Uncategorized

ବନ୍ଧନ ବ୍ୟାଙ୍କ ପକ୍ଷରୁ ଭାରତ କ୍ୟୁଆର୍ କୋଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଏହାର ଚଳନ୍ତୀ ଖାତା ଓ ସଂଚୟ ଖାତା ଗ୍ରାହକମାନଙ୍କ ପାଇଁ ଭାରତ କ୍ୟୁଆର୍ କୋଡ୍ ଜରିଆରେ ନୂଆ ପେମେଂଟ୍ ସମାଧାନର ଶୁଭାରମ୍ଭ ଘୋଷଣା କରାଯାଇଛି । ଯେକୌଣସି ମର୍ଚାଂଟ୍ ଆଉଟ୍‌ଲେଟ୍‌ରେ ପେମେଂଟ୍ କରିବାରେ ଏହି ସୁବିଧା ଏହି ବର୍ଗର ସ୍ୱାବଲମ୍ବୀ ଗ୍ରାହକମାନଙ୍କ ଲାଗି ସହଜ ହେବ । ପ୍ରତି ପେମେଂଟ୍ ପରେ ଏକ ଛୋଟ ସ୍ପିକର୍ ଜରିଆରେ ପେମେଂଟ୍ ହୋଇଥିବାର ସୂଚନା ପ୍ରାପ୍ତ ହେବ ।
ନିଜର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ ନ କରି ଗ୍ରାହକମାନେ ଯେକୌଣସି ବ୍ୟାଙ୍କିଙ୍ଗ ଆପ୍ କିମ୍ବା ୟୁପିଆଇ ଆପ୍ ଜରିଆରେ ପେମେଂଟ୍ କରିପାରିବେ । ପେମେଂଟ୍ କରିବା ଲାଗି ଭାରତ କ୍ୟୁଆର୍ ହେଉଛି ଏକ ଅତ୍ୟଧିକ ସୁରକ୍ଷିତ ଓ ଦ୍ରୁତ ଆପ୍ । ଛୋଟ ହୁଅନ୍ତୁ କିମ୍ବା ବଡ଼ ରିଟେଲର୍ ଫର୍ମାଟ୍‌ର ଷ୍ଟୋର୍‌, ମର୍ଚାଂଟ୍‌ମାନେ ଏହି ସମାଧାନ ଦ୍ୱାରା ଉପକୃତ ହେବେ ।
ଡିଜିଟାଲ୍ ନବସୃଜନ ଆଗକୁ ବଢ଼ୁଥିବା ବେଳେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ନିରବଚ୍ଛିନ୍ନ ଡିଜିଟାଲ୍ ଅଭିଜ୍ଞତା ଜରିଆରେ ବ୍ୟାଙ୍କିଙ୍ଗର ଭବିଷ୍ୟତ ବଦଳାଇବାରେ ଅଗ୍ରଣୀ ରହିଛି ବନ୍ଧନ ବ୍ୟାଙ୍କ୍ । ଏହି ଅଭିଯାନ ଜରିଆରେ ବ୍ୟାଙ୍କ ଉଭୟ ମର୍ଚାଂଟ୍ ଏବଂ ଗ୍ରାହକମାନଙ୍କୁ ବିଭିନ୍ନ ମାଧ୍ୟମରେ ଭିନ୍ନ ଭିନ୍ନ ପେମେଂଟ୍ ସୁବିଧା ପ୍ରଦାନ କରି ସେମାନଙ୍କୁ ଶ୍ରେଷ୍ଠ ସମ୍ଭବ ପେମେଂଟ୍ ସମାଧାନ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଏହା ଆମର ଉଭୟ ପୁରୁଣା ଓ ନୂଆ ଗ୍ରାହକଙ୍କ ସୁବିଧା ପ୍ରଦାନ କରିବ ।
ବନ୍ଧନ ବ୍ୟାଙ୍କର ଇଡି ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ରାଜିନ୍ଦର ବବର୍ କହିଛନ୍ତି ଯେ, “ଆମ ମୂଲ୍ୟବାନ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଭାରତ କ୍ୟୁଆର୍ କୋଡ୍ (ବିକ୍ୟୁଆର୍‌)ର ଶୁଭାରମ୍ଭ ସହିତ ଆମେ ଏକ ଦୃଢ଼ ପେମେଂଟ୍ ସମାଧାନ ପ୍ରଦାନ କରିବାକୁ ଚାହୁଛୁ ଯାହା ଗ୍ରାହକମାନଙ୍କୁ ସୁବିଧାଜନକ ପେମେଂଟ ମାଧ୍ୟମ ପ୍ରଦାନ କରିବାରେ ମର୍ଚାଂଟମାନଙ୍କୁ ସଶକ୍ତ କରିବ । ଉନ୍ନତ ପ୍ରଯୁକ୍ତି ଓ ଗ୍ରାହକ କୈନ୍ଦ୍ରୀକ ସମାଧାନରେ ନିରନ୍ତର ନିବେଶ ଜରିଆରେ ଆମେ ଗ୍ରାହକମାନଙ୍କ ଲାଗି ଏକ ନିରବଚ୍ଛିନ୍ନ, ଦୃଢ଼ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ ଅନୁଭୂତି ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ପ୍ରଦାନ କରିବାକୁ ଚାହୁଛୁ ।’’
ଏହି ଉତ୍ପାଦଗୁଡ଼ିକର ଶୁଭାରମ୍ଭ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନବସୃଜନ ଓ ଗ୍ରାହକ କୈନ୍ଦ୍ରୀକତା ପାଇଁ ବ୍ୟାଙ୍କର ରହିଥିବା ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାର ପ୍ରମାଣ ।

Share

Leave a Reply

Your email address will not be published. Required fields are marked *

5 × 1 =