Uncategorized

ବନ୍ଧନ ବ୍ୟାଙ୍କ ପକ୍ଷରୁ ଏଫ୍‌ଡି ଉପରେ ୮.୫୦% ପର୍ଯ୍ୟନ୍ତ ସୁଧ ପ୍ରଦାନ

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୧ ବର୍ଷ ୯ ମାସର ନୂଆ ଫିକ୍ସଡ୍ ଜମା (ଏଫ୍‌ଡି) ଉପରେ ଆକର୍ଷଣୀୟ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଘୋଷଣା କରାଯାଇଛି। ୧ ବର୍ଷ ୯ ମାସ ଫିକ୍ସଡ୍ ଡିପୋଜିଟ୍ ଉପରେ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ୮.୫୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି। ସମାନ ଅବଧିର ଏଫ୍‌ଡି ଉପରେ ଅନ୍ୟ ଗାହକମାନେ ୮ ପ୍ରତିଶତ ସୁଧ ପାଇପାରିବେ। ସଂଚୟ ଖାତା ଉପର ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖିଥିବା ଗ୍ରାହକମାନଙ୍କୁ ବନ୍ଧନ ବ୍ୟାଙ୍କ ବାଲାନ୍ସ ଉପରେ ୭ ପ୍ରତିଶତ ସୁଧ ପ୍ରଦାନ କରୁଛି।
ବନ୍ଧନ ବ୍ୟାଙ୍କ ପକ୍ଷରୁ ୧ ବର୍ଷ ୯ ରୁ ଆରମ୍ଭ କରି ୫ ବର୍ଷରୁ କମ୍ ଅବଧିର ଦୀର୍ଘକାଳୀନ ଜମା ଉପରେ ବରିଷ୍ଠ ନାଗରିକମାନଙ୍କୁ ୭.୭୫ ପ୍ରତିଶତର ଆକର୍ଷଣୀୟ ସୁଧ ପ୍ରଦାନ କରାଯାଉଛି। ଅନ୍ୟମାନଙ୍କୁ ସେହି ମିଆଦୀ ଜମା ଉପରେ ୭.୨୫ ପ୍ରତିଶତ ସୁଧ ଦିଆଯାଉଛି।
ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ୭ ଦିନରୁ ୧୪ ଦିନ ପର୍ଯ୍ୟନ୍ତ ଜମା ଉପରେ ୩.୭୫ ପ୍ରତିଶତ, ୧୫ରୁ ୩୦ ଦିନିଆ ଜମା ଉପରେ ୩.୭୫ ପ୍ରତିଶତ, ୩୧ ଦିନିଆରୁ ୨ ମାସରୁ କମ୍ ଜମା ଉପରେ ୪.୨୫ ପ୍ରତିଶତ, ୨ ରୁ ଅଧିକ ୩ ମାସରୁ କମ୍ ଜମା ଉପରେ ୫.୨୫ ପ୍ରତିଶତ, ୩ ରୁ ଅଧିକ ଓ ୬ ମାସରୁ କମ୍ ଜମା ଉପରେ ୫.୨୫ ପ୍ରତିଶତ, ୬ ମାସରୁ ଅଧିକ ଓ ୧ ବର୍ଷରୁ କମ୍ ଜମା ଉପରେ ୫.୨୫ ପ୍ରତିଶତ, ୧ ବର୍ଷରୁ ଅଧିକ ଏବଂ ୧.୯ ମାସରୁ କମ୍ ଜମା ଉପରେ ୭.୭୫ ପ୍ରତିଶତ, ୧ ବର୍ଷ ୯ ମାସ ଜମା ଉପରେ ୮.୫୦ ପ୍ରତିଶତ, ୧ ବର୍ଷ ୯ ମାସରୁ ଅଧିକ ଓ ୨ ବର୍ଷରୁ କମ୍ ଜମା ଉପରେ ୭.୭୫ ପ୍ରତିଶତ, ୨ ରୁ ଅଧିକ ଓ ତିନି ବର୍ଷରୁ କମ୍ ଜମା ଉପରେ ୭.୭୫ ପ୍ରତିଶତ, ୩ରୁ ଅଧିକ ଓ ୫ ବର୍ଷରୁ କମ୍ ଜମା ଉପରେ ୭.୭୫ ପ୍ରତିଶତ ଏବଂ ୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଜମା ଉପରେ ୬.୬୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଇଡି ଓ ସିଇଓ ରାଜିନ୍ଦର ବବର୍ କହିଛନ୍ତି ଯେ, “ଉଦୀୟମାନ ବଜାର ସ୍ଥିତି ପ୍ରତି ପ୍ରତିକ୍ରିୟ ଓ ଆମ ଗ୍ରାହକମାନଙ୍କ ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ନୂଆ ଫିକ୍ସଡ୍ ଡିପୋଜିଟ୍ ବକେଟ୍ ଘୋଷଣା କରି ବନ୍ଧନ ବ୍ୟାଙ୍କ ରୋମାଂଚିତ। ଏହି ଅଭିନବ ଦର୍ଶନ ଆମର “ଲାଏବିଲିଟି ଫାଷ୍ଟ” ରଣନୀତିର ପ୍ରତୀକ ଯାହାକୁ ଉନ୍ନତ ରିଟର୍ଣ୍ଣ ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଆମ ଆର୍ଥିକ ଦାୟିତ୍ୱ ଓ ଗ୍ରାହକମାନଙ୍କ ଆବଶ୍ୟକତାକୁ ଭଲ ଭାବେ ବୁଝିପାରି ଆମର ଜମା ପ୍ରଦାନ କରାଯାଉଥିବା ବେଳେ ଆମେ ଉଭୟ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ସୁଧ ହାର ଓ ଉଲ୍ଲେଖନୀୟ ସେବା ପ୍ରଦାନ କରିବାକୁ ଚାହୁଁଛୁ। ଆମର ଲକ୍ଷ୍ୟ ହେଉଛି ଆମ ଜମା ଉତ୍ପାଦ କେବଳ ଆମ ମୂଲ୍ୟବାନ ଗ୍ରାହକଙ୍କ ଅଭିଳାଷ ପୂରଣ କରିବ ନାହିଁ, ବରଂ ଆମକୁ ଆର୍ଥିକ ଭରସାଯୋଗ୍ୟ ଓ ଗ୍ରାହକ କୈନ୍ଦ୍ରୀକ ସମାଧାନର ଲିଡର୍ ଭାବେ ଉପସ୍ଥାପନ କରିବାକୁ ସୁନିଶ୍ଚିତ କରିବ।”
ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ନିଜ ଘରେ କିମ୍ବା ଅଫିସରେ ଇଂଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ଏମ୍‌-ବନ୍ଧନ ମୋବାଇଲ୍ ଆପ୍ ଜରିଆରେ ଏଫ୍‌ଡି ବୁକିଂ କିମ୍ବା ନିବେଶ କରିବାର ଲାଭ ଉପଭୋଗ କରିପାରିବେ। ଏହି ଅନଲାଇନ୍ ପ୍ରକ୍ରିୟାରେ ଗ୍ରାହକମାନେ କିଛି ମିନିଟ୍‌ରେ ଅତି ସହଜରେ ଏଫ୍‌ଡି ବୁକିଂ କରିପାରିବେ।

Share

Leave a Reply

Your email address will not be published. Required fields are marked *

two × one =