Business

ବେଦାନ୍ତ ପକ୍ଷରୁ ଡିଲିଭରେଜିଂ ଓ ଅଭିବୃଦ୍ଧି ପାଇଁ ୩୦,୦୦୦ କୋଟି ଟଙ୍କାର ପାଣ୍ଠି ପ୍ରସ୍ତୁତ

ଭୁବନେଶ୍ୱର: ବ୍ୟବସାୟର ଡିଲେଭରେଜିଂ ଓ ଅଭିବୃ୍‌ଦ୍ଧିକୁ ଲାଗି ଅନିଲ ଅଗ୍ରୱାଲଙ୍କ ନେତୃତ୍ୱାଧୀନ ବେଦାନ୍ତ ଲିମିଟେଡ୍ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇପି), ଅଫର ଫର ସେଲ୍ (ଓଏଫଏସ୍‌) ଓ ଲାଭାଂଶ ଜରିଆରେ ସଂଗୃହୀତ ୩୦ ହଜାର କୋଟି ଟଙ୍କାର ପାଣ୍ଠି ପ୍ରସ୍ତୁତ ରଖିଛି।
ବେଦାନ୍ତ ଲିମିଟେଡ୍‌ର କ୍ୟୁଆଇପିରୁ ୮,୫୦୦ କୋଟି ଟଙ୍କା, ଏଚ୍‌ଜେଡ୍‌ଏଲ୍‌ର ଓଏଫ୍‌ଏସ୍‌ରୁ ୩,୨୦୦ କୋଟି ଟଙ୍କା ଏବଂ ଦ୍ୱିତୀୟ ଅନ୍ତରୀଣ ଲାଭାଂଶରୁ ୫୧୦୦ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ନଗଦ ରାଶି ଭାବେ ୧୩,୦୦୦ କୋଟି ଟଙ୍କା ରହିଛି। ଏଭଳି ଭଳି ଭାବେ ୩୦,୦୦୦ କୋଟି ଟଙ୍କାକୁ ବିଭିନ୍ନ ସୂତ୍ରରୁ ସଂଗ୍ରହ କରାଯାଇଛି।
ବାଲାନ୍ସ ସିଟ୍‌କୁ ଡିଲେଭରେଜ୍ କରିବା, ପୁଂଜି ଢାଚାରେ ଉନ୍ନତି ଆଣିବା, ପରିବର୍ତିର୍ତ ପ୍ରକଳ୍ପକୁ ବିକାଶ କରି କମ୍ପାନି ୧୦ ବିଲିଅନ ଡଲାର ଇବିଆଇଟିିଡିଏ ଲକ୍ଷ୍ୟ ହାସଲ କରିବାରେ କମ୍ପାନି ଉକ୍ତ ପାଣ୍ଠିକୁ ବ୍ୟବହାର କରିବ। ବେଦାନ୍ତ ଦୃଢ଼ ତ୍ରୈମାସିକ ଫଳାଫଳ ଘୋଷଣା କରିଛି। ଏହାର ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୫୪ ଗୁଣା ବୃଦ୍ଧି ପାଇଥିବା ବେଳେ ତ୍ରୈମାସିକ ଭିତିରେ ଦୁଇ ଗୁଣା ବୃଦ୍ଧି ପାଇ ୫୦୯୫ କୋଟି ଟଙ୍କା ହୋଇଛି। ଲାଞ୍ଜିଗଡ଼ରେ କମ୍ପାନି ସର୍ବାଧିକ ଆଲୁମିନା ଉତ୍ପାନ କରିଥିବା ବେଳେ ଜିଙ୍କ ଇଣ୍ଡିଆରେ ରେକର୍ଡ ଧାତବ ଉତ୍ପାଦନ ହୋଇଛି। ଢାଂଚାଗତ ପରିବର୍ତନ ଓ ଅନ୍ୟାନ୍ୟ ପଦକ୍ଷେପ ଜରିଆରେ ସାମଗ୍ରିକ ଉତ୍ପାଦନ ଖର୍ଚ୍ଚ ୨୦ ପ୍ରତିଶତ କମ୍ ରହିଛି। ଜୁନ୍ ୩୦ ସୁ୍‌ଧା କମ୍ପାନିର ଋଣ ୬୧,୩୦୦ କୋଟି ଟଙ୍କା ରହିଛି।
ନନ କନଭଟିବଲ୍ ଡିବେଂଚରର ପ୍ରାଇଭେଟ୍ ପ୍ଲେସ୍‌ମେଂଟ୍ ଓ ଫେବ୍ରୁଆରିରୁ ଜୁନ୍ ମଧ୍ୟରେ ପ୍ରମୋଟରଙ୍କ ଅଂଶଧନ ବିକ୍ରିରୁ ସଂଗୃହୀତ ପାଣ୍ଠି ଗ୍ରୁପ୍ କମ୍ପାନିର ଋଣକୁ ନିକଟରେ କମ୍ କରିବାରେ ସହାୟକ ହେବ। ଗୁରୁତ୍ୱପୂର୍ଣ୍ଣ ଅଂଶଧନ ବିକ୍ରି, ଋଣ କମ୍ କରିବ ଏବଂ ପରିଚାଳନା ଦକ୍ଷତାରେ ଉନ୍ନତି ଆଣି ବେଦାନ୍ତ ଡିଲେଭରେଜିଂ ଓ ନଗଦ ରାଶି ପ୍ରବାହର ଉଚିତ୍ ପଥରେ ରହିଛି। ପ୍ରସ୍ତାବିତ ଡିମର୍ଜର ଓ କେତେକ ପରିବର୍ତନଶୀଳ ପ୍ରକଳ୍ପ ଏହି ଧାରା ବଜାୟ ରଖିବାରେ କମ୍ପାନିକୁ ସହାୟକ ହେବ।
ଏହି ପ୍ରକଳ୍ପଗୁଡ଼ିକରେ କମ୍ପାନିର ନିବେଶ କାରବାର ଓ ସମନ୍ୱୟ ବଢ଼ାଇବା ଏବଂ ବ୍ୟବସାୟରେ ମୂଲ୍ୟଯୁକ୍ତ ଉତ୍ପାଦ ବର୍ଗମାଳା ବଢ଼ାଇବାରେ ସହାୟକ ହେବ। ଋଣ ପ୍ରଦାନକାରୀ ଓ ଷ୍ଟକ୍ ଏକ୍ସଚେଂଜ୍‌ଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍ ହାସଲ କରିବା ପରେ ଡିମର୍ଜର ସଠିକ୍ ପଥରେ ରହିଛି। ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି)ରେ କମ୍ପାନି ସ୍କିମ୍ ଦାଖଲ କରିଛି। ବ୍ୟବସାୟରେ ଡିମର୍ଜର କମ୍ପାନିର ମୂଲ୍ୟକୁ ଜାଗ୍ରତ କରିବ ଏବଂ ସମ୍ପ୍ରସାରଣ ପାଇଁ ବଡ଼ ଧରଣର ପୁଞ୍ଜିନିବେଶ ଆଣି ଅଭିବୃଦ୍ଧି ବଢ଼ାଇବ। କର୍ପୋରେଟ୍ ଢ଼ାଂଚାକୁ ସରଳ କରି ଡିମର୍ଜର କ୍ଷେତ୍ର ସ୍ୱତନ୍ତ୍ର ସ୍ୱାଧୀନ ବ୍ୟବସାୟ ଗଠନ କରିବ ଯାହା ଭାରତୀୟ ଓ ବିଦେଶୀ ନିବେଶକଙ୍କୁ ନିବେଶ ସୁଯୋଗ ପ୍ରଦାନ କରିବ।

Share

Leave a Reply

Your email address will not be published. Required fields are marked *

13 − 4 =