Latestରାଜ୍ୟ

ଟାଇମ୍ସ ୱାର୍ଲ୍ଡ ମାନ୍ୟତାରେ ପୁଣି ସୋଆ ସ୍ଥାନିତ

ଭୁବନେଶ୍ୱର() ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ -୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ ନେଇ ଏହି ରାଙ୍କିଙ୍ଗରେ ପ୍ରସ୍ତୁତ କରାଯାଇଥିଲା । ଏହି ଦିଗଗୁଡ଼ିକ ହେଉଛି ଶିକ୍ଷା ପ୍ରଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ଆୟତନ, ଆୟ ଏବଂ ପ୍ରତିଷ୍ଠା), ସନ୍ଦର୍ଭ (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତରଣ) ଏବଂ ଅନ୍ତର୍ଜାତିକ ଦୃଷ୍ଟିକୋଣ (ଅନ୍ତର୍ଜାତିକ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା ସହଭାଗିତା) ।

୨୦୨୦ ମସିହାରେ ମଧ୍ୟ ସୋଆ ଦି ୱାର୍ଲ୍ଡ ୟୁନିଭର୍ସିଟି  ରାଙ୍କିଙ୍ଗରେ ୧୦୦୧ ପ୍ଲସ କାଟେଗୋରୀରେ ସ୍ଥାନ ପାଇଥିଲା । ସୋଆ ଅଧୀନରେ ୯ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ୨୦୨୦ ନିମସ୍ତେ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟସ୍ନାଲ୍ ରାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ୨୦ତମ ସ୍ଥାନ ହାସଲ କରିଛି ସୋଆ । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ମେ ଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଦେଶରେ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲେଜି, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ, ୩୪ ତମ ସ୍ଥାନ ହାସଲ କରିଛି ।

ସେହିପରି ପ୍ରଥମ ଥର ନିମନ୍ତେ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।

Share

Leave a Reply

Your email address will not be published. Required fields are marked *

fourteen + 11 =