Latestରାଜନୀତିରାଜ୍ୟ

ମମତାଙ୍କ ସ୍ଥାନରେ କିଏ? ମନମୋନ ନା ଦିଲ୍ଲୀପ

ଭୁବନେଶ୍ବର () ସଂସଦ ଅଧିବେଶନ ସମୟରେ ହଠାତ କାହିଁକି ମମତା ମହନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି? ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ଚର୍ଚ୍ଚା ହେଉଛି ଖୁବଶୀଘ୍ର ମମତା ବିଜେପିରେ ଯୋଗଦେବେ ଆଉ ତାଙ୍କ ସ୍ଥାନରେ ୨୧ ମାସ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭାକୁ ଯିବେ । ଆଉ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବକ୍ତବ୍ୟ ।

ସେ ଅଭିଯୋଗ କରିଛନ୍ତି ଯେ, ଏକ ଜାତୀୟ ଦଳ ଚକ୍ରାନ୍ତ କରି ଏଭଳି କରିଛନ୍ତି । ମୟୁରଭଞ୍ଜବାସୀ ଙ୍କୁ ଓ ମହନ୍ତ ସମ୍ପ୍ରଦାୟକୁ ଧୋକା ଦେଇଛନ୍ତି ମମତା। ମୟୁରଭଞ୍ଜକୁ ଧୋକା ଦେଇଛନ୍ତି । ଜଣେ ଜାତୀୟ ଦଳର ସଭାପତିଙ୍କୁ ରାଜ୍ୟସଭାକୁ ପଠାଇବାକୁ ଏହା ଚକ୍ରାନ୍ତ।  ଖୁବଶୀଘ୍ର ଏହା ସମସ୍ତେ ଜାଣିପାରିବେ। ବିଜେଡିକୁ ଭାଙ୍ଗିବାକୁ ସେହି ଜାତୀୟ ଦଳ ଚେଷ୍ଟା କରୁଛି।  ହେଲେ ନବୀନ ପଟ୍ଟନାୟକ ଥିବା ଯାଏ ଏହା ସମ୍ଭବ ହେବନି।  ମୟୁରଭଞ୍ଜରେ ଆମର କୌଣସି ଗୋଷ୍ଠୀ କନ୍ଦଳ ନାହିଁ।  କେଉଁ ଦଳ ଚକ୍ରାନ୍ତ ତାହା ସେତେବେଳେ ଆପଣ ଜାଣିବେ ଯେତେବେଳେ ତାଙ୍କ ରାଜ୍ୟ ସଭପତି ରାଜ୍ୟସଭାକୁ ଯିବେ।

ପ୍ରମିଳାଙ୍କ ଏଭଳି ଅଭିଯୋଗ ସିଧାସଳଖ ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଡେ ଇଙ୍ଗିତ କରୁଛି । ତାଙ୍କ ନାଁକୁ ନେଇ ଚର୍ଚ୍ଚା ସର୍ବାଗ୍ରେ ଥିବା ବେଳେ ଦିଲ୍ଲୀପ ରାୟଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଛି । ତେବେ ଆଉ କିଛି ଦିନ ପରେ ଚିତ୍ର ସ୍ପଷ୍ଟ ହୋଇଯିବ ।

ମୟୁରଭଞ୍ଜ ଜିଲ୍ଲା ମହନ୍ତ ସମ୍ପ୍ରଦାୟର ନେତ୍ରୀ ହେଉଛନ୍ତି ମମତା ମହନ୍ତ । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲା ବେଳେ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭା ପଠାଇ ସମସ୍ତଙ୍କୁ ଚକିତ କରିଥିଲେ । ୨୦୨୦ ଏପ୍ରିଲ୍ ୩ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମମତାଙ୍କର କାର୍ଯ୍ୟକାଳ ୨୦୨୬ ଏପ୍ରିଲରେ ସରିଥାନ୍ତା । ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ଏବେ ବିଜେଡିର ସଂଖ୍ୟା ୮ କୁ ଖସିଆସିଛି ।

ମୟୁରଭଞ୍ଜ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ ଉକ୍ରଟ ହୋଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବା ଉଦ୍ୟମରେ ମମତାଙ୍କୁ ମନାଇବାରେ ସଫଳ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହାଦ୍ୱାରା ବିଜେଡିକୁ ଆଉ ଏକ ଶକ୍ତ ଝଟକା ଦେବା ସହ ରାଜ୍ୟସଭାରେ ମଧ୍ୟ ନିଜର ସଂଖ୍ୟା ବୃଦ୍ଧି କରିପାରିବ ବିଜେପି । କାରଣ ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟସଭା ଆସନଟି ଏବେ ବିଜେପି ହାତକୁ ଯିବା ପ୍ରାୟତଃ ନିଶ୍ଚିତ ।

ରାଜ୍ୟସଭାରେ ବିଜେପିକୁ ମଧ୍ୟ ଅଧିକରୁ ଅଧିକ ସାଂସଦଙ୍କର ଆବଶ୍ୟକତା ରହିଛି । କାରଣ ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା ୨୨୬ ରହିଛି । ବିଲ୍ ଅନୁମୋଦନ ପାଇଁ ୧୧୪ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବିଜେପି ନେତୃତ୍ତ୍ୱାଧୀନ ଏନଡିଏର ୧୦୧ ଜଣ ସଭ୍ୟ ଅଛନ୍ତି । ସେଥିରୁ ବିଜେପିର ସଭ୍ୟ ସଂଖ୍ୟା ୮୬ ରହିଛି । ଏଣୁ ବିଜେପି ପାଇଁ ଏବେ ପ୍ରତିଟି ରାଜ୍ୟସଭା ଆସନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ମିଳୁଥିବା ଖବର ଅନୁଯାୟୀ, ନିର୍ବାଚନ ପରଠାରୁ ମମତା ମହାନ୍ତଙ୍କ ସହ ବିଜେପି ନେତୃବୃନ୍ଦ ଯୋଗସୂତ୍ରରେ ଥିଲେ । ରାଜ୍ୟସଭା ପଦରୁ ଇସ୍ତଫା ଦେବା ପାଇଁ ସେମାନେ ତାଙ୍କୁ ମନାଇ ଆସୁଥିଲେ । ମମତା ବି ଚୁପଚାପ୍ ରହି ଆଗଭର ହୋଇଥିଲେ । ତେବେ ମମତା କୋଉ ବୁଝାମଣାରେ ରାଜ୍ୟସଭା ସଦସ୍ୟ ଛାଡ଼ିବାକୁ ରାଜି ହେଲେ ତାହା ଜଣାପଡ଼ିନାହିଁ ।

Share

Leave a Reply

Your email address will not be published. Required fields are marked *

17 − 7 =