ବିଏସଏନଏଲର ବଡ ଘୋଷଣା, ୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କୁ ମିଳିବ ପଇସା
ନୂଆଦିଲ୍ଲୀ() ବିଏସଏନଏଲର ବଡ ଘୋଷଣା । ଅଧିକ କଥା ହୁଅ କ୍ୟାସ୍ ବ୍ୟାକ୍ ଅଫରରେ ପଇସା ପାଅ । ଏପରି ଏକ ଯୋଜନା କରିବାକୁ ଯାଉଛି ବିଏସଏନଏଲ । ୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କୁ ମିଳିବ ପଇସା । ୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କ ଖାତାକୁ ଆସିଯିବ ୬ ପଇସା । କମ୍ପାନୀ ତାର କାରବାର ବଢାଇବାକୁ ଏଭଳି କ୍ୟାସବ୍ୟାକ୍ ଅଫର ଦେବାକୁ ଚିନ୍ତା କରୁଛି । ବିଏସଏନଏଲର ନିର୍ଦ୍ଦେଶକ ବିବେକ ବଂଞ୍ଜଲ ଏକ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି । ଏହି ଯୋଜନା ଦେଶର ସମସ୍ତ ଲ୍ୟାଣ୍ଡଲାଇନ, ବ୍ରଣ୍ଡବ୍ୟାଣ୍ଡ ଉପଭୋକ୍ତା ପାଇପାରିବେ ବୋଲି ଜଣାପଡିଛି ।