Uncategorized

ଆଭାନ୍‌ସେ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରୁଥିବା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଆଭାନ୍‌ସେ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କ୍ରିସିଲ୍ ରିପୋର୍ଟ ଅନୁସାରେ ଆଭାନ୍‌ସେ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଏନ୍‌ବିଏଫ୍‌ସି । ୨୦୨୩ ଆର୍ଥିକ ବର୍ଷରେ ଏହା ଦ୍ୱିତୀୟ ସର୍ବାଧିକ ଆବଂଟନ କରିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଶିକ୍ଷା ଏନ୍‌ବିଏଫ୍‌ସି ଭାବେ ଦ୍ୱିତୀୟ ସର୍ବାଧିକ ଟିକସ ପରବର୍ତୀ ଲାଭ ହାସଲ କରିଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଭିବୃଦ୍ଧି ପୁଞ୍ଜି ଓ ଭିତିଭୂମି ବିକାଶ ପୁଞ୍ଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସୁବିଧା ଏହା ପ୍ରଦାନ କରୁଛି । ବିଦେଶ ପାଠପଢ଼ା ଲାଗି ଏହା ଛାତ୍ରଛାତ୍ରୀମାନଙ୍କୁ ଋଣ ପ୍ରଦାନ କରୁଛି ।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ ଜରିଆରେ ୩୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଯେଉଁଥିରେ ୧୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଂଶଧନକାରୀମାନେ ୨୫୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଅଲିଭ୍ ଭାଇନ୍ ଇନଭେଷ୍ଟମେଂଟ୍ ଲିମିଟେଡ୍ ପକ୍ଷରୁ ୧୭୫୮ କୋଟି ଟଙ୍କାର ଇକ୍ୱିଟି ସେୟାର, ଇଂଟରନ୍ୟାସନାଲ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ୩୪୨ କୋଟି ଟଙ୍କାର ଇକ୍ୱିଟି ସେୟାର,ଆଇଏଫସି ସହ ମିଶି କେଦାର କ୍ୟାପିଟାଲ୍ ଗ୍ରୋଥ୍ ୩ ଏଲ୍‌ଏଲ୍‌ପି ପକ୍ଷରୁ ୪୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ ।
କମ୍ପାନିର ପ୍ରମୋଟର ହେଉଛି ଅଲିଭ୍ ଭାଇନ୍ ଇନଭେଷ୍ଟମେଂଟ୍ ଲିମିଟେଡ୍ । ଆଇପିଓରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ନିଜର ଭବିଷ୍ୟତ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ପାଣ୍ଠି ଆଧାର ବଢ଼ାଇବାରେ ବ୍ୟବହାର କରିବ ।
ଡିଆର୍‌ଏଚ୍‌ପିରେ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ କମ୍ପାନିର ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଭେଣ୍ଡସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଳିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

13 − four =