BusinessPower Sector

‘ସାମୁଦ୍ରିକ ଜୈବ ବିବିଧତାର ସମୁଚିତ ବ୍ୟବହାର’ ଶୀର୍ଷକରେ ଟିପିଏସ୍ଓଡିଏଲର ଆଲୋଚନା ଚକ୍ର

ବ୍ରହ୍ମପୁର: ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ କର୍ପୋରେଟ ଅଫିସରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ‘ସାମୁଦ୍ରିକ ଜୈବ ବିବିଧତାର ସମୁଚିତ ବ୍ୟବହାର’ ଶୀର୍ଷକରେ ହୋଇଥିବା ଏହି ଆଲୋଚନା ଚକ୍ରରେ କମ୍ପାନୀର କର୍ମଚାରୀ ଓ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଛନ୍ତି ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ଅନିଲ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସାମୁଦ୍ରିକ ଜୈବ ବିବିଧତା ପ୍ରସଙ୍ଗରେ ଆଲୋକପାତ କରିଥିଲେ । ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା ନିମନ୍ତେ କେଉଁ ସମୁଚିତ ପ୍ରୟାସ କରାଯିବା ଦରକାର ସେସମ୍ପର୍କରେ ବୁଝାଇଥିଲେ । ଏହା ସହ ସାମୁଦ୍ରିକ ସମ୍ପଦର ସଂରକ୍ଷଣ ତଥା ଧାରଣୀୟ ବିକାଶ ଭଳି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ସାମୁଦ୍ରିକ ଜୈବ ବିବିଧତା ପୃଥିବୀର ଜୈବ ମଣ୍ଡଳର ଏକ ପ୍ରମୁଖ ଅଂଶ । ଭବିଷ୍ୟତର ପିଢ଼ି ଏହି ଇକୋସିଷ୍ଟମକୁ ସଂରକ୍ଷଣ କରିବା ଲକ୍ଷ୍ୟରେ ନିରନ୍ତର ବିକାଶର ଧାରାକୁ ପାଥେୟ କରି ଚାଲିବା ଦରକାର । ଏହି ଆଲୋଚନାଚକ୍ର ପରିବେଶ ପରିଚାଳନା ପ୍ରତି ଥିବା ଆମର ଧାରଣାକୁ ଅଧିକ ଗଭୀର କରିଛି। ଏହାସହ ନିରନ୍ତର ବିକାଶ ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ବଢ଼ାଇଛି ।

ଟିପିଏସ୍ଓଡିଏଲ୍ ଏଭଳି ଅନେକ କାର୍ଯ୍ୟକ୍ରମ ସହକାରେ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

two + 19 =