Uncategorized

ଆକୁମ୍‌ସ ଡ୍ରଗ୍‌ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ଜୁଲାଇ ୩୦ରେ ଖୋଲିବ

ଭୁବନେଶ୍ୱର: ଆକୁମ୍‌ସ ଡ୍ରଗ୍‌ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍‌ସର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୪ ଜୁଲାଇ ୩୦ ମଙ୍ଗଳବାର ଦିନ ଖୋଲିବ । ଏହି ଅଫରରେ ୬୮୦ କୋଟି ଟଙ୍କା ମୂଲ୍ୟର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୧୭,୩୩୦,୪୩୫ ଇକ୍ୱିଟି ଅଫର ଉପଲବ୍ଧ କରାଯିବ । ସେଥିରୁ ସଞ୍ଜୀବ ଜୈନ ୧,୫୧୨,୦୦୦ ଇକ୍ୱିଟି ସେୟାର, ସନ୍ଦୀପ ଜୈନ ୧,୫୧୨,୦୦୦ ଇକ୍ୱିଟି ସେୟାର, ରୁବି କ୍ୟୁସି ଇନଭେଷ୍ଟମେଂଟ୍ ହୋଲ୍‌ଡିଂସ୍ ପିଟିଇ ଲିମିଟେଡ୍ ୧୪,୩୦୬,୪୩୫ ଇକ୍ୱିଟି ସେୟାର ବିକ୍ରି କରାଯିବ । ରୁବି କ୍ୟୁସି ହେଉଛ କ୍ୱାଡ୍ରିଆ କ୍ୟାପିଟାଲ୍‌ର ଏକ ସଂସ୍ଥା ଯାହା ହେଉଛି ଏସିଆର ଏକ ପ୍ରମୁଖ ପ୍ରାଇଭେଟ୍ ଇକ୍ୱିଟି ଫଣ୍ଡ ।
ଏହି ଅଫରରେ ୧୫ କୋଟି ଟଙ୍କାର ସେୟାରକୁ ଯୋଗ୍ୟ କର୍ମଚାରୀଙ୍କ ସବସ୍କ୍ରିପ୍‌ସନ୍ ପାଇଁ ରଖାଯିବ । ଆଙ୍କର ନିବେଶକମାନେ ୨୦୨୪ ଜୁଲାଇ ୨୯, ସୋମବାର ବିଡ୍ ଦାଖଲ କରିପାରିବେ । ବିଡ୍ ୨୦୨୪ ଅଗଷ୍ଟ ୧ରେ ବନ୍ଦ ହେବ । ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୬୪୬ ଟଙ୍କାରୁ ୬୭୯ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୨୨ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୨୨ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଆଇପିଓରୁ ସଂଗୃହୀତ ପାଣ୍ଠିକୁ ୧) କମ୍ପାନିର ଋଣକୁ ପରିଶୋଧ, ଆଗୁଆ ପରିଶୋଧ କରିବା, ୨) ସହାୟକ କମ୍ପାନି ମ୍ୟାକ୍ସକ୍ୟୁର ନୁଟ୍ରାଭେଦିକ୍‌ସ ଲିମିଟେଡ୍ ଓ ପିଓର ଆଣ୍ଡ କିଓର ହେଲ୍‌ଥକେୟର ପ୍ରାଇଭେଟ୍ ଲିମିଟେଡର ଋଣ ପରିଶୋଧ କରିବା, ୩) କମ୍ପାନିର ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୪) ଅଧିଗ୍ରହଣ ଜରିଆରେ ସମ୍ପ୍ରସାରଣ କରିବା ଏବଂ ୫) ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ମୋଟ ଇସ୍ୟୁର ୭୫ ପ୍ରତିଶତ ପର୍ଯ୍ୟନ୍ତ ରାଶିକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ । ତାହାର ଏକ ତୃତୀୟାଂଶକୁ ଘରୋଇ ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ । ନିଟ୍ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ରଖାଯିବ । ୧୫%ରୁ ଅଧିକ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡର୍‌ଙ୍କୁ ଜାରି କରାଯାଇପାରିବ ନାହିଁ । ଅଣ ସଂସ୍ଥାଗତ ବିଡର୍‌ଙ୍କ ୧୦% ଇକ୍ୱିଟି ସେୟାରକୁ ଖୁଚୁରା ବ୍ୟକ୍ତିଗତ ବିଡର୍‌ମାନଙ୍କ ଲାଗି ରଖାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

7 + 10 =