Latestଜାତୀୟ

ପୁଲୱାମା ପ୍ରତିଶୋଧ ନେଲା ଭାରତୀୟ ବାୟୁ ସେନା

ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି।
ଆଜି ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକା ଯାଇଛି। ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଏହି ସବୁ ବୋମା ପକା ଯାଇଥିଲା। ଏହି ଆକ୍ରମଣରେ ପ୍ରାୟ ୨୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଶିବିର ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି।
ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ମଧ୍ୟରେ ଜୈଶ-ଇ-ମହମ୍ମଦର ଶିବର ବି ରହିଥିବା ଜଣାପଡ଼ିଛି। ପୁଲୱାମା ଆକ୍ରମଣ ଘଟଣାରେ ଏହି ଆତଙ୍କବାଦୀ ସଂଗଠନ ସାମିଲ ଥିଲା। ଏଥିରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୩ ଟା ୩୦ରୁ ବାୟୁ ସେନା ପକ୍ଷରୁ ଏହି ଅପରେଶନ୍ ଆରମ୍ଭ କରାଯାଇଥିଲା। ୧୨ଟି ମିରାଜ୍ ୨୦୦୦ ଯୁଦ୍ଧ ବିମାନରେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସେନାର ଏହି ଅପରେଶନ୍ ୧୦୦ ପ୍ରତିଶତ ସଫଳ ହୋଇଥିବା ଜଣାପଡ଼ିଛି। ସବୁ ଯୋଜନା ମୁତାବକ ହୋଇଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି।
ପାକିସ୍ତାନର ବାଲାକୋଟ, ମୁଜାଫରାବାଦ୍ ଓ ଚକୋଟିରେ ଥିବା ଆତଙ୍କବାଦୀ ଶିବିର ଉପରେ ବାୟୁ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏହି ତିନିଟି ସ୍ଥାନରେ ଥିବା ଜୈଶ଼-ଇ-ମହମ୍ମଦର କ୍ୟାମ୍ପ ଧ୍ୱଂସ ହୋଇଛି। ତା’ସହିତ ଏସବୁ ସ୍ଥାନରେ ଥିବା ଲଶ୍କର-ଇ-ତୋଇବା ଓ ହିଜ୍ବୁଲ୍ ମୁଜାହିଦ୍ଦୀନର ଶିବିର ମଧ୍ୟ ନଷ୍ଟ ହୋଇଯାଇଛି।

Share

Leave a Reply

Your email address will not be published. Required fields are marked *

twelve + seventeen =