Latestରାଜ୍ୟ

୩ ମିନିଟରହିବ ‘ବନ୍ଦେ ଉତ୍କଳ ଜନନୀ’ ର ଅବଧି

ଭୁବନେଶ୍ୱର() ୩ ମିନିଟ ଭିତରେ ରହିବ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଅବଧି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ।

ତାଙ୍କ ସୂଚନା ଅନୁଯାୟୀ ୩ ମିନିଟ ଭିତରେ ସଙ୍ଗୀତ ଗାନର ଅବଧି ରହିବ । ସ୍ୱର, ଲୟ, ତାଳ କଣ ହେବ ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ । ଏନେଇ ବିସ୍ତୃତ ଖସଡ଼ା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ୯ଟି ରାଜ୍ୟ ସେମାନଙ୍କ ରାଜ୍ୟ ସଂଗୀତ ପ୍ରଚଳନ କରିଛନ୍ତି । ରାଜ୍ୟ ସଂଗୀତକୁ ଅବମାନନା କଲେ ସେମାନଙ୍କ ଦଣ୍ଡ ବିଧାନ ଅନୁଧ୍ୟାନ କରାଯାଇ ଓଡ଼ିଶାରେ ଦଣ୍ଡ ନେଇ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ପ୍ରକାଶ ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତ ଭାବରେ ସରକାରୀ ମାନ୍ୟତା ଦେବା ପାଇଁ ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ସଂଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକଡର଼୍ିଂ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

sixteen − fifteen =