Business

ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ଲାଇନ୍‌ମ୍ୟାନ୍‌ଙ୍କୁ କୃତଜ୍ଞତା ଜ୍ଞାପନ; ଲାଇନମ୍ୟାନ୍ ଦିବସ ପାଳିତ

ଭୁବନେଶ୍ୱର: ନିଜସ୍ୱ ସ୍ୱତନ୍ତ୍ର ଢଙ୍ଗରେ ମାର୍ଚ୍ଚ ୪ ତାରିଖରେ ସୁରକ୍ଷା ସପ୍ତାହର ପ୍ରଥମ ଦିନକୁ ଲାଇନ୍‌ମ୍ୟାନ୍ ଦିବସ ଭାବେ ପାଳନ କରି ଏବଂ କମ୍ପାନିର ଆଗଧାଡ଼ିର ଶ୍ରମଶକ୍ତିଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଜାତୀୟ ସୁରକ୍ଷା ସପ୍ତାହକୁ ପାଳନ କରିଛି ।
ଲାଇନ୍‌ମ୍ୟାନ୍‌ମାନଙ୍କ ଗୁରୁତ୍ୱ ଏବଂ ସେମାନଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ପ୍ରଶଂସା କରିବା ଲାଗି ଟିପିସିଓଡିଏଲ୍‌ର କାର୍ଯ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ସର୍କଲ୍ କାର୍ଯ୍ୟାଳୟ ଓ ୨୦ ଡିଭିଜନାଲ୍ କାର୍ଯ୍ୟ କ୍ଷେତ୍ରରେ ଅନଲାଇନ୍ ଓ ଅଫ୍‌ଲାଇନ୍ ପ୍ଲାଟଫର୍ମରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକରେ ୧୫,୦୦୦ରୁ ଅଧିକ କର୍ମଚାରୀଙ୍କ ସମେତ ବ୍ୟବସାୟ ସହଯୋଗୀ (ବିଜନେସ୍ ଆସୋସିଏଟସ୍‌)ମାନେ ଅଂଶଗ୍ରହଣ କରିଥିଲେ । ଏହି ବର୍ଷ ଶ୍ରେଷ୍ଠ କାର୍ଯ୍ୟ କରିଥିବା ବହୁ ଲାଇନ୍‌ମ୍ୟାନ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ସୁରକ୍ଷାକୁ ଅନ୍ୟତମ ମୂଳ ମୂଲ୍ୟବୋଧ ଗ୍ରହଣ କରିଥିବା ଟିିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ଲାଟଫର୍ମ ଜରିଆରେ କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ର ଓ ଦୈନନ୍ଦିନ ଜୀବନରେ ସୁରକ୍ଷାକୁ ନେଇ ସଚେତନତାର ପ୍ରସାର କରିବା ଲାଗି ୨୦୨୩ ମାର୍ଚ୍ଚ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ବ୍ୟାନରରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ରରେ ବାଧ୍ୟତାମୂଳକ ସୁରକ୍ଷା ଶପଥ ପାଠ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ସୁଦୃଢ଼ କରିବା ଏବଂ ତାହାକୁ କର୍ମ ସଂସ୍କୃତି ସହ ସମନ୍ୱିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଏମ୍ ସେନ୍‌ବାଗମ କହିଛନ୍ତି ଯେ, “ପ୍ରତିକୂଳ ଜଳବାୟୁ ସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆମ ଲାଇନ୍‌ମ୍ୟାନ୍‌ମାନଙ୍କ କାର୍ଯ୍ୟ ବେଶ ଆହ୍ୱାନପୂର୍ଣ୍ଣ । ସେମାନେ ହେଉଛନ୍ତି ଆମର ଅଜଣା ନାୟକ । ମୁଁ ଏହି ଅବସରରେ ଆମର ସମସ୍ତ ଲାଇନ୍‌ମ୍ୟାନ୍‌ମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି ଏବଂ ନିଜର ଓ ନିଜ ପରିବାରର ପ୍ରଥମେ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ସେମାନଙ୍କୁ ଅନୁରୋଧ କରୁଛି ।’’

Share

Leave a Reply

Your email address will not be published. Required fields are marked *

two × two =