Latestରାଜ୍ୟ

ସ୍ବାଭାବିକ ସ୍ଥିତିକୁ ଫେରିନି ଆଳୁ

ରାଜ୍ୟରେ ଆଳୁର ସ୍ୱାଭାବିକ ସ୍ଥିତି ଆସିନୀ। ପଶ୍ଚିମବଙ୍ଗରୁ ଯେଉଁ ରାସ୍ତାରେ ଆଳୁ ଆସିବା କଥା ଆସୁନି। ପଶ୍ଚିମବଙ୍ଗରେ ଅଧିକାରୀ ଓ ପୋଲିସ ଆଳୁ ଗାଡି ସ୍ୱାଭାବିକ ଭାବେ ଛାଡୁନାହାନ୍ତି। ଗୋଟିଏ ଆଳୁ ଗାଡି ଆସିଵାକୁ ୫ ରୁ ୨୫ ହଜାର ପର୍ଯ୍ୟନ୍ତ ଲାଞ୍ଚ ଦେବାକୁ ପଡୁଛି। ଗୋଟିଏ ପଟେ ଉଭୟ ସରକାର କହୁଛନ୍ତି ଆଳୁ ଆସୁଛି କିନ୍ତୁ ଏହା ହେଉନି। ଆଳୁ ସମସ୍ୟା ପାଇଁ ପଶ୍ଚିମବଙ୍ଗରେ ସରକାରୀ ଅଧିକାରୀ ସମ୍ପୃକ୍ତ। ରାଜ୍ୟ ସରକାରଙ୍କୁ ଏ କଥା ଅବଗତ କରାଯାଇଛି। ବାଲେଶ୍ୱରରୁ ବ୍ୟବସାୟୀ ସଙ୍ଘର ଦୁଇ ଜଣ ପ୍ରତିନିଧିଙ୍କୁ ସ୍ଥିତି ଜାଣିବା ପାଇଁ ବ୍ୟବସାୟୀ ସଂଘ ପଠାଇଥିଲା। ସେମାନଙ୍କ ରିପୋର୍ଟ ଅନୁଯାୟୀ ଲାଞ୍ଚ ନେଇ ଗଳା ବାଟରେ କିଛି ଆଳୁ ଗାଡି ଛଡ଼ାଯାଉଛି। ଆଜି ଆଳୁ କୁଇଣ୍ଟାଲ ପିଛା ୨୬୦୦ ରୁ ୨୭୦୦ ଟଙ୍କା ପଡୁଛି। ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପିଛା ଶହେ ଟଙ୍କା କମି ୨୩୦୦ ଟଂକା କରାଯାଇଛି। କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପାଇଁ ଓଡ଼ିଶାରେ ଆଳୁ ସମସ୍ୟାର ସମାଧାନ ହେଉନି। ଓଡ଼ିଶାରେ ବ୍ୟବସାୟୀ ମାନେ ପ୍ରତି କୁଇଣ୍ଟାଲ ପିଛା ୨୦ ରୁ ୨୫ ଟଙ୍କା ଲାଭ ରଖି ଦେଉଛନ୍ତି। ତେଣୁ ମାର୍କେଟ ଦର ଏବେ ୩୨ ଟଙ୍କା ରହିବା କଥା। ଯେଉଁଥିରେ ଛୋଟ ବ୍ୟବସାୟୀ ୫ ଟଙ୍କା ଲାଭ ପାଇବେ। କିନ୍ତୁ ଏବେ ୩୫ ଟଙ୍କାରେ ବିକ୍ରି ହେଉଥିବା କହିଲା ବ୍ୟବସାୟୀ ସଂଘ। କିନ୍ତୁ ରିଟେଲ ବ୍ୟବସାୟୀମାନେ ଅଧିକ ଦରରେ ଆଳୁ ବିକୁଥିବା ଜଣାପଡିଛି। ସେମାନଙ୍କୁ ନିୟନ୍ତ୍ରଣ କରିବା ସରକାରଙ୍କ କାମ। ଦରକୁ ନେଇ ମନ୍ତ୍ରୀ କହିବା କି ସରକାର କହିବାରେ କିଛି ଅର୍ଥ ନାହିଁ। ତୃଣମୂଳ ସ୍ତରର ଦର ଉପରେ କାହାର ନିୟନ୍ତ୍ରଣ ନାହିଁ। ରିଟେଲ ବ୍ୟବସାୟୀଙ୍କ ପାଇଁ ଏକ ନୀତି ନିର୍ଦ୍ଧାରଣ ହେବା ଦରକାର। ସରକାର ଏହି ନୀତି ଆଣିବା କଥା। ହୋଲସେଲ ଓ ରିଟେଲ ପ୍ରାଇସ କେତେ ରହିବ ତାର ଅନୁପାତ ସ୍ଥିର ହେବା କଥା। କିନ୍ତୁ ଏହା କାର୍ଯ୍ୟକାରୀ କରିବା ସରକାରଙ୍କ ଦାୟିତ୍ୱ। ଆଳୁ ଟ୍ରକକୁ ଟଙ୍କା ନେଇ ଛଡ଼ାଯାଉଛି। ଏବେ ଟ୍ରକ ଆସିବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା କରାଯାଉଥିବା କହିଲା ବ୍ୟବସାୟୀ ମହାସଂଘ। ପଶ୍ଚିମବଙ୍ଗ ସରକାର ଏଭଳି କରିବାକୁ ଯୋଜନା କରିଥିବା ଶୁଣିବାକୁ ମିଳୁଛି ବୋଲି କହିଲେ ମହାସଂଘ ମହାସଚିବ ସୁଧାକର ପଣ୍ଡା। ଏହା କରାଗଲେ ଆଳୁ ଆସିବାରେ ଆହୁରି ସମସ୍ୟା ସୃଷ୍ଟି ହେବ।

Share

Leave a Reply

Your email address will not be published. Required fields are marked *

15 − 12 =