Business

ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ଏପ୍ରିଲ୍‌ରେ ୧,୦୭୧ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି

ଭୁବନେଶ୍ୱର: ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ବ୍ରାଣ୍ଡ୍ ଅଧୀନରେ ଇଲେକ୍ଟ୍ରିକ୍ ଯାନ ବିକ୍ରି କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୪ ଏପ୍ରିଲ୍‌ରେ ୧୦୭୧ଟି ଦୁଇଚକିଆ ଯାନ ବିକ୍ରି (ଡେସ୍‌ପ୍ୟାଚ୍‌) କରାଯାଇଛି । ୨୦୨୩ ଏପ୍ରିଲ୍ ବିକ୍ରି ତୁଳନାରେ କମ୍ପାନି ୧୩୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । କମ୍ପାନି ଗତବର୍ଷ ୪୫୫ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଥିଲା ।
ବାହାନ ତଥ୍ୟ ଅନୁସାରେ ୨୦୨୪ ଏପ୍ରିଲ୍‌ରେ କମ୍ପାନିର ଖୁଚୁରା ବିକ୍ରି ୧୨୧୨ ରହିଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ନୂଆ ଆର୍ଥିକ ବର୍ଷରୁ ଏହି ସକାରାତ୍ମକ ଶୁଭାରମ୍ଭ ଆଗାମୀ ଦିନରେ ଏକ ଘଟଣାବହୁଳ ଓ ସଫଳ ବର୍ଷର ପ୍ରତିଶ୍ରୁତି ଦେଉଛି । ଅତୁଟ ବିଶ୍ୱାସ ପାଇଁ ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ ଯାହା ଆଗକୁ ଇଲେକ୍ଟ୍ରିକ ଯାନ ଗମନାଗମନରେ ହେଉଥିବା ରୂପାନ୍ତରଣରେ ଅଗ୍ରଣୀ ରଖିଛି । ଏହି ଚମତ୍କାର ପରିବହନ କ୍ଷେତ୍ରରେ ଆମର ମୁଖ୍ୟ ଲକ୍ଷ୍ୟ ହେୁଛି ଅଗ୍ରଣୀ ପ୍ରଯୁକ୍ତି ପ୍ରଦାନ କରିବା ଏବଂ ଉଲ୍ଳେଖନୀୟ ମାନର ଉତ୍ପାଦ ଜରିଆରେ ସେମାନଙ୍କୁ ସଶକ୍ତ କରିବା । ଏହି ଊର୍ଦ୍ଧ୍ୱମୁଖୀ ଧାରାକୁ ବଜାୟ ରଖିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏକ ସ୍ଥାୟୀ ଓ ବିଦ୍ୟୁତ୍‌ର ଭବିଷ୍ୟତର ନବସୃଜନ ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

4 × one =