Latestରାଜ୍ୟ

ଭୁବନେଶ୍ବରରେ ଅତ୍ୟାଧୁନିକ କ୍ୟାନସର ଚିକିତ୍ସା

ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର

ଭୁବନେଶ୍ବର () ଏବେ ଉନ୍ନତ ମାନର କ୍ୟାନସର ଚିକିତ୍ସା ପାଇଁ ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲକୁ ଯିବାକୁ ପଡିବନି । ଭୁବନେଶ୍ବରରେ ମଧ୍ୟ ଉନ୍ନତମାନର ଏବଂ ସୁଲଭ ମୂଲ୍ୟରେ କ୍ୟାନସର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରଙ୍ଗ ନିକଟରେ ନିଜସ୍ବ ଜ୍ଞାନ କୌଶଳରେ ବାରଙ୍ଗ ନିକଟରେ ଏକ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ରିସର୍ଚ୍ଚ ସେଣ୍ଟର ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ଦ୍ବାରା ମିଳିତ ଭାବେ ନିର୍ମାଣ କରାଯାଉଥିବା ବେଳେ ଏହା ପୂର୍ବ ଭାରତରେ ସର୍ବବୃହତ କ୍ୟାନସର ରିସର୍ଚ୍ଚ ସେଣ୍ଟରର ମାନ୍ୟତା ପାଇବ ।

ଭୁବନେଶ୍ବର ଉପକଣ୍ଠରେ ବାରଙ୍ଗ ନିକଟରେ ରତାଗଡ ନିକଟରେ 25 ଏକ ଜମିରେ ଏହି କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ନିର୍ମାଣ କରାଯାଉଛି । ଏଥିପାଇଁ 800 କୋଟି ଟଙ୍କା ଖର୍ଚ୍ଚ ହେବ । ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲ ଢାଞ୍ଚାରେ ଏହି 500 ସଯ୍ୟା ବିଶିଷ୍ଟ ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ନିର୍ମାଣ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଲୋକେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମୁମ୍ବାଇରେ କ୍ୟାନସର ଚିକିତ୍ସା ପାଇଁ ଅନୁରୋଧ କରନ୍ତି । ଏବେ ଆମେ ଓଡିଶାରେ ଏହି ସୁବିଧା ପାଇପାରିବା । ଏହା କ୍ୟାନସର ରୋଗୀଙ୍କୁ ଖୁସୀ ଦେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଶଙ୍କଳ୍ପବଦ୍ଧ । ଏଥିପାଇଂ ସବଗୁ ଜିଲ୍ଲା ମହକୁମା ଚିକିତ୍ସାଳୟରେ କେମୋ ଚିକିତ୍ସା ଉବଲବ୍ଧ ହେଉଛି । ଏହିସବୁ ଚିକିତ୍ସା କେନ୍ଦ୍ର କଟକ ଆଚାର୍ଯ୍ୟ ହରିହରି କ୍ୟାନସର ସେଣ୍ଟର ସହ ସଂଯୁକ୍ତ ହୋଇଛି । ଟାଟା ସହ ହୋଇଥିବା ଚୁକ୍ତି ଅନୁଯାୟୀ ରାଜ୍ୟରେ 15ଟି କ୍ୟାନସର କେୟାର ସେଣ୍ଟର ମଧ୍ୟ ଖୋଲିବ । ଏହାଦ୍ବାରା ଓଡିଶାରେ କ୍ୟାନସର ଚିକିତ୍ସାକୁ ଆଉ ଏକ ଦିଗନ୍ତ ମିଳିବ । ରାଜ୍ୟରେ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଏନ. ଟାଟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଟାଟା ଅଧ୍ୟକ୍ଷ ରତନ ଟାଟା କହିଛନ୍ତି ଯେ, କ୍ୟାନସର ଏବେ ଆଉ ଧନୀ କି ଗରିବ ଲୋକଙ୍କ ରୋଗ ହୋଇ ରହିନାହିଁ । ଯେକୌଣସି ସମୟରେ ଯେକୌଣସି ଲୋକ ଏହା କବଳକୁ ଆସିପାରନ୍ତି । ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମରେ ହେଉଥିବା ଏହି କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ଦ୍ବାରା ଆଗାମୀ ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

କ୍ୟାନସର ଚିକିତ୍ସାରେ ଏକ ବିପ୍ଲବ ଆଣିବାକୁ ଟାଟା ଟ୍ରଷ୍ଟ ରାଜ୍ୟ ସରକାରଙ୍କ ସହ ହାତ ମିଳାଇ ଚାଲିବ ବୋଲି ଶଙ୍କଳ୍ପବଦ୍ଧ । ଗତ ମେ ମାସରେ ଟାଟା ଟ୍ରଷ୍ଟ ସହ କ୍ୟାନସର କେୟାର ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ହୋଇଛି । ଏହା ସଂପୁର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ ପୂର୍ବ ଭାରତରେ ସବୁଠାରୁ ବଡ ରିସର୍ଚ୍ଚ ସେଣ୍ଟ ହେବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + four =