Uncategorized

ଆକ୍ସିସ୍ ବ୍ୟାଙ୍କର ୨୦୨୪-୨୫ ପ୍ରଥମ ତ୍ରୈମାସିକରେ ୧୬% ବୃଦ୍ଧି ସହ ୯,୬୩୭ କୋଟି ଟଙ୍କାର ମୂଳ ପରିଚାଳନା ଲାଭ


ଭୁବେନଶ୍ୱର: ଭାରତର ଅନ୍ୟତମ ବୃହତ୍ତମ ଘେରାଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବଷର୍ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ଏହି ଅବଧେôର ବ୍ୟାଙ୍କର ମୁଖ୍ୟ ପରିଚାଳନା ଲାଭ ବାର୍ଷିକ ୧୬% ବୃଦ୍ଧି ପାଇ ୯,୬୩୭ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କ ୬,୦୩୫ କୋଟି ଟଙ୍କାର ନିଟ୍ ଲାଭ କରିଛି ଯାହା ଆର୍ଥିକ ବର୍ଷ ୨୦୨୩-୨୪ ପ୍ରଥମ ତ୍ରୟମାସେର ୫,୭୯୭ କୋଟି ଟଙ୍କା ଥିଲା । ବ୍ୟାଙ୍କର ନିଟ୍ ସୁଧ ଆୟ (ଏନଆଇଆଇ) ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକେର ୧୨% ବାର୍ଷିକ ବୃଦ୍ଧି ପାଇ ୧୩,୪୪୮ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର ନିଟ୍ ସୁଧ ମାର୍ଜିନ୍ (ଏନ୍ ଆଇଏମ୍ ) ୪.୦୫% ରହିଥିଲା ।
କାସା ଜମା ରାଶି ବାର୍ଷିକ ୪% ବୃଦ୍ଧି ପାଇଥିବା େବେଳ କାସା ଅନୁପାତ ୪୨% ରହିଛି । ବ୍ୟାଙ୍କର ପରିଚାଳନା ରାଜସ୍ୱ ଆର୍ଥିକ ବଷର୍ର ପ୍ରଥମ ତ୍ରୈମାସିକେର ୧୭,୦୪୬ କୋଟି ଟଙ୍କାରୁ ୧୩% ବୃଦ୍ଧି ପାଇ ୧୯,୨୩୨ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କ ମୋଟ ଏନପିଏ ଏବଂ ନିଟ ଏନପିଏ ସ୍ତର ଯଥାକ୍ରେମ ୧.୫୪% ଏବଂ ୦.୩୪% ରହିଛି ଯାହା ପୂବର୍ବର୍ଷ ଏହି ୧.୯୬% ଏବଂ ୦.୪୧% ଥିଲା । ବ୍ୟାଙ୍କର ଫି ଆୟ ବାର୍ଷିକ ୧୬% ବୃଦ୍ଧି ପାଇ ୫,୨୦୪ କୋଟି ଟଙ୍କାରେ ପହଞ୍ଚିଛି । ଖୁଚୁରା ଶୁଳ୍କ ବାର୍ଷିକ ୧୮% ବୃଦ୍ଧି ପାଇଛି ଏବଂ ଏହା ବ୍ୟାଙ୍କର ମୋଟ ଶୁଳ୍କ ଆୟର ୭୧% ରହିଛି ।
ଜୁନ୍ ୩୦ ଶେଷ ସୁଦ୍ଧା ବ୍ୟାଙ୍କର ପରିଚାଳନା ଅଧୀନ ସଂପତି ୫,୯୯,୧୦୮ କୋଟି ଟଙ୍କା ହୋଇଛି ଯାହା ବାର୍ଷିକ ୪୦% ବୃଦ୍ଧି ପାଇଛି । ଉଚ୍ଚ ଓ ଅତ୍ୟାଧୁନିକ ସଂପତି ସମ୍ପନ୍ନ ଗ୍ରାହକଙ୍କ ପାଇଁ ବ୍ୟାଙ୍କର ପ୍ରସ୍ତାବ ବରଗୁଣ୍ଡି ପ୍ରାେଇଭଟ୍ ୧୩,୦୭୧ ପରିବାରକୁ ଅନ୍ତର୍ଭୁକ୍ତ କରିଛି । ୨୦୨୪ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କର ୫,୪୨୭ଟି ଘେରାଇ ଶାଖା ଏବଂ ସମ୍ପ୍ରସାରଣ କାଉଣ୍ଟର ସହିତ ୨,୯୮୭ଟି କେନ୍ଦ୍ରେର ୧୮୨ଟି ବିଜେନସ୍ କରିସ୍ପେଣ୍ଡଣ୍ଟ୍ ବ୍ୟାଙ୍କିଙ୍ଗ୍ କରିସ୍ପେଣ୍ଡଣ୍ଟ୍ (ବିସିବିଓ)ର ନେଟୱାର୍କ ରହିଛି ।
ଆକ୍ସିସ ବ୍ୟାଙ୍କର ଏମଡି ତଥା ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ସିଟି ଇଣ୍ଟେିଗ୍ରସନର ଶେଷ ପର୍ଯ୍ୟାୟ ପାଇଁ ସମସ୍ତ ଦଳକୁ ଏକାଠି କାମ କରିବା ଦିଗେର ଶେଷ ତ୍ରୈମାସିକ ଗୁରୁତ୍ୱପୂର୍ଣ୍ଣ ଥିଲା । ମୁଁ ଆନନ୍ଦିତ ଯେ ଏକୀକରଣ ସମ୍ପନ୍ନ ହୋଇଛି ଏବଂ ପରିବତର୍ନର ଆକାର ଏବଂ ବ୍ୟାପକତାକୁ ଦୃଷ୍ଟେିର ରଖି ଏହା ମୁଖ୍ୟତଃ ନିରବଚ୍ଛିନ୍ନ ଥିଲା । ଏହା ସମ୍ଭବ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ଟିମ୍ ଏବଂ ଆମର ୨ ନିୟୁତ ନୂଆ ଗ୍ରାହକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଯେ ସେମୋନ ଆମ ଉପେର ବିଶ୍ୱାସ ଏବଂ ବିଶ୍ୱାସ ରଖିଛନ୍ତି ।”

Share

Leave a Reply

Your email address will not be published. Required fields are marked *

16 − two =