Businessରାଜ୍ୟ

ଫ୍ରାନ୍ସରେ ଅନୁଷ୍ଠିତ ୱାର୍ଲଡ୍‌-ସ୍କିଲ୍‌ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଓଡ଼ିଶାରୁ ୧୫ ଯୁବକଯୁବତୀ

ଭୁବନେଶ୍ୱର: ଫ୍ରାନ୍ସର ଲିୟନ୍‌ରେ ଚାଲିଥିବା ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ରେ ଭାରତର ଯୁବ ଟିମ୍ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରୁ ସର୍ବାଧିକ ୧୫ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ୭୦ଟି ଦେଶରୁ ୧୪୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ିଶାର ପ୍ରତିଯୋଗିମାନେ ସେମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନେ ମୋବାଇଲ୍ ଆପ୍ଲିକେସନ ବିକାଶ, ଇଟା ବିଛାଇବା, ସିଏନ୍‌ସି ମିଲିଂ, ସିଏନ୍‌ସି ଟର୍ଣ୍ଣିଂ, ବିଦ୍ୟୁତ ବ୍ୟବସ୍ଥା ସ୍ଥାପନା, ଇଲେକ୍ଟ୍ରୋନିକ୍ସ, ଅକ୍ଷୟ ଶକ୍ତି, ପାଇପ୍ କାର୍ଯ୍ୟ, ହିଟିଂ, ଜଳ ପ୍ରଯୁକ୍ତି, ୱେଲ୍‌ଡିଂ, ରୋବଟ୍ ସିଷ୍ଟମ୍ ଇଂଟିଗ୍ରେସନ ଆଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି।
ବେକରିରେ ଓଡ଼ିଶାର ସସ୍ମିତା ବର୍ଦ୍ଧନ, ଇଟା ବିଛାଇବାରେ ପ୍ରତ୍ୟୁଷ କୁମାର ଦଳବେହେରା, ସିଏନ୍‌ସି ମିଲିଂରେ ରାଜେନ୍ଦ୍ର ବିନ୍ଧାଣୀ, ସିଏନ୍‌ସି ଟର୍ଣ୍ଣିଂରେ ଅଜୟ ସେଠୀ, ବିଦ୍ୟୁତ ସ୍ଥାପନାରେ ବରୁଣ ସାହୁ, ଇଲେକ୍ଟ୍ରୋନିକ୍ସରେ ବିଜୟ କୁମାର ମାହାତୋ, ସ୍ୱାସ୍ଥ୍ୟ ଓ ସାମାଜିକ ସେବାରେ ଦିଶା ଦର୍ଶିନୀ, ମୋବାଇଲ୍ ଆପ୍ଳିକେସନ ବିକାଶରେ ସୌମ୍ୟ ରଂଜନ ସାହୁ, ପାଇପ କାର୍ଯ୍ୟ ଓ ହିଟିଂରେ କ୍ରୀତିପର୍ଣ୍ଣା ଷଡ଼ଙ୍ଗୀ, ଅକ୍ଷୟ ଶକ୍ତିରେ ଅମରେଶ କୁମାର ସାହୁ, ରେସ୍ତୋରାଁ ସେବାରେ ଶୁଭ୍ରଜିତ ପାତ୍ର, ରୋବୋଟିକ୍ସ ସିଷ୍ଟମ୍‌ସ ଇଂଟିଗ୍ରେସନରେ ଅଭିଷେକ କୁମାର, ଅଗ୍ରତା କଳ୍ପ, ଜଳ ପ୍ରଯୁକ୍ତିରେ ଅଖିଳ ଗେଡେଲା ଓ ୱେଲ୍‌ଡିଂରେ କାମିନୀ କୁମାରୀ ରାମ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।
ଓଡ଼ିଶାର କାମିନି କୁମାର ରାମ ହେଉଛନ୍ତି ୱେଲ୍‌ଡିଂରେ ଜଣେ ପ୍ରତିଭାବାନ ପ୍ରତିଯୋଗୀ। ଇଣ୍ଡିଆସ୍କିଲ୍‌ସ ୨୦୨୪ର ୱାଇଲ୍‌ଡକାର୍ଡ ଏଂଟ୍ରି ଭାବେ କାମିନି ୱେଲ୍‌ଡିଂରେ ସ୍ପେସିଆଲାଇଜେସନ୍ ହାସଲ କରିଛନ୍ତି। ଚିରାଚରିତ ଭାବନାକୁ ଅତିକ୍ରମ କରି ଆଗକୁ ବଢ଼ିବାକୁ ସେ ପ୍ରତିବଦ୍ଧ ରହିଛନ୍ତି। ନିଜର ନିଷ୍ଠା ପାଇଁ ସେ ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ପାରାଦୀପା ଦିଶା ଦର୍ଶିନୀ ସ୍ୱାସ୍ଥ୍ୟ ଓ ସାମାଜିକ ସେବାରେ ଜଣେ ପ୍ରତିଭାବାନ ପ୍ରତିଯୋଗୀ। ତାଙ୍କ ଅଭିଳାଷକୁ ବନ୍ଧୁ ଓ ପରିଜନଙ୍କ ଜବରଦସ୍ତ ସମର୍ଥନ ମିଳିଛି। ପାରାଦୀପର କେନ୍ଦ୍ରୀୟ ବିଦ୍ୟାଳୟ ପାରାଦୀପ ପୋର୍ଟ ଓ ଭୁବନେଶ୍ୱରର ଗୌରୀ ଶଙ୍କର ରେସିଡେନ୍‌ସିଆଲ୍ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଛାତ୍ରୀ ଦିଶାଙ୍କ ମନ୍ତ୍ର ହେଉଛି “ବିଫଳତା ଏକ ବିକଳ୍ପ ହୋଇପାରେ, କିନ୍ତୁ ହାରିଯିବା ନୁହେଁ”। ତାଙ୍କ କଠିନ ପରିଶ୍ରମ ଯୋଗଁ ସେ ସମ୍ମାନଜନକ ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ରେ ସ୍ଥାନ ପାଇଛନ୍ତି। ପାରଳାଖେମୁଣ୍ଡିର ଅଖିଳ ଗେଡେଲା ଜଳ ପ୍ରଯୁକ୍ତିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଜଳ ପ୍ରଯୁକ୍ତି ଜରିଆରେ ଆହ୍ୱାନର ସମାଧାନ କରିବା ଲାଗି ସେ କଠିନ ତାଲିମ ଓ ଅଭିନବ ଦୃଷ୍ଟିକୋଣ ହାସଲ କରିଛନ୍ତି। ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ରେ ପ୍ରଭାବ ସୃଷ୍ଟି କରିବାକୁ ସେ ପ୍ରସ୍ତୁତ ରହିଛନ୍ତି।
ଭାରତୀୟ ଟିମ୍‌ର ପ୍ରଦର୍ଶନ ସମ୍ପର୍କରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଯେ, “ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ରେ ଆମେ ଭାରତୀୟ ଟିମ୍‌ର ଚମତ୍କାର ପ୍ରଦର୍ଶନ ଦେଖୁଥିବା ବେଳେ ମୋତେ ବହୁତ ଗର୍ବ ଲାଗୁଛି। ସେମାନଙ୍କ ବୁଥ୍ ପରିଦର୍ଶନ କରି ସେମାନଙ୍କ ସମର୍ପଣକୁ ଦେଖି ମୁଁ ତାଙ୍କ କଠିନ ପରିଶ୍ରମ ଓ ଅଭିଳାଷକୁ ସ୍ପଷ୍ଟ କରୁଛି। ଆମର ଯୁବ ବାଳକ ଓ ବାଳିକାମାନେ ଦେଶକୁ ଗର୍ବିତ କରୁଛନ୍ତି। ମୋର ବିଶ୍ୱାସ ରହିଛି ଯେ ଆମେ କେବଳ ଉତ୍କର୍ଷ ହାସଲ କରିବୁ ନାହିଁ, ବରଂ ଆମ ଦେଶରେ ଦକ୍ଷତାକୁ ଏକ ଅଭିଳାଷ ମୂଲ୍ୟ ଭାବେ ଆଗକୁ ବଢ଼ାଇପାରିବୁ। ମିଳିତ ଭାବେ ଆମେ ଶ୍ରେଷ୍ଠତା ହାସଲ କରିବା ଏବଂ ଦେଶ ପାଇଁ ଗୌରବ ଆଣିବାକୁ ପ୍ରତିବଦ୍ଧ।”
ଏମ୍‌ଏସ୍‌ଡିଇର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ କହିଛନ୍ତି ଯେ, “ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବାକୁ ଆମ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଥିବା ବେଳେ ଦକ୍ଷତାକୁ ଅଭିଳାଷରେ ପରିଣତ କରିବା ଦ୍ୱାରା ତାହା ସମ୍ଭବପର ହୋଇପାରିବ। ସେଥିପାଇଁ ଆମେ ୱାର୍ଲଡ୍‌ସ୍କିଲ୍‌ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛୁ। ୫୨ ପ୍ରକାର ଦକ୍ଷତା ବର୍ଗରେ ୭୦ଟି ଦେଶ ସହିତ ଆମର ପ୍ରତିଯୋଗିତାରେ ଭାରତ ଚତୁର୍ଥବୃହତ ଟିମ୍ ପଠାଇଛି। ଆମ ଶିଳ୍ପ ସହଯୋଗୀମାନଙ୍କ ଦ୍ୱାରା ଆମ ଟିମ୍‌କୁ ପ୍ରସ୍ତୁତ ଓ ତାଲିମ ପ୍ରଦାନ କରାଯାଇଛି ଏବଂ ମୁଁ ନିଶ୍ଚିତ ଯେ ସେମାନେ ଦେଶ ପାଇଁ ଗୌରବ ଆଣିବେ।”
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ଇଣ୍ଡିଆସ୍କିଲ୍‌ସ ପ୍ରତିଯୋଗିତା ଜରିଆରେ ୱାର୍ଲଡ୍‌ସ୍କିଲ୍‌ସ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତା ପାଇଁ ୪୮ଟି ବର୍ଗରେ ଭାରତର ୬୦ ପ୍ରତିଯୋଗୀ ପ୍ରତି୍‌ଦ୍ୱନ୍ଦ୍ୱିତା କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

four × two =