Latestରାଜ୍ୟ

ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆଉ ଏଥରକ ଇକମୋ ଚିକିତ୍ସା ଲାଗି ଓଡ଼ିଶା ବାହାରକୁ ଯିବାକୁ ପଡିବ ନାହିଁ । ରାଜ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହୋଇଯାଇଛି । କଟକ ବଡ ମେଡିକାଲରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଇକୋମୋ ସୁବିଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ସବୁ ଗୁରୁତର କୋଭିଡ ସଂକ୍ରମିତ, ଫୁସଫୁସ ଓ ହୃଦରୋଗୀଙ୍କ ପାଇଁ ଏହି ସେବା ବିନା ମୂଲ୍ୟରେ ଉପଲବ୍ଧ ହେବ । କଟକ ବଡ ମେଡିକାଲରେ ୯ଟି ଇକମୋ ମେସିନ ଲଗାଯାଇଛି । କଟକ ବଡ ମେଡିକାଲର ଇକମୋ ୟୁନିଟ ପୂର୍ବ ଭାରତର ସବୁଠାରୁ ବଡ ଇକମୋ ୟୁନିଟ ବୋଲି କୁହାଯାଉଛି । ଇକମୋ ମେସିନ ବ୍ୟବହାର ପାଇଁ ଦୁଇଟି ପର୍ୟ୍ୟାୟରେ ଏସସିବିର ୧୯ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − three =