Uncategorized

ଏୟାର ଏସିଆ ପକ୍ଷରୁ ପୋର୍ଟବ୍ଲେୟାର୍‌ରୁ କୁଆଲା ଲୁମ୍ପୁରକୁ ବିମାନ ଚଳାଚଳ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତ ଓ ମାଲେସିଆ ମଧ୍ୟରେ ବିମାନ ଚଳାଚଳ ନେଟ୍‌ୱର୍କକୁ ସୁଦୃଢ଼ କରିବା ଜାରି ରଖି ଏୟାର ଏସିଆ ପକ୍ଷରୁ ପୋର୍ଟ ବ୍ଲେୟାର୍‌ରୁ ମାଲେସିଆର କୁଆଲା ଲୁମ୍ପୁର ନୂଆ ରୁଟ୍‌ରେ ବିମାନ ଚଳାଚଳ ସେବାର ଶୁଭାରମ୍ଭ କରାଯାଇଛି। ଫଳରେ ଏହି ଅଂଚଳର ସୁଲଭ ମୂଲ୍ୟର ବିମାନ ସେବା ପ୍ରଦାନକାରୀ ଭାବେ କମ୍ପାନି ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ଆସିଆନ୍ ରାଷ୍ଟ୍ରଗୁଡ଼ିକର ପ୍ରଥମ ଏୟାରଲାଇନ୍ ଭାବେ ଏୟାର ଏସିଆ ପକ୍ଷରୁ ପୋର୍ଟ ବ୍ଲେୟାରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳର ଶୁଭାରମ୍ଭ କରାଯିବା ସହ ଇତିହାସ ସୃଷ୍ଟି କରାଯାଇଛି।
୨୦୨୪ ନଭେମ୍ବର ୧୬ରୁ ଏହି ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହେବ। ସପ୍ତାହକୁ ତିନି ଥର କୁଆଲା ଲୁମ୍ପୁରକୁ ବିମାନ ଉଡ଼ାଣ ହେବ। ଏହା ହେଉଛି ଭାରତରୁ କମ୍ପାନିର ୧୭ତମ ରୁଟ୍‌। ପୋର୍ଟ ବ୍ଲେୟାର ଯୋଡ଼ି ହେବା ସହ ଏୟାରଲାଇନ ପକ୍ଷରୁ ଅମୃତସର ଓ ଚେନ୍ନାଇ ସମେତ ଭାରତର ବିଭିନ୍ନ ସହରରୁ ସାପ୍ତାହିକ ୯୭ ବିମାନର ଚଳାଚଳ ପରିଚାଳନା କରାଯାଉଛି। ୨୦୨୪ରେ ଏୟାରଏସିଆ ପକ୍ଷରୁ ମାଲେସିଆ ଓ ଥାଇଲ୍ୟାଣ୍ଡକୁ ଜୟପୁର, ଭୁବନେଶ୍ୱର ଓ କୋଜିକୋଡ ଭଳି ୧୦ ନୂଆ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି।
ଦକ୍ଷିଣପୂର୍ବ ମାଲେସିଆରେ ଅବସ୍ଥିତ କୁଆଲା ଲୁମ୍ପୁର ରୋମାଂଚ ଚାହୁଥିବା ଲୋକଙ୍କ ପାଇଁ ଏକ ପସନ୍ଦର ସ୍ଥଳ ଭାବେ ଉଭା ହୋଇଛି ଯେଉଁଠାରେ ସୁନ୍ଦର ଦ୍ୱୀପ, ଆକର୍ଷଣୀୟ ସହର ଓ ସୁଛଚ୍ଚ ଅଟ୍ଟାଳିକା ଅନୁସନ୍ଧାନ କରିବାର ସୁଯୋଗ ରହିଛି। କୁଆଲା ଲୁମ୍ପୁରର ଐତିହାସିକ ସ୍ଥଳ ବ୍ୟତୀତ ସେଠାକାର ରାସ୍ତାକଡ଼ ଖାଦ୍ୟ ଖାଇବାର ଅନୁଭୂତି ବିଶ୍ୱବିଖ୍ୟାତ। ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଏହି ସହର ବେଶ ଲୋକପ୍ରିୟ। କୁଆଲା ଲୁମ୍ପୁରରୁ ଯାତ୍ରୀମାନେ ଏୟାର ଏସିଆର ବ୍ୟାପକ ନେଟୱର୍କ ଜରିଆରେ ୧୩୦ରୁ ଅଧିକ ସ୍ଥାନ ପରିଦର୍ଶନ କରିପାରିବେ।
ନୂଆ ରୁଟ୍‌ର ଶୁଭାରମ୍ଭ ସହିତ ଏୟାର ଏସିଆ ପକ୍ଷରୁ ପୋର୍ଟ ବ୍ଲେୟାରରୁ କୁଆଲା ଲୁମ୍ପୁର ପର୍ଯ୍ୟନ୍ତ ଏକପାଖିଆ ଯାତ୍ରା ପାଇଁ ୪୯୯୯ ଟଙ୍କାର ପ୍ରମୋସନାଲ୍ ଭଡ଼ା ଘୋଷଣା କରାଯାଇଛି। ଏୟାର ଏସିଆ ମୁଭ ଆପ୍ ଓ ଏୟାରଏସିଆ ଡଟ୍ କମ୍ ୱେବସାଇଟ୍‌ରେ ଏହି ସ୍ୱତନ୍ତ୍ର ଭଡ଼ା ବୁକିଂ କରିହେବ। ୨୦୨୪ ନଭେମ୍ବର ୧୬ରୁ ୨୦୨୫ ଅକ୍ଟୋବର ୮ ଭିତରେ ଯାତ୍ରା କରିବା ଲାଗି ୨୦୨୪ ଅଗଷ୍ଟ ୨୫ ମଧ୍ୟରେ ଟିକଟ ବୁକିଂ କରିବାକୁ ପଡ଼ିବ। ୨୦୨୫ ଜୁନ ୩୦ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ନାଗରିକ ମାଲେସିଆକୁ ୩୦ ଦିନ ପାଇଁ ପର୍ଯ୍ୟଟକ ହିସାବରେ ଭିସା ମୁକ୍ତ ପ୍ରବେଶ ପାଇବାକୁ ଯୋଗ୍ୟ।

Share

Leave a Reply

Your email address will not be published. Required fields are marked *

four × two =