ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ବିକ୍ରି ପରବର୍ତୀ ସେବା ପାଇଁ ସ୍ପିଡ୍ପୋର୍ସ ସହିତ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିିମିଟେଡ୍ ପକ୍ଷରୁ ଭାରତର ଅଗ୍ରଣୀ ଦୁଇଚକିଆ ଯାନ ସର୍ଭିସ୍ ଶୃଙ୍ଖଳା ସ୍ପିଡ୍ଫୋର୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଜୟ ଇ-ବାଇକ୍ ଗ୍ରାହକମାନଙ୍କ ଲାଗି ବିକ୍ରି ପରବର୍ତୀ ସେବା ଅନୁଭୂତିରେ ଉନ୍ନତି ଆଣିବା ଓ ଜାତୀୟ ସ୍ତରରେ ଉପସ୍ଥିତିକୁ ୧୦୦୦ରୁ ଅଧିକ ଟଚ୍ପଏଂଟ୍କୁ ବଢ଼ାଇବା। ସ୍ପିଡ୍ଫୋର୍ସର ୩୫୦ରୁ ଅଧିକ ସ୍ଥାନରେ ଟଚ୍ପଏଂଟ୍ ଥିବା ବେଳେ ପ୍ରତି ଆଉଟ୍ଲେଟ୍ ପିଛା ମାସିକ ହାରାହାରି ୧୫୦ ଯାନର ସର୍ଭିସିଂ ହେଉଛି। ଏହି ସହଯୋଗିତା ଜରିଆରେ ପ୍ରତି ମାସରେ ୫୦,୦୦୦ରୁ ଅଧଥିକ ଗ୍ରାହକଙ୍କ ପାଖରେ ପହଂଚିବାକୁ ଜୟ ଇ-ବାଇକ୍ ଲକ୍ଷ୍ୟ ରଖିଛି।
ଏହି ସହଯୋଗିତା ସ୍ପିଡ୍ଫୋର୍ସ ପକ୍ଷରୁ ଏହାର ଆଉଟ୍ଲେଟ୍ଗୁଡ଼ିକରେ ଜୟ ଇ-ବାଇକ୍ ମଡେଲ୍ଗୁଡ଼ିକର ବ୍ୟାପକ ଭାବେ ଉପସ୍ଥାପନ କରାଯିବ ଯାହା ଦ୍ୱାରା ଗ୍ରାହକମାନେ ସେହି ଗାଡ଼ିଗୁଡ଼ିକୁ କ୍ରୟ କରିପାରିବେ ଓ ଗୋଟିଏ ସ୍ଥାନରେ ତାହାର ସର୍ଭିସିଂ ସୁବିଧା ପାଇପାରିବେ। ଏହା ଦ୍ୱାରା ଯେଉଁ ସ୍ଥାନରେ ସ୍ୱତନ୍ତ୍ର ସୋ’ରୁମ୍ ନାହିଁ ସେଠାକାର ଗ୍ରାହକମାନେ ଉପକୃତ ହେବେ। ଏହା ଜରିଆରେ ୱାର୍ଡୱିଜାର୍ଡ ନୂଆ ଗ୍ରାହକଙ୍କ ନିକଟରେ ପହଂଚିପାରିବ ଓ ଦେଶରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିପାରିବ।
ଆଇସିଇ ଗାଡ଼ିର ସର୍ଭିସିଂ କ୍ଷେତ୍ରରେ ସ୍ପିଡ୍ଫୋର୍ସର ବ୍ୟାପକ ସୁନାମ ରହିଥିବା ବେଳେ ନିକଟରେ ଏହା ଇଭି ସର୍ଭିସିଂ କ୍ଷେତ୍ରରେ ପ୍ରବେଶ କରିଛି। ଏହି ସହଯୋଗିତାରେ ସ୍ପିଡ୍ଫୋର୍ସ ଜୟ ଇ-ବାଇକ୍କୁ ସମର୍ଥନ କରି ସବୁଜ ଗମନାଗମନ ଆଗକୁ ବଢ଼ାଇବାରେ ସହାୟତା ପ୍ରଦାନ କରିବ। ଏହା ଦ୍ୱାରା ଗ୍ରାହକମାନେ ସ୍ପିଡ୍ଫୋର୍ସ ଆଉଟ୍ଲେଟ୍ଗୁଡ଼ିକରେ ଜୟ ଇ-ବାଇକ୍ଗୁଡ଼ିକର ସର୍ଭିସିଂ କରିପାରିବେ।
ଏଥି ସହିତ ସ୍ପିଡ୍ଫୋର୍ସ ଆଉଟ୍ଲେଟ୍ଗୁଡ଼ିକରେ ଜୟ ଇ-ବାଇକ୍ର ସ୍ପେୟାର ପାର୍ଟସ୍, ଲୁବ୍ରିକ୍ୟାଂଟ ଓ ବୈଷୟିକ ସହାୟତା ସୁବିଧା ରହିବ ଯାହା ଦ୍ୱାରା ଗ୍ରାହକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମରାମତି ସୁବିଧା ପାଇପାରିବେ। ଏହି ସହଯୋଗିତା ଦେଶର ଉତରପୂର୍ବ ଭାରତର ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିିଟିର ଅଧ୍ୟକ୍ଷ ତଥା ପରିଚାଳନ ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଆମ ସହଯୋଗୀମାନଙ୍କୁ ସମର୍ଥନ ଓ ନୂତନ ବଜାରକୁ ସମ୍ପ୍ରସାରଣ ଜରିଆରେ ଜୟ ଇ-ବାଇକ୍ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ। ସ୍ପିଡ୍ଫୋର୍ସ ସହିତ ଏହି ସହଯୋଗିତା ଆମକୁ ବ୍ୟାପକ ସର୍ଭିସ୍ ନେଟ୍ୱର୍କ ସହିତ ବୃହତ ବଜାରରେ ଆମ ଉତ୍ପାଦ ପ୍ରଦର୍ଶନ କରିବାର ଏକ ଉତମ ପ୍ଲାଟଫର୍ମ ପ୍ରଦାନ କରିବ। ଏହା କରିବା ଦ୍ୱାରା ଆମ ଉତ୍ପାଦ ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ଓ ଆମର ବିକ୍ରି ବଢ଼ାଇବ। ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ଚିନ୍ତାମୁକ୍ତ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବା ଲାଗି ଏହି ସହଯୋଗିତା ସହାୟକ ହେବା ସହିତ ଆମର ବିକ୍ରି ପରବର୍ତୀ ସେବାକୁ ସୁଦୃଢ଼ କରିବ ଏବଂ ପରିବେଶ ମିତବ୍ୟୟୀ ଭବିଷ୍ୟତ ସହ ପ୍ରତିବଦ୍ଧ ରହିମ ଆମ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବ।”
ସ୍ପିଡ୍ଫୋର୍ସର ନିର୍ଦ୍ଦେଶ ଶ୍ରୀ କପିଲ ଭିଣ୍ଡି କହିଛନ୍ତି ଯେ, “ସାରା ଭାରତରେ ଇଭି ସେବାର ସମ୍ପ୍ରସାରଣ କରି କାର୍ବନ ନିର୍ଗମ କମ୍ କରିବାରେ ୱାର୍ଡୱିଜାର୍ଡ ସହ ଯୋଡ଼ି ହୋଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ୱିର୍ଡୱିଜାର୍ଡ ଉତ୍କୃଷ୍ଟ ଇଭି ପ୍ରଦାନ କରୁଛି ଯାହାକୁ ବ୍ୟାପକ ବର୍ଗର ଗ୍ରାହକ ପସନ୍ଦ କରିବେ। କମ୍ପାନିକୁ ଉଭୟ ବିକ୍ରି ଓ ବିକ୍ରି ପରବର୍ତୀ ସେବାରେ ସହାୟତା ପ୍ରଦାନ କରିବାର ସୁବିଧା ଆମ ପାଖରେ ରହିଛି। ଆମେ ବୁଝିଛୁ ଯେ ଆମର ବ୍ୟାପକ ନେଟ୍ୱର୍କ, ଡିଜିଟାଲ୍ ଟୁଲ୍ ଓ ଦକ୍ଷ ଇଭି ଟେକ୍ନିସିଆନ୍ ଜୟ ଇ-ବାଇକ୍ ଗ୍ରାହକଙ୍କୁ ଉଲ୍ଲେଖନୀୟ ସେବା ପ୍ରଦାନ କରିବ ଓ ସବୁଜ ଭବିଷ୍ୟତ ପ୍ରତି ଯୋଗଦାନ ପ୍ରଦାନ କରିବ।”