Uncategorized

ଅମୃତାଞ୍ଜନ ହେଲ୍‌ଥକେୟାରକୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ବ୍ରାଣ୍ଡ୍ ମାନ୍ୟତା


ଭୁବନେଶ୍ୱର: ଭାରତୀୟ ସ୍ୱାସ୍ଥ୍ୟ ସେବା ଶିଳ୍ପର ୧୩୧ ବର୍ଷ ପୁରୁଣା ସଂସ୍ଥା ଅମୃତାଞ୍ଜନ ହେଲ୍‌ଥକେୟାରକୁ ଇଟି ନାଓ ହେଲ୍‌ଥକେୟାର ବ୍ରାଣ୍ଡ୍ କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣରେ ସମ୍ମାନଜନକ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ବ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଛି । ସାରା ଦେଶର ୧୦୦୦ରୁ ଅଧିକ ସ୍ୱାସ୍ଥ୍ୟସେବା ବ୍ରାଣ୍ଡ ମଧ୍ୟରେ କଠୋର ଚୟନ ପ୍ରକ୍ରିୟାରେ ଅମୃତାଞ୍ଜନ ହେଲ୍‌ଥକେୟାରକୁ ବିଜେତା ଭାବେ ଚୟନ କରାଯାଇଛି ।
ଅମୃତାଞ୍ଜନ ହେଲ୍‌ଥକେୟାରର ବିବିଧ ଉତ୍ପାଦ ବର୍ଗମାଳା ରହିଛି । ବିଜ୍ଞାନ ଓ ଆୟୁର୍ବେଦର ସମିଶ୍ରଣରେ କ୍ଲିନିକାଲ୍ ପରୀକ୍ଷଣ ସହ କମ୍ପାନି ପ୍ରଭାବଶାଳୀ ରିଲିଫ୍ ପ୍ରଦାନ କରୁଛି । ଅମୃତାଞ୍ଜନର ସଫଳତାର ମୂଳଦୁଆ ହେଉଛି ନବସୃଜନ । କମ୍ପାନି ପକ୍ଷରୁ ରୋଲ୍‌-ଅନ୍ ପେନ୍ ରିଲିଫ୍ ଓ ହାଇଡ୍ରୋଜେଲ୍ ପେନ୍ ପ୍ୟାଚ୍ ଭଳି ଉତ୍ପାଦର ଶୁଭାରମ୍ଭ କରିଛି ।
ବର୍ତମାନର ଗ୍ରାହକଙ୍କ ପରିବର୍ତିତ ଚାହିଦା ଅନୁସାରେ ଅମୃତାଞ୍ଜନ ଦ୍ରୁତ ଗତିରେ ଓ ପ୍ରଯୁକ୍ତିକୁ ଗ୍ରହଣ କରିଛି । ଡିଜିଟାଲ୍ ରୂପାନ୍ତରଣରେ ସାମିଲ ରହିଛି ଇ-କମର୍ସରେ ନିବେଶ ଏବଂ ଗ୍ରାହକଙ୍କ ପାଖରେ ପ୍ରତ୍ୟକ୍ଷ ଭାବେ ପହଂଚିବାର ଶୁଭାରମ୍ଭ କରି ଯନ୍ତ୍ରଣା ପରିଚାଳନାକୁ ଲୋକମାନଙ୍କ ନିକଟତର କରିପାରିଛି ।
ଅମୃତଞ୍ଜନ ହେଲଥକେୟାର ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍ ଶମ୍ଭୁ ପ୍ରସାଦ ପ୍ରଶଂସା କରି କହିଛନ୍ତି ଯେ, “ଇଟି ନାଓ ଶ୍ରେଷ୍ଠ ହେଲଥ୍‌କେୟାର ବ୍ରାଣ୍ଡସ୍ ପୁରସ୍କାର ପାଇବା ଆମ ପାଇଁ ସମ୍ମାନର ବିଷୟ । ଏହି ପ୍ରଶଂସା ଆମର ଉତ୍କୃଷ୍ଟତାର ନିରନ୍ତର ପ୍ରୟାସ ଏବଂ ଆମର ଉପଭୋକ୍ତାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଅସାଧାରଣ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବାକୁ ଆମର ପ୍ରତିବଦ୍ଧତାର ପ୍ରମାଣ । ଆମେ ଆମର ଉତ୍ସର୍ଗୀକୃତ ଦଳ ବିଶ୍ୱସ୍ତ ଗ୍ରାହକ ଏବଂ ସମର୍ଥକ ଅଂଶୀଦାରମାନଙ୍କୁ ଅତ୍ୟନ୍ତ କୃତଜ୍ଞ ଯେଉଁମାନେ ଆମର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆଗକୁ ଯାଇ ଆମେ ସ୍ୱାସ୍ଥ୍ୟସେବାରେ ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବୁ ଏବଂ ସୁନିଶ୍ଚିତ କରିବୁ ଯେ ଆମେ ପ୍ରତ୍ୟେକ ଘରେ ଏକ ବିଶ୍ୱସ୍ତ ନାମ ହୋଇ ରହିବୁ ।’’
ଅମୃତାଞ୍ଜନ ହେଲ୍ଥକେୟାରର ମୁଖ୍ୟ ମାର୍କେଟିଂ ଅଫିସର ମଣି ଭାଗବତୀଶ୍ୱରନ କହିଛନ୍ତି ଯେ, “ଏହି ମାନ୍ୟତା ନବସୃଜନ ଏବଂ ଗ୍ରାହକ-କେନ୍ଦ୍ରୀକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଉପଭୋକ୍ତାଙ୍କ ବିକଶିତ ଆବଶ୍ୟକତା ଉପରେ ଧ୍ୟାନ ଦେଇ ଅମୃତଞ୍ଜନ ଆଗାମୀ ପିଢ଼ି ପାଇଁ ପ୍ରାସଙ୍ଗିକ ଏବଂ ଉପଲବ୍ଧ ରହିବେ । ଆମେ ନିରନ୍ତର ଭାବରେ ନିଜକୁ ଏପରି ଉତ୍ପାଦ ତିଆରି କରିବାକୁ ପ୍ରୟାସ କରୁଛୁ ଯାହା କେବଳ ଆଶ୍ୱସ୍ତି ପ୍ରଦାନ କରେ ନାହିଁ, ବରଂ ଆମର ଉପଭୋକ୍ତାଙ୍କ ସାମଗ୍ରିକ କଲ୍ୟାଣକୁ ମଧ୍ୟ ବୃଦ୍ଧି କରେ । ଆମେ ସୁଦୃଢ଼ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ।’’

Share

Leave a Reply

Your email address will not be published. Required fields are marked *

fourteen + eighteen =