Uncategorized

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭୁବନେଶ୍ୱର-ହାଇଦ୍ରାବାଦ ସିଧାସଳଖ ବିମାନ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଦ୍ରୁତ ସମ୍ପ୍ରସାରଣ ଜାରି ରଖି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ୨୦୨୪ ଅଗଷ୍ଟ ୧ରୁ ଭୁବନେଶ୍ୱର ଓ ହାଇଦ୍ରାବାଦ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବେ ଭୁବନେଶ୍ୱରକୁ ୭ଟି ସ୍ଥାନ ଏବଂ ହାଇଦ୍ରାବାଦକୁ ୧୯ଟି ସ୍ଥାନ ସହ ଯୋଡ଼ିଛି ।
ଦୈନିକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ହାଇଦ୍ରାବାଦରୁ ୫ଟା ୫୫ ମିନିଟ୍‌ରେ ଛାଡ଼ିବ ଓ ଭୁବନେଶ୍ୱରରେ ୭ଟା ୨୦ ମିନିଟ୍‌ରେ ପହଂଚିବ । ସେହିପରି ଭୁବନେଶ୍ୱରରୁ ୮ଟା ୨୦ ମିନିଟ୍‌ରେ ଛାଡ଼ିବ ଓ ହାଇଦ୍ରାବାଦରେ ୯ଟା ୪୫ ମିନିଟ୍‌ରେ ପହଂଚିବ ।
ଏହି ସମ୍ପ୍ରସାରଣ ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବେ ଭୁବନେଶ୍ୱରରୁ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଏବଂ ପୁଣେ ଭଳି ୭ଟି ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ପ୍ରଦାନ କରୁଛି । ଅମୃତସର, ଆବୁଧାବି, ଅଯୋଧ୍ୟା, ଦମ୍ମାମ, ଗୋଆ, ଇମ୍ଫାଲ, କୋଚି, କୁଏତ, ପୁଣେ ଏବଂ ସିଙ୍ଗାପୁର ଆଦି ସ୍ଥାନକୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ଟି ୱାନ୍ ଷ୍ଟପ୍ ଯାତ୍ରା ସୂଚୀ ମଧ୍ୟ ଏୟାରଲାଇନ୍ସ ପ୍ରଦାନ କରୁଛି ।
ସିଧାସଳଖ ବିମାନ ସେବା ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ ହାଇଦ୍ରାବାଦକୁ ଅମୃତସର, ବାଗଡୋଗ୍ରା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଗୋଆ, ଗୌହାଟୀ, ଜୟପୁର, କୋଚି, କୋଲକାତା, ଲକ୍ଷ୍ନୌ, ସୁରଟ, ତିରୁବନନ୍ତପୁରମ, ବାରଣାସୀ, ବିଜୟୱାଡ଼ା ଏବଂ ବିଶାଖାପାଟଣା ଏବଂ ଅନ୍ତର୍ଜାତୀୟ ସ୍ତରରେ ଦମ୍ମାମ, ଜେଦ୍ଦା, ରିୟାଦକୁ ସଂଯୋଗ ପ୍ରଦାନ କରୁଛି । ଏହାବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ହାଇଦ୍ରାବାଦରୁ ଆବୁଧାବି, ଅଗରତାଲା, ଅଯୋଧ୍ୟା, ବାହାରେନ, ଦିଲ୍ଲୀ, ଦୁବାଇ, ଗ୍ୱାଲିୟର, ଇମ୍ଫାଲ, ଇନ୍ଦୋର, କୋଝିକୋଡ଼, କୁଏତ, ମାଙ୍ଗାଲୁରୁ, ମୁମ୍ବାଇ, ମସ୍କଟ, ପୁଣେ, ରାସ ଅଲ ଖଇମା, ସଲାଲା, ଶାରଜା ଏବଂ ସିଙ୍ଗାପୁର ସମେତ ୨୦ଟି ଗନ୍ତବ୍ୟସ୍ଥଳକୁ ସୁବିଧାଜନକ ୱାନ୍ ଷ୍ଟପ୍ ସଂଯୋଗ ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

16 + nine =