ରାଜ୍ୟ

ଭାରାରେ ରୋଗୀ ବୋହିଲେ ସାମ୍ବାଦିକ

ମାଲକାନଗିରି () ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମର ଘଟଣା । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳା ଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହୁଁଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା ନଥିବା ବେଳେ ଭାର କରି ନେବା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଗ୍ରାମରେ ଝାଟି ପର୍ବ ଚାଲୁଥିବା ରୁ କୌଣସି ଲୋକେ ଭାର କାନ୍ଧେଇବା କୁ ଆସିନଥିଲେ । ଶେଷରେ ପରିବାର ଲୋକେ ଓ  କିଛି ସାମ୍ବାଦିକ ମହିଳା ଜଣଙ୍କୁ ଭାର ରେ ବୋହି ବୋହି 4କିମି ପଥୁରିଆ ରାସ୍ତା ରେ ତୁଳାଗୁରୁମ ଗ୍ରାମକୁ ନେବାପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ରେ ନିଆଯାଇଥିଲା । ରୋଗୀଙ୍କ ଅବସ୍ଥା ସଂକଟା ପର୍ଣ୍ଣ ଥିବାରୁ ପ୍ରଥମେ ତାଙ୍କୁ ଖଇରିପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୂର୍ବରୁ ବି ମାଲକାନଗିରି ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜଣେ ସାମ୍ବାଦିକ ଙ୍କ ଏହି ଭଳି କାର୍ଯ୍ୟ ନିହାତି ରୂପେ ପ୍ରଶଂସା ଯୋଗ୍ୟ । ଲୋକଙ୍କ ଅସୁବିଧା କୁ ସରକାରଙ୍କ ଦୃଷ୍ଟି ଗୋଚର କୁ ଆଣିବା ସହ ଲୋକଙ୍କୁ ସାହାଯ୍ୟ କରି ଏହି ସାମ୍ବାଦିକ ଭାଇ ମାନେ ପ୍ରକୃତ ସାମ୍ବାଦିକ ଅଟନ୍ତି ଏବଂ ନିଜ କାମକୁ ଠିକ ରୂପେ ତୁଲାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 1 =