Latestରାଜ୍ୟ

ଜମୁଛି ଆମିଷ ବଜାର

ଭୁବନେଶ୍ୱର: ଶନିବାର ଛାଡ଼ଖାଇ ପଡ଼ିଥିବାବେଳେ ଅଧିକାଂଶ ଲୋକେ ରବିବାରରେ ପାଳିଛନ୍ତି । ଯେଉଁ କାରଣରୁ ଆଜି ଆମିଷ ବଜାରରେ ଲାଗିଛି ନାହିଁ ନଥିବା ଭିଡ଼ । ଲୋକେ ଏକପ୍ରକାର କୋଭିଡ କଟକଣାକୁ ଫୁ କରି ଦେଇଥିବା ଦେଖିବାକୁ ମିଳିଛି । କାହା ମୁହଁରେ ମାସ୍କ ନଥିବାବେଳେ ଆଉ କେଉଁଠି ଜମୁଛି ଗହଳି । ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଦୋକାନରେ ବିଭିନ୍ନ ପ୍ରକାରର ଆମିଷ ରଖିଛନ୍ତି ବ୍ୟବସାୟୀ । ମାଛ, ମାଂସ, ଚିଙ୍ଗୁଡି ଓ କଙ୍କଡା କିଶୁଛନ୍ତି ଗ୍ରାହକ । ମାଛ କେଜି ୧୮୦ରୁ ୨୦୦ ଟଙ୍କା ଥିବାବେଳେ ଚିକେନ ୨୦୦ ଟଙ୍କା ରହିଛି । ମଟନ୍ ୭୦୦ରୁ ୮୦୦ ଟଙ୍କା ରହିଛି ।

ଚଳିତବର୍ଷ ଛାଡ଼ଖାଇ ପାଳିବା ପାଇଁ କଟକ ଓ ଭୁବନେଶ୍ବର ସହରର ହୋଟେଲଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। କେଉଁଠି ଖାସିମାଂସ ଝୋଳ ତ’ କେଉଁଠି ଚିଙ୍ଗୁଡ଼ି ଓ ଚିକେନ୍ ପାଇଁ ଆଗୁଆ ଅର୍ଡର୍ ଦେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ହୋଟେଲ୍ ମାଲିକମାନେ। ବିଶେଷ କରି କଟକ ସହରବାସୀଙ୍କ ପ୍ରତ୍ୟେକ ପସନ୍ଦ ଅନୁଯାୟୀ ସମସ୍ତ ପ୍ରସ୍ତୁତି ହେଉଥିବା ମାଲିକମାନେ ପ୍ରକାଶ କରିଛନ୍ତି। ଏପରିକି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ହୋମ୍ ଡେଲିଭରି ପାଇଁ ଅର୍ଡର୍ ନେଇ ଚମତ୍କାର ଅଫର ରଖିଥିବା ସେମାନେ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

ten + 20 =