Business

ବୌଦ୍ଧ ଆଇଟିଆଇ ସହ ଟିପିଏସ୍ଓଡିଏଲର ବୁଝାମଣାପତ୍ର ସ୍ବାକ୍ଷର

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ଓ ବୌଦ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପ ଯୋଗୁଁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏକାଡେମିକ ଓ ଶିଳ୍ପ ସମ୍ବନ୍ଧୀୟ ବ୍ୟାବହାରିକ ଜ୍ଞାନ ମଧ୍ଯରେ ସମନ୍ୱୟ ରହିବା ସହ ସେମାନଙ୍କ ଦକ୍ଷତା ବିକାଶ ଘଟିବ। ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇପାରିବେ।

ଏହି ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ବୌଦ୍ଧର ସରକାରୀ ଆଇଟିଆଇର ପ୍ରିନ୍ସିପାଲ ଇଞ୍ଜିନିୟର ଅବିନାଶ ମିଶ୍ର ଉପସ୍ଥିତ ଥିଲେ। ସହଭାଗିତାକୁ ନେଇ ଉତ୍ସାହିତ ଥିବା ଶ୍ରୀ ଗର୍ଗ କହିଛନ୍ତି, ” ଏହି ଏମଓୟୁ ଏକାଡେମିଆ ଓ ଶିଳ୍ପ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଏ। ଯାହା ଫଳରେ ଛାତ୍ରଛାତ୍ରୀମାନେ ଦକ୍ଷତା ହାସଲ କରି କର୍ମକ୍ଷେତ୍ରରେ ଉତ୍କର୍ଷ ହୋଇପାରିବେ।”

ଏହି ବୁଝାମଣା ପତ୍ର ଅଧିନରେ ବିଶେଷ କରି ଶିଳ୍ପ ସମ୍ବନ୍ଧୀୟ ତାଲିମ ପ୍ରଦାନ ସହ ସୁରକ୍ଷା ମାନକ ଉପରେ ଗୁରୁତ୍ବ ଦିଆଯିବ। ଆଇଟିଆଇ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ତାଲିମ ସୁବିଧା ପାଇବେ ଏବଂ କ୍ଲାସରୁମ୍ ଓ ବ୍ୟାବହାରିକ ଶିକ୍ଷା ସହ ବାସ୍ତବ ଶିଳ୍ପ ଦୁନିଆରେ କାମ କରିବାର ଅନୁଭୂତି ପାଇବେ।

ଟିପିଏସ୍ଓଡିଏଲ୍ ଓ ଆଇଟିଆଇ ମଧ୍ୟରେ ଏହା ପଞ୍ଚମ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର, ହିଞ୍ଜିଳିକାଟୁ, ରାୟଗଡ଼ା ଏବଂ ଜୟପୁର ଆଇଟିଆଇ ସହ ଟିପିଏସ୍ଓଡିଏଲ୍ ଏମଓୟୁ ସ୍ଵାକ୍ଷର କରି ସାରିଛି ।

Share

Leave a Reply

Your email address will not be published. Required fields are marked *

4 × 4 =