Latestରାଜନୀତିରାଜ୍ୟ

ଇସ୍ତଫା ଦେଲେ ମମତା ମହନ୍ତ

ଭୁବନେଶ୍ୱର () ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହନ୍ତ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଆଜି ଗୃହରେ ମମତା ମହାନ୍ତଙ୍କ ଇସ୍ତଫା ସଂକ୍ରାନ୍ତରେ ପ୍ରଥମେ ସୂଚନା ଦେଇଥିଲେ । ଶ୍ରୀମତୀ ମହନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫାପତ୍ର ସେ ଗ୍ରହଣ କରିଥିବା ଅଧ୍ୟକ୍ଷ ଗୃହକୁ ଜଣାଇଥିଲେ ।

ଏଥିସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ସେ ଅଲୋଡ଼ା ହୋଇଥିବା ଦର୍ଶାଇ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ମମତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆଉ ୨୧ ମାସ ଥିବା ବେଳେ ଆଜି ସେ ଅଚାନକ ଉଭୟ ରାଜ୍ୟସଭା ଏବଂ ବିଜେଡି ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଏହା ପଛରେ ବଡ଼ ଗେମ ପ୍ଲାନ୍ ଥିବା ଚର୍ଚ୍ଚା ହେଉଛି ।

ଏହାର କିଛି ସମୟ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ତାଙ୍କର ଇସ୍ତଫାପତ୍ର ପହଞ୍ଚିଥିଲା । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲା ବେଳେ ଦଳରେ ତାଙ୍କର ଆବଶ୍ୟକତା ଅନୁଭବ କରୁ ନଥିବା କାରଣରେ ଦର୍ଶାଇଛନ୍ତି । ନିଜ ସୋସିଆଲ ମିଡିଆରେ ବିଜେଡି ଉପରେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ମହନ୍ତ ସମ୍ପ୍ରଦାୟର ନେତ୍ରୀ ହେଉଛନ୍ତି ମମତା ମହନ୍ତ । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲା ବେଳେ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭା ପଠାଇ ସମସ୍ତଙ୍କୁ ଚକିତ କରିଥିଲେ । ୨୦୨୦ ଏପ୍ରିଲ୍ ୩ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମମତାଙ୍କର କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍ ରେ ସରିଥାନ୍ତା । ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ଏବେ ବିଜେଡିର ସଂଖ୍ୟା ୮ କୁ ଖସିଆସିଛି ।

Share

Leave a Reply

Your email address will not be published. Required fields are marked *

17 − five =