Latestରାଜ୍ୟ

ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ବୃହତ୍ତମ ଇସ୍ପାତ କାରଖାନା: ଶିଳ୍ପ ମନ୍ତ୍ରୀ

ଜାପାନ ଗସ୍ତରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି  ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି।

ରାଜ୍ୟ ଶିଳ୍ପ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ। ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ୩୦ନିୟୁତ ମେଟ୍ରିକ୍ ଟନ୍ ଇସ୍ପାତ  ଉତ୍ପାଦନ କରିବ। ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରିନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ଖୁବ୍ ଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସିବେ। ସେମାନେ କ୍ଷେତ୍ର ପରିଦର୍ଶନ କରିବେ। ଆମେ ମଧ୍ୟ ସେମାନଙ୍କୁ ନିମନ୍ତ୍ରଣ କରିଛୁ।

Share

Leave a Reply

Your email address will not be published. Required fields are marked *

seventeen − 10 =