Business

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଉର୍ଜା ମେଳା 2024 ଆୟୋଜିତ; ସମ୍ବଲପୁର ସହରର 25ଟି ବିଦ୍ୟାଳୟରୁ 300ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି

ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ପକ୍ଷରୁ ଏହାର ପ୍ରମୁଖ ସିଏସ୍ଆର୍ ଅଭିଯାନ କ୍ଲବ୍ ଏନର୍ଜି ଅଧିନରେ ଉର୍ଜା ମେଳା ଆୟୋଜିତ ହୋଇଯାଇଅଛି ।

ସମ୍ବଲପୁର ସହର ସ୍ଥିତ ଗୁରୁ ନାନକ ପବ୍ଲିକ୍ ସ୍କୁଲଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସହର 25 ଗୋଟି ବିଦ୍ୟାଳୟରୁ 300ରୁ ଅଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ବାର୍ଷିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରି ଏବଂ ଶକ୍ତି ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରି ସ୍ଥାୟୀତ୍ୱ ଏବଂ ସବୁଜ ନବସୃଜନକୁ ପ୍ରୋତ୍ସାହିତ କରିବାର ମୂଳ ଲକ୍ଷ୍ୟ ରହିଥିଲା ।

ଏହି ଭବ୍ୟ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଏସ୍. ଏନ୍. ନନ୍ଦ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶକ୍ତି ସଂରକ୍ଷଣ, ପ୍ରାକୃତିକ ସମ୍ବଳ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଭଳି ବିବିଧ କାର୍ଯ୍ୟକଳାପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରଦର୍ଶନୀ, କୁଇଜ୍, ଡ୍ରଇଂ, ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାୟୀତ୍ୱର ସଂସ୍କୃତିକୁ ପ୍ରୋତ୍ସାହିତ କରିଥିଲା । ଏକ ହୃଦୟସ୍ପର୍ଶୀ ଆକର୍ଷଣ ଭାବେ, ବୁର୍ଲା ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶକ୍ତି ସଂରକ୍ଷଣ ଉପରେ ଏକ ଆକର୍ଷଣୀୟ କଳା ପ୍ରଦର୍ଶନ କରିଥିଲେ । ପରେ ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମର୍ଥନ ପାଇଁ କମ୍ପାନୀ ପକ୍ଷରୁ ବ୍ରେଲ୍ ସ୍ଲେଟ୍, ଅଡିଓ ଡିଭାଇସ୍, ଲୁଡୋ ଟେବୁଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

କ୍ଲବ୍ ଏନର୍ଜି ହେଉଛି ଟାଟା ପାୱାରର ଏକ ପ୍ରମୁଖ ସିଏସ୍ଆର୍ ଅଭିଯାନ, ଯାହା ସ୍ଥାୟୀ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବଳ ସଂରକ୍ଷଣ କ୍ଲବ ଏବଂ ଜଳବାୟୁ-ସହନଶୀଳତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ଛାତ୍ରମାନଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ ଉର୍ଜା ମେଳା ଏକ ପ୍ରଶଂସନୀୟ ପରିକଳ୍ପନା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କ୍ଲବ ଏନର୍ଜି ଅଧୀନରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର 9 ଟି ଜିଲ୍ଲାରେ ଥିବା 225 ଗୋଟି ବିଦ୍ୟାଳୟର ପ୍ରାୟ 25,000 ଛାତ୍ରଙ୍କ ନିକଟରେ ପହଞ୍ଚୁଅଛି ।

Share

Leave a Reply

Your email address will not be published. Required fields are marked *

seventeen − eight =