Healthରାଜ୍ୟ

ସମ୍ ଅଲ୍ଟିମେଟ ମେଡିକେୟାରରେ ଜଟିଳ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରୋମ୍ବୋସିସ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କ ସଫଳ ଚିକିତ୍ସା

ଭୁବନେଶ୍ୱର, ୧୦ ଅଗଷ୍ଟ : ଅନ୍ତନଳୀରେ ଜଟିଳ ସମସ୍ୟା ସହ ସୁପିରିୟର୍ ମେସେନଟେରିକ୍ ଆର୍ଟେରୀ (ଏସ୍‌ଏମ୍‌ଏ) ବ୍ୟାଧିରେ ପୀଡ଼ିତ ଥିବା ଜଣେ ୪୩ ବର୍ଷୀୟ ରୋଗୀଙ୍କର ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା କରାଯାଇଛି । କଟକରୁ ଆସିଥିବା ଏହି ରୋଗୀ ଜଣକ ସମ୍ମମ୍‌ରେ ପହଂଚିବା ପରେ ତାଙ୍କର ସେପ୍‌ସିସ୍ ଓ ସବ୍‌-ଆକ୍ୟୁଟ୍ ଇନ୍‌ଟେଷ୍ଟାଇନାଲ୍ ଅବ୍‌ଷ୍ଟ୍ରକ୍‌ସନ୍ ଦେଖାଦେବା ସହ ତଳି ପେଟରେ ଜଳୀୟ ଅଂଶ ସଂଗୃହୀତ ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ହସ୍ପିଟାଲ୍‌ର ଇନ୍‌ଟରଭେନ୍‌ସନାଲ ରେଡିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକଙ୍କ ଅଧୀନରେ ଭର୍ତି କରାଯାଇଥିଲା ।
ରୋଗୀ ଜଣଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇ ସିଟି ଆନ୍‌ଜିଓଗ୍ରାମ୍ ପରୀକ୍ଷା ପରେ ତାଙ୍କ ଶରୀରରେ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରମ୍ବୋସିସ୍ ଓ ଆକ୍ୟୁଟ୍ ମେସେନ୍‌ଟେରିକ୍ ଇଶ୍ଚେମିଆ ଚିହ୍ନଟ ହୋଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ଜଣଙ୍କୁ କ୍ୟାଥଲ୍ୟାବ୍‌ରେ ମିନିମାଲି ଇନ୍‌ଭେସିଭ୍ ଇମେଜ୍ ପରିଚାଳିତ ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କର ବାମପଟ ଆର୍ଟେରୀରେ ଏକ ଛୋଟ ପିନ୍ ଆକାରର ଛିଦ୍ର କରାଯାଇ ଛୋଟଛୋଟ କ୍ୟାଥେଟର ଏବଂ ୱେୟାର ଦ୍ୱାରା ଫାର୍ମାକୋ -ମେକାନିକାଲ୍ ଥ୍ରୋମ୍ବେକ୍ଟୋମି ପ୍ରକ୍ରିୟାରେ ଜମାଟ ବାନ୍ଧିଥିବା ଅଂଶଗୁଡ଼ିକୁ ବାହାର କରାଯାଇଥିଲା ।
ଏହା ପରେ ରୋଗୀକୁ ଜରୁରୀ ଏକ୍ସପ୍ଲୋରେଟୋରୀ ଲାପାରୋଟୋମି ଅସ୍ତ୍ରୋପଚାର ପାଇଁ ଅପରେସନ୍ ଥିଏଟରକୁ ନିଆଯାଇଥିଲା । ଅସ୍ତ୍ରୋପଚାର ସମୟରେ ୩୦ ରୁ ୪୦ ପ୍ରତିଶତ ଅନ୍ତନଳୀ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଥିଲା ବୋଲି ସେ କହିଛନ୍ତି ।

ଜରୁରୀ ଅସ୍ତ୍ରୋପଚାର କରି ନଥିଲେ ଏହା ଅନ୍ତନଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାନ୍ତା ବୋଲି ଡାକ୍ତର ପଟ୍ଟନାୟକ କହିବା ସହ ଏସ୍‌ଏମ୍‌ଏ ଥ୍ରୋମ୍ବୋସିସ୍ ଏକ ଜଟିଳ ସମସ୍ୟା ଏବଂ ଏ କ୍ଷେତ୍ରରେ ଠିକ୍ ଭାବେ ଚିକିତ୍ସା କରା ନଗଲେ ୮୦ ରୁ ୯୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ ବୋଲି କହିଛନ୍ତି ।

ସେପ୍‌ସିସ୍ ସମସ୍ୟା କମିବା ପରେ ରୋଗୀଙ୍କୁ ଆଇସିୟୁରୁ ୱାର୍ଡକୁ ଅଣାଯାଇଥିଲା ଏବଂ ପରବର୍ତୀ ସମୟରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲ ଡାକ୍ତର ପଟ୍ଟନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 11 =