Uncategorized

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ ଆକ୍ସିସ୍ କଞ୍ଜପ୍‌ସନ୍ ଫଣ୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଲୋକମାନଙ୍କ ଆୟରେ ବୃଦ୍ଧି, ଦ୍ରୁତ ସହରୀକରଣ ଓ ବର୍ଦ୍ଧିତ ମଧ୍ୟବିତ ବର୍ଗ ପାଇଁ ଭାରତର ଅର୍ଥନୀତିରେ ଦ୍ରୁତ ଗତିରେ ରୂପାନ୍ତରଣ ଜାରି ରହିଛି। ଭାରତୀୟ ଉପଯୋଗିତା କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ନିବେଶକମାନଙ୍କୁ ଅନେକ କିଛି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଅଗ୍ରଣୀ ମ୍ୟୁଚୁଆଲ୍ ଫଣ୍ଡ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ ଆକ୍ସିସ୍ କଞ୍ଜପ୍‌ସନ୍ ଫଣ୍ଡର ଶୁଭାରମ୍ଭ କରାଯାଇଛି।
ନୂଆ ଫଣ୍ଡ ଅଫରକୁ ନିଫ୍‌ଟି ଇଣ୍ଡିଆ କଞ୍ଜପ୍‌ସନ୍ ଟିଆର୍‌ଆଇରେ ବେଂଚ୍‌ମାର୍କ କରାଯାଇଛି ଯାହାର ସବ୍‌ସ୍କ୍ରିପ୍‌ସନ୍ ୨୦୨୪ ଅଗଷ୍ଟ ୨୩ରେ ଖୋଲିବ ଏବଂ ସେପ୍ଟେମ୍ବର ୬ରେ ବନ୍ଦ ହେବ। ଏହି ଫଣ୍ଡକୁ ଶ୍ରୀ ହିତେଶ ଦାସ, ଶ୍ରୀ ଶ୍ରେୟସ୍ ଦେବାଲକର ଓ ଶ୍ରୀ କ୍ରିଷ୍ଣା ନାରାୟଣ ପରିଚାଳନା କରିପାରିବେ। ଥେମାଟିକ୍ ବର୍ଗର ଏହି ଫଣ୍ଡରେ ସର୍ବନିମ୍ନ ୧୦୦ ଟଙ୍କା ନିବେଶ କରାଯାଇପାରିବ ଏବଂ ଏହା ପରେ ୧ ଟଙ୍କାର ଗୁଣିତକ ହିସାବରେ ଅଧିକ ଟଙ୍କା ଯୋଡ଼ାଯାଇପାରିବ। ନିବେଶ କରିବାର ସାଧାରଣ ଅବଧି ୫ ବର୍ଷରୁ ଅଧିକ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ନିବେଶ ଅଧିକାରୀ ଶ୍ରୀ ଆଶିଷ ଗୁପ୍ତା କହିଛନ୍ତି ଯେ, “ଭାରତର ଉଦୀୟମାନ ଉପଯୋଗିତା ଧାରା ହେଉଛି ଭାରତୀୟ ଅଭିବୃଦ୍ଧି କାହାଣୀର ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ ଲୋକମାନଙ୍କ ଅଭିଳାଷ ଓ ଖର୍ଚ୍ଚ କରିବା ଶକ୍ତି ବଢ଼ୁଥିବା ବେଳେ କମ୍ପାନିଗୁଡ଼ିକ ଅଭିବୃଦ୍ଧି ବଜାୟ ରଖିବା ସ୍ଥିତିରେ ରହିଛନ୍ତି। ଏହି ଧାରାରେ ଅଂଶଗ୍ରହଣ କରିବା ଲାଗି ଆକ୍ସିସ୍ କଞ୍ଜପ୍‌ସନ୍ ଫଣ୍ଡ ନିବେଶକମାନଙ୍କୁ ସୁଯୋଗ ପ୍ରଦାନ କରୁଛି ଏବଂ ଏହା ଏକଦୃଢ଼ ପୋର୍ଟଫୋଲିଓ ଗଠନ କରିବାକୁ ଲକ୍ଷ୍ୟ ରଖିଛି ଯାହା ଚମତ୍କାର ଅଭିବୃଦ୍ଧିକୁ ବଜାୟ ରଖିବ। ଏହି ଫଣ୍ଡରେ ବର୍ତମାନର ଉପଯୋଗିତା ଧାରା ପ୍ରତିଫଳିତ ହେବ ଏବଂ ତାହା ଭବିଷ୍ୟତ ଅଭିବୃଦ୍ଧି ସମ୍ଭାବନାକୁ ଜଣାଇବ ଯାହା ଫଳରେ ଆମ ନିବେଶକମାନେ ଭାରତୀୟ ଅର୍ଥନୀତିର ରୂପାନ୍ତରଣରୁ ଉପକୃତ ହେବେ। ଏହି ଦର୍ଶନ ଆମ ଦେଶର ପ୍ରଗତିର ମୂଳ ବାହକ ସହିତ ସମନ୍ୱିତ ରହିଛି ଯାହା ଦୀର୍ଘମିଆଦୀ ସଂପତି ସୃଷ୍ଟି ଲାଗି ୍‌ସ୍ୱତନ୍ତ୍ର ଅବସର ପ୍ରଦାନ କରୁଛି।’’
ଆକ୍ସିସ୍ କଞ୍ଜପ୍‌ସନ୍ ଫଣ୍ଡରେ କ୍ରୀଡ଼ା ଶକ୍ତି ପାନୀୟ, କୋଲ୍ଡ ପ୍ରେସଡ୍ ଅଏଲ୍‌, ପୋଷାକ, ଟାଇଲ୍‌, ସାନିଟାରି ଓୟାର,ବୟନ, ଜୋତା, ଗହଣା, ରିଅଲଇଷ୍ଟେଟ, ଲାଇଫ୍ ଷ୍ଟାଇଲ୍‌, ଅନଲାଇନ୍ ଫେସନ୍‌, ଗ୍ରୋସେରି ଓ କ୍ୱିକ୍ କମର୍ସ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଅଟୋମୋବାଇଲ୍‌, ଏଫ୍‌ଏମ୍‌ସିଜି, ବିଉଟି ଓ ପର୍ସନାଲ୍ କେୟାର ଉପରେ ମଧ୍ୟ ଧ୍ୟାନ ରହିବ।
ଆକ୍ସିସ୍ ଏଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ବି ଗୋପକୁମାର କହିଛନ୍ତି ଯେ, “ଅର୍ଥନୈତିକ ଯାତ୍ରାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ରହିଛି। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଆମେ ଆଗକୁ ବଢ଼ୁଥିବା ବେଳେ ସ୍ଥାନୀୟ ବଜାରର ସ୍ଥାୟିତ୍ୱ ଓ ଅଭିବୃଦ୍ଧି ସମ୍ଭାବନା ବେଶ୍ ଚମତ୍କାର ରହିଛି ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା। ଆମ ଦେଶର ସାମ୍ପ୍ରତିକ କାହାଣୀର ପ୍ରତିଫଳନ ହେଉଛି ଆକ୍ସିସ୍ କଞ୍ଜପ୍‌ସନ୍ ଫଣ୍ଡ। ଭାରତର ବର୍ଦ୍ଧିତ ଉପଭୋକ୍ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ମୂଲ୍ୟକୁ ଏହା ଧରି ରଖିବ। ଇକ୍ୱିଟି ବଜାରରେ ବ୍ୟାପକ ଅଭିଜ୍ଞତା ଥିବା ଫଣ୍ଡ ମ୍ୟାନେଜରମାନଙ୍କ ଏକ ଶ୍ରେଷ୍ଠ ଟିମ୍ ଆମ ପାଖରେ ରହିଛି ଯେଊଁମାନେ ଏହି ପାଣ୍ଠିର ପରିଚାଳନା କରିବେ। ସେମାନଙ୍କ ମାର୍ଗଦର୍ଶନରେ ଏହି ଫଣ୍ଡ ବିବିଧ ପୋର୍ଟଫୋଲିଓ ଗଠନ କରି ନିବେଶକମାନେ ନିବେଶର ଉପଯୁକ୍ତ ମାଧ୍ୟମ ପ୍ରଦାନ କରିବ ଯେଉଁତିରେ ଭାରତୀୟ ବଜାରରେ ସୁଯୋଗ ପ୍ରତିଫଳିତ ହେବ।’’

Share

Leave a Reply

Your email address will not be published. Required fields are marked *

4 × two =