Latestରାଜ୍ୟ

ଗିରଫ ହେଲେ କୁବେର ଅବକାରୀ ଯୁଗ୍ମ କମିଶନର

ଗିରଫ ହେଲେ କୋଟିପତି କୁବେର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗିରଫ ପରେ କୋର୍ଟ ଚାଲାଣ କଲା ଭିଜିଲାନ୍ସ ଟିମ୍। ତଦନ୍ତ ସମୟରେ ରାମଚନ୍ଦ୍ରଙ୍କ ମୋଟ ୫୨ ଟି ପ୍ଳଟ୍,  ଭୁବନେଶ୍ୱର ସତ୍ୟସାଇ ଏନକ୍ଳେଭରେ ଗୋଟିଏ ଡୁପ୍ଳେକ୍ସ ଘର, ଖାରବେଳନଗରରେ ଟୁ-ବିଏଚକେ ଘର, ଟୁ-ବିଏଚକେ ଫ୍ଳାଟ ବରଗଡ଼ରେ, ବଲାଙ୍ଗୀରରେ ତିନି ମହଲା ବିଲ୍ଡିଂ, ସୋନପୁରରେ ଗୋଟିଏ ବିଲ୍ଡିଂ, ସମ୍ବଲପୁରରେ ଦୁଇ ମହଲା ବିଲ୍ଡିଂ, ସୋନପୁରରେ ଏକ ମହଲା କୋଠା, ସୋନପୁରରେ ଏକ ରାଇସମିଲ୍ ଓ ଗୋଟିଏ ଫାର୍ମ ହାଉସ ରହିଛି । ବ୍ୟାଙ୍କ ଏବଂ ଇନ୍ସୁରାନ୍ସ ୪୩ ଲକ୍ଷ, ୨୩୦ ଗ୍ରାମ ସୁନା ଅଳଙ୍କାର, ରୂପା ଅଳଙ୍କାର, କ୍ୟାସ, ଟୁହୁଇଲର ଏବଂ ଆସବାବପତ୍ର ମିଶି ଏକ ଲକ୍ଷରୁ ଅଧିକ ଟଙ୍କା ରହିଛି। ବର୍ତ୍ତମାନ ସୁଧା ସବୁ ହିସାବ କିତାବ ଚାଲିଛି। ୫୨ ଟି ଯାକ ପ୍ଳଟ୍ ରାମଚନ୍ଦ୍ରଙ୍କ ନିଜ ନାଁରେ ରହିଛି। ଖୁବଶୀଘ୍ର ଟେକ୍ନିକାଲ ଟିମ୍ ପ୍ଳଟ୍ ଏବଂ ଫ୍ଳାଟ ଗୁଡିକର ଆକଳନ କରିବା ପରେ ମୋଟ ସମ୍ପତ୍ତି କେତେ ଜଣାପଡିବ। ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ରେ ୧୦ଜଣ ଡିଏସପି, ୧୫ ଆଇଆଇସି ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ। ତଦନ୍ତ ସମୟରେ ବିପୁଳ ଆୟ ବର୍ହିଭୁତ ସମ୍ପତି ଥିବା ଜଣାପଡିଛି।

Share

Leave a Reply

Your email address will not be published. Required fields are marked *

3 × 5 =