ଜେରା ହେବେ ସୋନାଲି
ଗତ ବର୍ଷ ଜାନୁଆରୀ ମାସ ୩୦ ତାରିଖରେ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ପ୍ରେମିକା ସୋନାଲି ଦାୟୀ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଏହି ଖବର ରାଜଧାନୀ ଭୁବନେଶ୍ୱରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା ମଧ୍ୟରେ ସୌମ୍ୟଙ୍କ ମୃତ୍ୟୁକୁ ୧ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ମାତ୍ର ଆଜି ପର୍ଯ୍ୟନ୍ତ ସୌମ୍ୟଙ୍କ ପରିବାର ନ୍ୟାୟ ପାଇପାରି ନାହାନ୍ତି ।