Uncategorized

ଟିପିସିଓଡିଏଲ୍ ପକ୍ଷରୁ ଢେଙ୍କାନାଳ ଡିଭିଜନରେ ଏକ ନୂଆ ୩୩ କେଭି ଫିଡର ଲାଇନ୍‌ର ସ୍ଥାପନ ଓ ଚାର୍ଜିଂ ସହ ଭିତିଭୂମିର ଉନ୍ନତୀକରଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ବର୍ତମାନ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦାରେ ହୋଇଥିବା ବୃଦ୍ଧିର ମୁକାବିଲା ପାଇଁ ଭିତିଭୂମିରେ ବ୍ୟାପକ ଉନ୍ନତି ଅଣାଯାଇଛି । ଟିପିସିଓଡିଏଲ୍ ଏହାର ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ଓ ଗୁଣାତ୍ମକ ମାନର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ନୂଆ ୩୩ କେଭି ଓ ୧୧ କେଭି ଫିଡର ନିର୍ମାଣ କରିଛି ।
ଏକ ଉଲ୍ଳେଖନୀୟ ସଫଳତାକ୍ରମେ, ଢେଙ୍କାନାଳ ର ଡିଷ୍ଟ୍ରିବ୍ୟୁସନ ଇଞ୍ଜିନିୟର ଡିଭିଜନର ନେତୃତ୍ୱରେ ଟିପିସିଓଡିଏଲ୍‌ର ଗଁଦିଆ ସବ୍‌ଡିଭିଜନ୍‌ର ଟିମ୍ ପକ୍ଷରୁ ଏକ ୩୩ କେଭି ଫିଡର୍ ଲାଇନ୍‌କୁ ସମ୍ପୂର୍ଣ୍ଣ ଓ ଚାର୍ଜିଂ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ଗଁଦିଆ ୧୩୨/୩୩ କେଭି ଗ୍ରିଡ୍ ସବ୍‌ଷ୍ଟେସନ୍‌ରୁ ୬ କିମି ବ୍ୟାପ୍ତ ଏହି ଲାଇନ୍ ବିଦ୍ୟୁତ ବଂଟନ ଭିତିଭୂମିରେ ଉନ୍ନତି ଆଣିପାରିଛି ।
ଭିତିଭୂମିରେ ଏହି ଉନ୍ନତୀକରଣ ଯୋଗୁଁ ଗଁଦିଆ, ନିହାଲପ୍ରସାଦ ଓ ଯୋରନ୍ଦାର ପ୍ରାୟ ୩୬,୦୦୦ ଗ୍ରାହକ ଉପକୃତ ହେବେ । ନୂଆ ଫିଡର୍ ଲାଇନ୍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏହି ଅଂଚଳରେ ବିଦ୍ୟୁତ ବିଭ୍ରାଟ ଅନେକାଂଶରେ ହ୍ରାସ ପାଇଥିବା ସହ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଉନ୍ନତି ଘଟିଛି ।
ପୂର୍ବରୁ ୧୩୨/୩୩ କେଭି ଗଁଦିଆ ସବ୍‌ଡିଭିଜନ ଗୁଣ୍ଡିଚାପଡା ଗ୍ରିଡ୍ ସବଷ୍ଟେସନରୁ ଏକ ୩୬ କିମି ଲମ୍ବା ୩୩ କେଭି ଫିଡର ଲାଇନ୍ ଉପରେ ନିର୍ଭରଶୀଳ ଥିଲା । ୬ କିଲୋମିଟର ବିଶିଷ୍ଟ ନୂଆ ୩୩ କେଭି ଗଁଦିଆ ଫିଡର୍ ଦୀର୍ଘକାଳୀନ ସମସ୍ୟାର ସମାଧାନ କରିବା ସହ ଡିଇଡି ଡେଙ୍କାନାଳ ଡିଭିଜନ୍‌ର ଏକ ପ୍ରମୁଖ ପ୍ରକଳ୍ପକୁ ପୂରଣ କରିଛି ।
ଏହି ଅବସରରେ କୃତଜ୍ଞତା ଜ୍ଞାପନ କରି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଏହି ପଦକ୍ଷେପ ଆମ ଗ୍ରାହକମାନଙ୍କୁ ଗ୍ରୀଷ୍ମପ୍ରବାହ ଭଳି ଆହ୍ୱାନପୂର୍ଣ୍ଣ ସମୟରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ରହିଥିବା ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ନୂଆ ଫିଡର ଲାଇନକୁ ସଫଳତାର ସହ ପୂରଣ ଓ କାର୍ଯ୍ୟକ୍ଷମ କରିବାରେ ଉଦ୍ୟମ କରିଥିବା ଆମ ଓଆଣ୍ଡଏମ ଷ୍ଟାଫ୍‌, ପ୍ରକଳ୍ପ ଟିମ୍‌, ଇଆଣ୍ଡଏମଆର ଟିମ୍‌, ଏମ୍‌ଏମ୍‌ଜି ଟିମ୍ ଓ ସପୃକ୍ତ ଥିବା ସମସ୍ତଙ୍କୁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।’’

Share

Leave a Reply

Your email address will not be published. Required fields are marked *

three + five =