ରାଜ୍ୟ

ଏଣିକି ଥାନା ଅଫିସର ବି ଆଦାୟ କରିପାରିବେ ଟ୍ରାଫିକ ଫାଇନ

ଭୁବନେଶ୍ୱର () ଏଣିକି ଥାନା ଅଧିକାରୀମାନେ କରିପାରିବେ ଫାଇନ ଆଦାୟ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । ସହରାଞ୍ଚଳରେ ସବ ଇନସ୍ପେକ୍ଟର ପାହ୍ୟାର ଅଧିକ ଏବଂ ଗ୍ରାମାଞ୍ଚଳରେ ଏଏସଆଇ ଓ ତାଦୁର୍ଦ୍ଧ ପାହ୍ୟାର ଅଫିସର ଟ୍ରାଫିକ ନିୟମର ଅନୁପାଳନକୁ ଯାଞ୍ଚ କରିବା ସହ ଫାଇନ ଆଦାୟ କରିପାରିବେ ।

ଏଥିସହ ଟ୍ରାଫିକ ଅଧିକାରୀମାନେ ମଧ୍ୟ ଫାଇନ ଆଦାୟ କରିବେ । ଏହି ନିର୍ଦେଶ ସେପ୍ଟେମ୍ବର 1 ତାରିଖରୁ ପିଛିଲା ଭାବେ ଲାଗୁ ହେବ । ରାଜ୍ୟରେ ସଡକ ଦୁର୍ଘଟଣାକୁ ହ୍ରାସ କରିବା ସହ ଟ୍ରାଫିକ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାର ଫାଇନ ପରିମାଣ ବୃଦ୍ଧି କରିଛନ୍ତି । ଲୋକଙ୍କ ସୁବିଧା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ 3 ମାସ କୋହଳ କରିବାକୁ ନିର୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 8 =