FEATURED

ସୁବର୍ଣ୍ଣରେଖା ବନ୍ଦର ଓ ଟିଏସ୍‌ଏଫ୍ ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି ସହଯୋଗରେ ଚଉମୁଖରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟକୁ ପାଳନ କରିବା ପାଇଁ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି ସହଯୋଗରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଧୀନସ୍ଥ ଚଉମୁଖଠାରେ ୨୦୨୪ ନଭେମ୍ବର ୧୫ରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲିଆପାଳ ଆଇଆଇସି ବ୍ରହ୍ମାନନ୍ଦ ସ୍ୱାଇଁ, ଜାମକୁଣ୍ଡ ଫଣ୍ଡି ଏସ୍‌ଆଇ, ବାସନ୍ତୀ ମାତା ପୂଜା କମିଟି ସଭାପତି ମାନଗୋବିନ୍ଦ ଜେନା, ସମ୍ପାଦକ ମାନଗୋବିନ୍ଦ ଖିଲାର ଏବଂ ଏସ୍‌ପିପିଏଲ୍ ଓ ଟିଏସ୍‌ଏଫ୍‌ର ଅଧିକାରୀମାନେ ଯୋଗ ଦେଇଥିଲେ। ବୋଇତ ବନ୍ଦାଣ ଉତ୍ସବରେ ଚଉମୁଖ ଓ ଡାଗରା ପିଏମ୍‌ସି ସ୍କୁଲର ୧୦୦ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଏସ୍‌ଏଚ୍‌ଜି ସଦସ୍ୟା ଓ ଲର୍ଣ୍ଣିଂ ସେଂଟରର ସଦସ୍ୟମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ଏବଂ ଗୀତ ଓ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା “ଶ୍ରେଷ୍ଠ ସାଧବ’ ଓ “ଶ୍ରେଷ୍ଠ ସାଧବାଣୀ’ ପ୍ରତିଯୋଗିତା। ଯେଉଁଥିରେ ଅଂଶଗ୍ରହଣକାରୀମାନେ ପାରମ୍ପରିକ ପୋଷାକ ପିନ୍ଧି ଭାଗ ନେଇଥିଲେ ଯାହା ଗୋଷ୍ଠୀର ସାଂସ୍କୃତିକ ଐତିହ୍ୟକୁ ଦର୍ଶାଇ ଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଟିଏସ୍‌ଏଫ୍ ସହଯୋଗରେ ପ୍ରସ୍ତୁତ ସବାଇ ଘାଷ କଳାକୃତି, ଦୁଗ୍ଧ ଉତ୍ପାଦ, ଝୋଟ ଓ ଚାନ୍ଦୁଆ ଆଦିକୁ ପ୍ରଦର୍ଶନ କରିଥିଲେ।
ସାଙ୍କେତିକ ବୋଇତ ବନ୍ଦାଣ ଉତ୍ସବ ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ଏବଂ ଏହା ପରେ ଚିତ୍ରାଙ୍କନ, ରଙ୍ଗୋଲି, ଗୀତ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସେମାନଙ୍କ କଳା, ପ୍ରତିଭା ଓ ଐତିହ୍ୟ ଗୌରବ ପାଇଁ ପୁରସ୍କୃତ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

fifteen − eight =