Business

ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ପକ୍ଷରୁ ଅଗଷ୍ଟରେ ୧୦୧୩ ଇଲେକ୍ଟ୍ରିକ୍ ଯାନ ବିକ୍ରି

ଭୁବନେଶ୍ୱର: ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ପକ୍ଷରୁ ୨୦୨୪ ଅଗଷ୍ଟରେ ୧୦୧୩ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି ଘୋଷଣା କରାଯାଇଛି।
ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଂଚ ମାସରେ (୨୦୨୪ ଏପ୍ରିଲ୍‌-ଅଗଷ୍ଟ) ୬୦୦୬ରୁ ଅଧିକ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରାଯାଇଛି।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟିର ଅଧ୍ୟକ୍ଷ ତଥା ପରିଚଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଉତ୍ସବ ଋତୁର ଶୁଭାରମ୍ଭ ହୋଇଥିବା ବେଳେ ଗ୍ରାହକଙ୍କ ଆଗମନ ବଢ଼ିଥିବା ଏବଂ ଆମ ବ୍ୟାପକ ଉତ୍ପାଦ ବର୍ଗମାଳା ପାଇଁ ଅନୁସନ୍ଧାନ ବୃଦ୍ଧି ହୋଇଛି। ବଜାର ସ୍ଥିତି ସକାରାତ୍ମକ ମନେ ହେଉଥିବା ବେଳେ ଆଗାମୀ ମାସଗୁଡ଼ିକରେ ବିଶେଷ କରି ନବରାତ୍ରୀ, ଦୀପାବଳି ଓ ଭାଇଦୁଜ୍ ସମୟରେ ଆମେ ଦୃଢ଼ ଅଭିବୃଦ୍ଧି ଆଶା କରୁଛୁ। ଏହି ମାସଗୁଡ଼ିକର ବର୍ଦ୍ଧିତ ଚାହିଦା ଲାଗି ପ୍ରସ୍ତୁତି ସ୍ୱରୂପ ସମସ୍ତ ଅଂଚଳରେ ଥିବା ଡିଲରସିପ୍‌ଗୁଡ଼ିକରେ ଆମର ସବୁ ମଡେଲ୍ ଷ୍ଟକ୍ ରହିବାକୁ ଆମେ ସୁନିଶ୍ଚିତ କରୁଛୁ।”

Share

Leave a Reply

Your email address will not be published. Required fields are marked *

eleven − 5 =