି ପ୍ରଦର୍ଶନୀକୁ ଉଦଘାଟନ କରିବା ଲାଗି ବ୍ୟାଙ୍କ ପକ୍ଷରୁ ବିଶିଷ୍ଟ ସ୍ଥାନୀୟ ଅତିଥିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ବ୍ୟାଙ୍କର ମୁମ୍ବାଇ କର୍ପୋରେଟ କାର୍ଯ୍ୟାଳୟରେ ୧୯୭୧ ଯୁଦ୍ଧର ବର୍ଷୀୟାନ ବ୍ରିଗେଡିୟର ଏସ ଡି ସାଲୋଖେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ସିଇଓ ଶ୍ରୀ ଦେବଦତ ଚାନ୍ଦ କହିଛନ୍ତି ଯେ, ‘ଆମେ ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଯେଉଁମାନେ ସେଥିପାଇଁ ଯନ୍ତ୍ରଣା ସହିଥିଲେ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ଯେଉଁଠାରେ ସମସ୍ତଙ୍କ ପ୍ରତି ସମ୍ମାନ ଥିବ ସେଭଳି ଏକ ଭବିଷ୍ୟତ ପ୍ରତି ଆମକୁ ପ୍ରତିବଦ୍ଧ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହା କରିବା ଦ୍ୱାରା ଆମେ କେବଳ ଅତୀତର ସ୍ମୃତିକୁ ପାଳନ କରୁନାହୁ, ବରଂ ଅଧିକ ଦୟା ଓ ଏକତାର ଏକ ସମାଜ ପ୍ରତି ଯୋଗଦାନ ଦେଉଛୁ। ହର ଘର ତ୍ରିରଂଗା ଅଭିଯାନରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବାକୁ ସେ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ‘ନିଶା ମୁକ୍ତି ଭାରତ ମୁକ୍ତି’ ଅଭିଯାନର ଅଂଶ ସ୍ୱରୂପ ସାରା ଭାରତରେ ବ୍ୟାଙ୍କ ଅଫ ବରୋଦା କର୍ମଚାରୀମାନେ ନିଶା ବିରୋଧ ଶପଥ ଗ୍ରହଣ କରିଥିଲେ। ଏହି ଅଭିଯାନର ବିଷୟବସ୍ତୁ ଥିଲା ‘ବିକଶିତ ଭାରତର ମନ୍ତ୍ର, ଭାରତ ହେଉ ନିଶାରୁ ସ୍ୱାଧୀନ’।

Share

Leave a Reply

Your email address will not be published. Required fields are marked *

3 × 2 =