Businessଟେକ୍ନୋଲୋଜିମନୋରଞ୍ଜନ

ସୋନି ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ ସାଉଣ୍ଡ୍‌ବାର୍‌ର ଶୁଭାରମ୍ଭ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବ୍ରାଭିଆ ଥିଏଟର ବାର୍ ୯ ସାଉଣ୍ଡବାର୍‌କୁ ଉନ୍ମୋଚନ କରାଯାଇଛି । ଏହି ଅତ୍ୟାଧନିକ ସାଉଣ୍ଡବାର୍ ଘରେ ସିନେମା ଭଳି ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ସୋନିର ଅଡିଓ ଓ ଭିଜୁଆଲ୍ ପ୍ରୁକ୍ତି ସହିତ ଇନ୍‌-ହୋମ୍ ମନୋରଂଜନ୍‌ର ଉନ୍ନତ ସୁବିଧାସୁଯୋଗ ରହିଛି । ସୋନିର ନୂଆ ବ୍ରାଭିଆ ଥିଏଟର ବାର୍‌କୁ ଘରେ ଟିଭି ଦେଖିବା ଅନୁଭୂତିକୁ ବଢ଼ାଇବା ଭଳି ପ୍ରସ୍ତୁତ କରାଯାଇଛି ଯାହା ବଡ଼ ସ୍କ୍ରିନ୍‌ର ଯାଦୁକୁ ଘର ଭିତରକୁ ଆଣିବ । ଷ୍ଟ୍ରିମିଂ ସେବାର ସମ୍ପ୍ରସାରଣ ହେଉଥିବାରୁ ଘରେ ମନୋରଂଜନର ଧାରା ବଢ଼ିବାରେ ଲାଗିଛି । ୧୧ଟି ସ୍କିପର୍ ୟୁନିଟ୍ ଥିବା ବ୍ରାଭିଆ ଥିଏଟର୍ ବାର୍ ୮ ଓ ୧୩ଟି ସ୍କିପର୍ ଥିବା ବ୍ରାଭିଆ ଥିଏଟର ବାର୍ ୯ ଏହାର ଉନ୍ନତ ସାଉଣ୍ଡ ମାନ ଓ ପ୍ରଯୁକ୍ତି ଜରିଆରେ ଆପଣଙ୍କ ଟିଭି ଦେଖିବା ଅନୁଭୂତି ବଢ଼ାଇବ ।

ଏହି ଦୁଇ ପ୍ରକାର ସାଉଣ୍ଡ୍ ବାର୍‌ରେ ସୋନିର ନିଜସ୍ୱ ୩୬୦ ସ୍ପାଟିଆଲ୍ ସାଉଣ୍ଡ ମ୍ୟାପିଂ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଏଥିରେ ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ସାଉଣ୍ଡ ଆସିବ ଯାଦ୍ୱାରା ଟିଭି ଦେଖିବା ମଜାଦାର ହୋଇପାରିବ । ପୂର୍ବରୁ ଫାଂଟ୍‌ମ ସ୍ପିକର୍ ସୃଷ୍ଟି କରିବା ଲାଗି ଉଭୟ ସାଉଣ୍ଡ ବାର୍ ଓ ପଛ ସ୍ପିକର୍ ଦରକାର ହେଉଥିଲା । କିନ୍ତୁ ବ୍ରାଭିଆ ଥିଏଟର ବାର୍ ୮ ଓ ୯ରେ ଗୋଟିଏ ସାଉଣ୍ଡ ବାର୍‌ରେ ଏହି କାମ ହୋଇିବ ।

ବ୍ରାଭିଆ ଥିଏଟର ବାର୍ ୮ ଓ ୯ରେ ସାଉଣ୍ଡ ଫିଲ୍‌ଡ ଅପ୍ଟିମାଇଜେସନ୍ ରହିଛି ଯାହା ଘରର ଗଢ଼ା ଶୈଳୀ ଅନୁସାରେ ସ୍ପିକର୍‌କୁ ଆଡଜଷ୍ଟ କରି ସାଉଣ୍ଡ ପ୍ରଦାନ କରିବ । ଏଥିରେ ଡଲ୍‌ବି ଆଟ୍‌ମସ୍ ଇମର୍ସିଭ୍ ଓ ଆଇମ୍ୟାକ୍ସ ଏନ୍‌ହାନ୍‌ସଡ୍ ସାର୍ଟିଫିକେସନ୍ ରହିଛି । ଆକୋଷ୍ଟିକ୍ ସେଂଟର ସିଙ୍କ ଜରିଆରେ ଟିଭି ପରଦାରେ ଚାଲୁଥିବା ଦୃଶ୍ୟ ସହ ଶବ୍ଦର ଉପଯୁକ୍ତ ସମନ୍ୱୟ ରହିବ । ଏଥିରେ ଥିବା ଭଏସ୍ ଜୁମ୍ ୩ ସୁବିଧା ସଂଳାପଗୁଡ଼ିକୁ ସଠିକ୍ ଭାବେ ଆପଣଙ୍କ କାନ ପର୍ଯ୍ୟନ୍ତ ପହଂଚାଇବ । ବ୍ରାଭିଆ କନେକ୍ଟ ଆପ୍ ଜରିଆରେ ଏହି ଦୁଇ ସାଉଣ୍ଡ ବାର୍‌ର ପରିଚାଳନା କରାଯାଇପାରିବ ।

ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ରେ ଥିବା ୩୬୦ ରିଅଲିଟି ଅଡିଓ ପ୍ରତିଟି କୋଣରୁ ଆପଣଙ୍କ ପାଖରେ ସାଉଣ୍ଡ ପହଂଚାଇବ, ଫଳରେ ଆପଣ ସଙ୍ଗୀତ ଶୁଣିବାର ପୂରା ମଜା ନେଇପାରିବେ । ଆପଣ ସଙ୍ଗୀତ ଶୁଣନ୍ତୁ କିମ୍ବା ଅନ୍ୟ କିଛି ଏହା ଅତି ସ୍ପଷ୍ଟ ଓ ଗଭୀର ଭାବେ ଆପଣଙ୍କ ପାଖରେ ତାହାର ଅଡିଓକୁ ପହଂଚାଇବ ।

ବ୍ରାଭିଆ ଥିଏଟର୍ ବାର୍ ୮ ଓ ବାର୍ ୯କୁ ସୋନିର ରିଟେଲ୍ ଷ୍ଟୋର୍‌, ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍‌, ସୋନି ପୋର୍ଟାଲ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷେ୍‌ାର୍ ଏବଂ ଇ-କମର୍ସ ୱେବସାଇଟ୍‌ରୁ ୨୦୨୪ ଜୁଲାଇ ୧୫ରୁ କିଣିହେବ । ବ୍ରାଭିଆ ଥିଏଟର ବାର୍ ୮ର ଦାମ୍ ୮୯,୯୯୦ ଟଙ୍କା ଓ ବାର୍ ୯ର ଦାମ୍ ୧,୨୯,୯୯୦ ଟଙ୍କା ରହିଛି । କିଛି ନିର୍ଦ୍ଦିଷ୍ଟ କାର୍ଡ ଉଭୟରେ ଉଭୟ ବାର୍‌ରେ ୮-୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ପ୍ରଦାନ କରାଯାଇଛି । ବ୍ରାଭିଆ ଟିଭି ସହିତ କିଣିଲେ ସ୍ୱତନ୍ତ୍ର ୮୦୦୦ ଟଙ୍କାର ରିହାତି ସୁବିଧା ରହିଛି ।

Share

Leave a Reply

Your email address will not be published. Required fields are marked *

19 + 1 =