ଜାତୀୟ

ଜାଲ ସାର୍ଟିଫିକେଟ ଦେଇ ଫସିଲେ ୧୬ ପାଇଲଟ୍

ପାଠରେ ମାଟ୍ରିକ୍ ଫେଲ। ହେଲେ ପେଶାରେ ପାଇଲଟ୍। ନକଲି ପ୍ରମାଣପତ୍ର ବଳରେ ଡିଗ୍ରୀ ହାସଲ କରି ବିମାନ ପାଇଲଟ୍ ହେବା ମହଙ୍ଗା ପଡ଼ଛି। ଫେକ୍ ଡିଗ୍ରୀ ପ୍ରମାଣ ପତ୍ର ରଖିଥିବା ଅଭିଯୋଗରେ ପାକିସ୍ତାନର ୧୬ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ୬୫ ଜଣ କ୍ୟାବିନ୍ କ୍ରୁଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି। ପାକିସ୍ତାନର ନାଗରିକ ଉଡ଼ାନ ନିୟମ ଅନୁଯାୟୀ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ବିମାନ ସେବାରେ ନିୟୋଜିତ କେତେକ କର୍ମଚାରୀଙ୍କ ବିରୋଧରେ ଫେକ୍ ପ୍ରମାଣପତ୍ର ଅଭିଯୋଗ ଆସିଥିଲା। ଏହାପରେ ତଦନ୍ତ କରାଯିବାରୁ ଉପରୋକ୍ତ ଘଟଣା ସାମ୍ନାକୁ ଅସିଛି।

Share

Leave a Reply

Your email address will not be published. Required fields are marked *

one × 2 =