ରାଜନୀତି

ନୂଆ ଟ୍ବିଟ ମାଷ୍ଟ୍ରାଣୀ

ଭୁବନେଶ୍ବର () ଓଡିଶା ରାଜନୀତିର ନୂଆ ଟ୍ବିଟ ମାଷ୍ଟ୍ରାଣୀ ସାଜିଛନ୍ତି ଅପରାଜିତ ଷଢଙ୍ଗୀ । ପ୍ରଶାସକରୁ ରାଜନୀତିକୁ ଆସିଥିବା ଅପରାଜିତା ଏବେ ପ୍ରତିଦିନ ନୂଆ ନୂଆ ଟ୍ବିଟ କରିବାରେ ଲାଗିଛନ୍ତି । କେତେବେଳେ ପ୍ରଶାସନିକ ଚାକିରି ଛାଡି ଲୋକଙ୍କ ସମର୍ଥନ ମାଗୁଛନ୍ତି ତ କେତେବେଳେ ମୁଁ ନୁହେଁ ଆମେର ସ୍ଲୋଗାନ ଦେଉଛନ୍ତି ।

ବିଜେପିରେ ଯୋଗଦେବା ପରେ ଗତକାଲି ରାତିରେ ସେ ଟ୍ବିଟ କରି କହିଛନ୍ତି ଯେ, ସେ ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ଏଥିପାଇଁ ମହାପ୍ରଭୂ ଜଗନ୍ନାଥ ଓ ରାଜବାସୀଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି । ସେ ଆସନ୍ତକାଲି ଭୁବନେଶ୍ବରରେ ପହଁଚିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଟ୍ବିଟ ମାଷ୍ଟର ବୋଲି କୁହାଯାଉଥିଲା । କାରଣ ସେ ବି ଟିକେ ଟିକେ କଥାରେ ଟ୍ବିଟ କରି ନିଜ ମତାମତ ଓ ପ୍ରତିକ୍ରିୟା ରଖୁଥିଲେ । କୌଣସି ପ୍ରସଙ୍ଗରେ ଗଣମାଧ୍ୟମରେ କହିବାକୁ କୁଣ୍ଠା କିନ୍ତୁ ଟ୍ବିଟ କରିବାରେ ଧୁରନ୍ଧର  । ଏବେ ତାଙ୍କର ପଥ ଆପଣେଇଛନ୍ତି ଅପରାଜିତା ।

ପ୍ରଶାସନିକ ପଦ ଛାଡିବାର କାରଣ ଏବଂ ରାଜନୀତିକୁ ଓହ୍ଲାଇବାର ଉଦ୍ଦେଶ୍ୟ, ଏପର୍ଯ୍ୟନ୍ତ ତାହା ସେ ଗଣମାଧ୍ୟମରେ ସ୍ପଷ୍ଟ କରିନାହାଁନ୍ତି । ହେଲେ ରାଜନୀତିରେ ଯୋଗ ଦେବା ପୂର୍ବରୁ ପରୋକ୍ଷ ରାଜନୀତିରେ ସେ ଟ୍ବିଟ କରି ଅନେକ ସଙ୍କେତ ଦେଇଛନ୍ତି । ତେଣୁ ଏବେ ରାଜନୈତିକ ମହଲରେ ତାଙ୍କୁ ନୂଆ ଟ୍ବିଟ ମାଷ୍ଟ୍ରାଣି ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

eight − 4 =